Videos
|
Odisha

EOW Raid / ପୂର୍ବତନ ରାଜ୍ୟସଭା ସାଂସଦ ଏନ. ଭାସ୍କର ରାଓଙ୍କ ଘରେ EOW ରେଡ୍

Bikash Mohanty
Browse all articles by Bikash Mohanty
·1 hour ago·2 min read
ପୂର୍ବତନ ରାଜ୍ୟସଭା ସାଂସଦ ଏନ. ଭାସ୍କର ରାଓଙ୍କ ଘରେ EOW ରେଡ୍
Bhaskar rao

Key Points

ପୂର୍ବତନ ରାଜ୍ୟସଭା ସାଂସଦଙ୍କ ଘରେ ରେଡ୍
ପୂର୍ବତନ ରାଜ୍ୟସଭା ସାଂସଦ ଏନ. ଭାସ୍କର ରାଓ
ରାୟଗଡା ସ୍ଥିତ ବାସଭବନରେ EOWଇ ବଡ ଟିମର ତଦନ୍ତ
୨ ଦିନ ହେଲା ଆର୍ଥିକ ଅନିୟମିତତା ଅଭିଯୋଗର ଛାନ ଭିନ
ରାୟଗଡ଼ା,୦୬/୧୧: ପୂର୍ବତନ ରାଜ୍ୟସଭା ସାଂସଦ ଏନ୍. ଭାସ୍କର ରାଓଙ୍କ ବଢ଼ିଲା ଅଡ଼ୁଆ। ଟ୍ରକ୍ ମାଲିକ ସଂଘର ୮୦ କୋଟି ଟଙ୍କା ହଡ଼ପ ଅଭିଯୋଗରେ ତାଙ୍କ ରାୟଗଡ଼ାସ୍ଥିତ ବାସଭବନରେ ପହଞ୍ଚିଛି ଅର୍ଥନୈତିକ ଅପରାଧ ଶାଖା (EOW)ର ଏକ ବଡ଼ ଟିମ୍। ଆର୍ଥିକ ଅନିୟମିତତା ଅଭିଯୋଗରେ ଟିମ୍ ପକ୍ଷରୁ ଜୋରଦାର ଖୋଳତାଡ଼ ଚାଲିଥିବା ସୂଚନା ମିଳିଛି।

ସୂଚନା ଅନୁସାରେ, ଟ୍ରକ୍ ମାଲିକ ସଂଘର ଆର୍ଥିକ କାରବାରରେ ପ୍ରାୟ ୮୦ କୋଟି ଟଙ୍କା ହେରଫେର ହୋଇଥିବା ନେଇ ଅଭିଯୋଗ ରହିଛି। ସଂଘର ସଭାପତି ୱାଇ. ଭେଙ୍କଟେଶ୍ୱର ରାଓ ଏହି ଅଭିଯୋଗ ଆଣିଥିବା ଜଣାପଡ଼ିଛି। ଏହି ଆର୍ଥିକ ଅନିୟମିତତା ମାମଲାରେ ପୂର୍ବତନ ସାଂସଦ ଏନ୍. ଭାସ୍କର ରାଓଙ୍କ ନାଁ ଉଠିବା ପରେ ଘଟଣାଟି ଚର୍ଚ୍ଚାକୁ ଆସିଛି।

ଏହି ମାମଲାରେ ପ୍ରଥମେ ରାୟଗଡ଼ା ପୋଲିସ ନିକଟରେ ଅଭିଯୋଗ ହୋଇଥିଲା। ପରେ ରାୟଗଡ଼ା ପୋଲିସ ମାମଲାକୁ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିଥିଲା। ଏହାପରେ ପ୍ରାୟ ୨୫ ଜଣିଆ ଟିମ୍ ଆସି ମାମଲାର ବିଭିନ୍ନ ଦିଗ ନେଇ ତଦନ୍ତ କରିଥିବା ସୂଚନା ମିଳିଛି।

ପଢନ୍ତୁ ଏହି ଖବର: ଟଙ୍କା ପାଇଁ ଯୁବ ବ୍ୟବସାୟୀଙ୍କୁ ନିର୍ଯାତନା ! ଲିପଷ୍ଟିକ୍ ଲଗାଇ ନାଚିବାକୁ ବାଧ୍ୟ କରୁଥିଲେ ଶ୍ରଦ୍ଧା !

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବର୍ତ୍ତମାନ ଏହି ଆର୍ଥିକ ଅନିୟମିତତା ମାମଲାର ଛାନଭିନ୍ ପାଇଁ EOW ଟିମ୍ ରାୟଗଡ଼ାରେ ପହଞ୍ଚିଛି। ଗତ ଦୁଇ ଦିନ ଧରି ଟିମ୍ ରାୟଗଡ଼ାରେ ରହି ତଦନ୍ତ ଚଳାଇଛି। ଏନ୍. ଭାସ୍କର ରାଓଙ୍କ ବାସଭବନରେ ଟିମ୍ ପକ୍ଷରୁ ପଚରାଉଚରା ଓ ତଥ୍ୟ ସଂଗ୍ରହ କରାଯାଉଥିବା ଜଣାପଡ଼ିଛି।

ଅନ୍ୟପଟେ, ଭାସ୍କର ରାଓ ବର୍ତ୍ତମାନ ରାୟଗଡ଼ାରେ ଉପସ୍ଥିତ ନଥିବା ସୂଚନା ମିଳିଛି। ତେବେ ୮୦ କୋଟି ଟଙ୍କା ହେରଫେର ଅଭିଯୋଗରେ ତଦନ୍ତ କେଉଁ ଦିଗକୁ ଯାଉଛି ଏବଂ ଆଗକୁ ଆଉ କେଉଁ ତଥ୍ୟ ସାମ୍ନାକୁ ଆସୁଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି।