Videos
|
Odisha

Crime News / ୬ ମାସ ପରେ ଗିରଫ ହେଲା ଜେଲରୁ ଫେରାର କଏଦୀ

Bikash Mohanty
Browse all articles by Bikash Mohanty
·5 months ago·2 min read
୬ ମାସ ପରେ ଗିରଫ ହେଲା ଜେଲରୁ ଫେରାର କଏଦୀ
Choudwar Jail

Key Points

ଚୌଦ୍ଵାର ଜେଲରୁ  ଫେରାର କଏଦୀ ଗିରଫ
ରାଜା ସାହାଣୀ ଋଷିକେଶରୁ ଗିରଫ
କମିଶନରେଟ ପୋଲିସର ସ୍ୱତନ୍ତ୍ର ଟିମ ଗିରଫ କରିଛି
ପାଣିକୋଇଲି ପଣ୍ଡା ଜୁଏଲାରୀ ଲୁଟ୍ ଓ ଡବଲ ମର୍ଡର ମାମଲାରେ ସଂପୃକ୍ତ ଥିଲେ
କଟକ ୦୨/୦୨: ଚୌଦ୍ୱାର ଜେଲ୍ ଫେରାର ମାମଲାରେ ପୋଲିସକୁ ମିଳିଛି ବଡ଼ ସଫଳତା। ​ଫେରାର ଥିବା ଅନ୍ୟତମ ଦୁର୍ଦ୍ଦାନ୍ତ ଅଭିଯୁକ୍ତ ରାଜା ସାହାଣୀକୁ ରିଷିକେଶରୁ ଗିରଫ କଲା କମିଶନରେଟ ପୋଲିସର ସ୍ବତନ୍ତ୍ର ଟିମ୍। ​ରିମାଣ୍ଡରେ ଥିବା ମଧୁକାନ୍ତକୁ ଜେରା ପରେ ରାଜା ସାହାଣୀ ସମ୍ପର୍କରେ ମିଳିଥିଲା ଗୁରୁତ୍ୱପୂର୍ଣ୍ଣ ତଥ୍ୟ। 

ଜେଲ୍‌ ପାଟେରୀ ଭାଙ୍ଗି ଫେରାର ମାରିଥିଲେ ଦୁଇ କଏଦୀ

ଯାଜପୁର ଜିଲ୍ଲା ପାଣିକୋଇଲି ପଣ୍ଡା ଅଳଙ୍କାର ଲୁଟ ଘଟଣାରେ ବିହାରର ରାଜା ସାହାଣୀ ଏବଂ ମଧୁକାନ୍ତ କୁମାର ନାମକ ସାମିଲ ଥିଲେ । ପୋଲିସ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ପରେ ଚୌଦ୍ବାର ଜେଲରେ ରଖାଯାଇଥିଲା । ହେଲେ 2025 ଅକ୍ଟୋବର 2 ତାରିଖ ବିଳମ୍ବିତ ରାତିରେ ଦୁହେଁ ପାଚେରୀ ଡେଇଁ ଫେରାର ହୋଇଥିଲେ । ଚମ୍ପଟ ମାରିଥିବା ମଧୁକାନ୍ତ ରାଣାକୁ ଉତ୍ତର ପ୍ରଦେଶର ବୃନ୍ଦାବନରୁ ପୋଲିସ ଗିରଫ କରିଥିଲା ।
ଏହାସହ ଓଡି଼ଶା ପୋଲିସ ଦେଶର ବିଭିନ୍ନ ରାଜ୍ୟର ପୋଲିସ ସହାୟତାରେ ଅନ୍ୟ ଫେରାର ଅପରାଧୀ ରାଜାକୁ ଧରିବା ପାଇଁ ଜାଲ ବିଛାଇଥିଲା । ରାଜା ଉତ୍ତରାଖଣ୍ଡରେ ଥିବା ନେଇ ପୋଲିସ ଜାଣିବାକୁ ପାଇଥିଲା । ଏହି ପଳାତକ ଅପରାଧୀଙ୍କୁ ଧରିବା ପାଇଁ ଓଡ଼ିଶା ପୋଲିସ ଡୁନ୍ ପୋଲିସକୁ ସତର୍କ କରିଥିଲା । ପରେ ଡୁନ ପୋଲିସ ଓ ଓଡ଼ିଶା ପୋଲିସ ଜାଲ ବିଛାଇ ରାଜାକୁ ଗିରଫ କରାଯାଇଥିଲା।

ଆହୁରି ପଢନ୍ତୁରାଜଧାନୀରେ ଲଜ୍ଜା,ଲିଫ୍ଟ ଦେବା ଆଳରେ ଘରକୁ ନେଇ ଦୁଷ୍କର୍ମ !

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କଟକରୁ ଫେରାର ଉତ୍ତରାଖଣ୍ତରୁ ଗିରଫ:

ରାଜା ସାହାଣି ଋଷିକେଶରେ ଥିବା ଖବର ପାଇଥିଲା ଓଡ଼ିଶା ପୋଲିସ। ଓଡ଼ିଶା ପୋଲିସ ଉତ୍ତରାଖଣ୍ଡ ପୋଲିସ ସହ ଯୋଗାଯୋଗ କରିଥିଲା। ଖବର ପାଇବା ପରେ ଡେରାଡୁନର ବରିଷ୍ଠ ପୋଲିସ ଅଧୀକ୍ଷକ ତୁରନ୍ତ ତାଙ୍କ ବାହିନୀକୁ ନିୟୋଜିତ କରିଥିଲେ । ପଳାତକ ରାଜା ସାହାଣୀକୁ ଧରିବା ପାଇଁ ଋଷିକେଶର ସର୍କଲ୍ ଅଫିସରଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍‌ ଗଠ କରାଯାଇଥିଲା। ଏହି ମିଳିତ ଅପରେସନରେ ଓଡ଼ିଶା ପୋଲିସ ମଧ୍ୟ ସାମିଲ ଥିଲା । ପୋଲିସ ଟିମ୍‌ CCTV ଫୁଟେଜ୍ ଏବଂ ଅନ୍ୟାନ୍ୟ ତଦନ୍ତ କରି ଅଭିଯୁକ୍ତ ବିଷୟରେ ଗୁପ୍ତ ସୂଚନା ସଂଗ୍ରହ କରିଥିଲେ । ପରେ ଗୋଟିଏ ପରେ ଗୋଟିଏ ଗାଡ଼ି ଯାଞ୍ଚ କରିବା ଆରମ୍ଭ କରାଯାଇଥିଲା ।

ଏହି ଯାଞ୍ଚ ଅଭିଯାନ ସମୟରେ, ପୋଲିସ ଟିମ୍‌ PB-10-DN-0508 ନମ୍ବର ଥିବା ଏକ ସନ୍ଦିଗ୍ଧ ଗାଡ଼ିକୁ ଘେରାବନ୍ଦୀ କରିଥିଲେ । ନଟରାଜ ଚୌକରୁ ତେହରି ଅଭିମୁଖେ ଯାଉଥିବା ରାସ୍ତାରେ ସୁମନ ପାର୍କ ନିକଟରେ କାର୍‌କୁ ପୋଲିସ ଅଟକାଯାଇ ସମ୍ପୂର୍ଣ୍ଣ ଯାଞ୍ଚ କରାଯାଇଥିଲା । ଯାଞ୍ଚ ବେଳେ କାର୍‌ର ପଛ ସିଟରେ ବସିଥିବା ବ୍ୟକ୍ତି ଜଣଙ୍କ ରାଜା ସାହାଣୀ ବୋଲି ଚିହ୍ନଟ କରାଯାଇଥିଲା । ପରେ ପୋଲିସ ରାଜାକୁ ଗିରଫ କରିଥିଲା ।

ଅଭିଯୁକ୍ତ ରାଜା ସାହାଣୀର ଘର ବିହାରର ବେଗୁସରାଇରେ। ଓଡ଼ିଶା ପୋଲିସ ତାଙ୍କୁ ଧରିବା ପାଇଁ 1 ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଥିଲା । ପୁର୍ବରୁ ମଧ୍ୟ ତାଙ୍କ ବିରୋଧରେ ଅନ୍ୟ ରାଜ୍ୟରେ ଅପରାଧିକ ମାମଲା ରହିଛି।

Related Topics

Explore more stories