EV Vehicle Boom / ତେଲ ସଙ୍କଟ ପାଇଁ ଲୋକେ ଏବେ EV ମୁହାଁ, EV ବୁକିଂ ୧୦ଗୁଣ ବୃଦ୍ଧି
·54 mins ago·2 min read

Key Points
ଲୋକେ ଏବେ EV ମୁହାଁ
EV ବୁକିଂ ୧୦ଗୁଣ ବୃଦ୍ଧି
ଇଭି ସୋରୁମରେ ଅସମ୍ଭାଳ ଭିଡ
EV ବୁକିଂ ୧୦ଗୁଣ ବୃଦ୍ଧି
ଇଭି ସୋରୁମରେ ଅସମ୍ଭାଳ ଭିଡ
ଭୁବନେଶ୍ଵର,୧୬/୦୫: ରାଜ୍ୟରେ ଏବେ ତେଲ ସଙ୍କଟ। ଲୋକେ ପେଟ୍ରୋଲ ପକାଇବା ଲାଗି ଲମ୍ବା ଲାଇନ୍ରେ ଛିଡା ହେଉଛନ୍ତି। କେଉଁଠାରେ ୨୦୦ ଟଙ୍କା କେଉଁଠାରେ ୩୦୦ ଟଙ୍କାର ପେଟ୍ରୋଲ ମିଳୁଛି। ଏଭଳି ସ୍ଥିତିରେ ରାଜ୍ୟରେ ଇଭି ବିକ୍ରି ଉପର ମୁହାଁ ହୋଇଛି। ଗତ ୨ ଦିନ ହେବ ଇଭି ସୋରୁମ ଗୁଡିକରେ ଲୋକମାନେ ଅସମ୍ଭାଳ ଭିଡ ଲଗାଉଛନ୍ତି। ଇଭି ବୁଙ୍କି ୨ରୁ ୧୦ ଗୁଣ ଯାଏ ବଢ଼ିଥିବା ସୂଚନା ମିଳିଛି।
ଏକ ନାମୀ ଇଭି ଗାଡ଼ି କମ୍ପାନିର ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ତେଲ ସଙ୍କଟ ଯୋଗୁ ଲୋକେ ଏବେ ଇଭି କିଣା ପ୍ରତି ଆକୃଷ୍ଟ ହେଉଛନ୍ତି। ଗତ ୨ ଦିନରେ ସୋରୁମରେ ଭିଡ଼ ଦେଖାଯାଉଛି। ଯୁଦ୍ଧସ୍ଥିତିରେ ଲୋକେ ଇଭି କିଣା ପ୍ରତି ବେଶ ଆଗ୍ରହ ଦେଖାଇଥିଲେ ମାତ୍ର ତେଲ ସଙ୍କଟ ଯୋଗୁ ଗତ ୨ ଦିନ ହେବ ସୋରୁମରେ ଅପ୍ରତ୍ୟାଶିତ ଭିଡ ଦେଖିବାକୁ ମିଳୁଛି। ବୁକିଂ ମଧ୍ୟ ୨ ଗୁଣ ହୋଇଛି। ଗ୍ରାହକଙ୍କୁ ଗାଡ଼ି ଯୋଗାଇବା ଦିଗରେ ସବୁ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଛି। ଏବେ ସର୍ଭିସ ଏବଂ ନୂଆ ଟେକ୍ନୋଲୋଜି ଗାଡି ଆସୁଥିବାରୁ ଲୋକେ ଇଭି ଟିଏ ନିଜ ପାଖରେ ରଖିବାକୁ ବେଶ ଆଗଭର ହେଉଛନ୍ତି ।
ତେଲ ସଙ୍କଟ ସ୍ଥିତିରେ ଇଭି ଟିଏ କିଣିବା ଜରୁରୀ। ଗତ ୨ ଦିନରେ ଯେଉଁ ସ୍ଥିତି ରହିଛି ତାକୁ ନଜରରେ ରଖି ଆଜି ଇଭି କିଣିବାକୁ ସୋରୁମ ଆସିଛି। ଇଭି ଗାଡ଼ି ଯୋଗୁଁ ତେଲ ସଙ୍କଟରୁ ଏଣିକି ମୁକ୍ତି ମିଳିବ ବୋଲି ଗ୍ରାହକ କହିଛନ୍ତି।
ପଢନ୍ତୁ ଏହି ଖବର: ଅଧିକା ତେଲ କିଣୁଥିବାରୁ ତୈଳ ସଙ୍କଟ ଦେଖା ଦେଇଛି, ସନ୍ଧ୍ୟା ସୁଦ୍ଧା ସ୍ବାଭାବିକ ହେବ ସ୍ଥିତି
ତୈଳ ସଙ୍କଟ ସ୍ଥିତିରେ ଭୁବନେଶ୍ଵର-କଟକ କରିଡରରେ ଇଭି ବିକ୍ରିରେ ଉନ୍ନତି ପରିଲକ୍ଷିତ ହୋଇଛି। ସରକାରଙ୍କ ସହାୟତା, ଉନ୍ନତ ଉତ୍ପାଦ ବର୍ଗ, ଅପେକ୍ଷାକୃତ କମ୍ ପରିଚାଳନା ଖର୍ଚ୍ଚ ଯୋଗୁ ଇଭି ଆଦୃତ ହେଉଛି। ଚାର୍ଜି ଭିଭିଭୂମିରେ ମଧ୍ୟ ଉନ୍ନତି ଆସୁଛି। ଏହା ଆହୁରି ବ୍ୟାପକ ହେଲେ ଇଭି ଚାହିଦା ତ୍ୱରାନ୍ବିତ ହେବ। ବର୍ତ୍ତମାନର ଇନ୍ଧନ ଅନିଶ୍ଚିତତା ଇଭି ବିକ୍ରି ବଢ଼ାଉଛି। ଭିଭିଭୂମି ବିକାଶ, ସୁଲଭତା ଏବଂ ଗ୍ରାହକଙ୍କ ବିଶ୍ଵାସ ଏହି ଧାରାକୁ ତ୍ବରାନ୍ବିତ କରିବାରେ ସହାୟକ ହେବ।
ତେଲ ସଙ୍କଟ ଯୋଗୁ ଉଭୟ ୨ ଚକିଆ ଏବଂ ୪ ଚକିଆ ଇଭି କିଣା ନେଇ ଲୋକଙ୍କ ଆଗ୍ରହ ବଢ଼ିଛି । ଚାର୍ଜି ଭିଭିଭୂମିରେ ଉନ୍ନତି ଆସିଛି। ଅନେକ ପ୍ରଥମ ଥର ଇଭି କିଣୁଥିବା ଗ୍ରାହକ ପାଉଛୁ। ରାଜ୍ୟରେ ୧୯୦ ଚାର୍ଜି ଷ୍ଟେଶନ ଆସିବାକୁ ଯାଉଛି। ଏହା ଚାହିଦା ବୃଦ୍ଧିକୁ ତ୍ବରାନ୍ବିତ କରିବ ବୋଲି ରାଜଧାନୀର ଏକ ଇଭି ଗାଡ଼ି ଶୋରୁମର ମାଲିକ କହିଛନ୍ତି। ତେଲ ସଙ୍କଟ ଯୋଗୁ ଲୋକ ଇଭି କିଣା ମୁହାଁ। ଏ ଦିଗରେ ସରକାରୀ ସହାୟତା ଏବଂ ପ୍ରଧାନମନ୍ତ୍ରୀଙ୍କ ନିବେଦନ ସହାୟକ ହେଉଛି। ଏହି ଧାରା ଆଗକୁ ମଧ୍ଯ ଜାରି ରହିବ ବୋଲି ଆଶା । ଆମେ ସୋରୁ ମରେ ସବୁ ପ୍ରକାର ସୁବିଧା ଯୋଗାଣ ନେଇ ବିଶେଷ ପ୍ରସ୍ତୁତି କରିଛୁ ସେ କହିଛନ୍ତି।
କେବଳ ଓଡ଼ିଶା ନୁହେଁ ସାରା ଦେଶରେ ଇଭି ଚାହିଦା ଉପର ମୁହାଁ । ସରକାର ମଧ୍ୟ ଇଭିକୁ ଫୋକସ ଦେଉଛନ୍ତି । ରାଜ୍ୟର ସମସ୍ତ ସରକାରୀ ବସ ଇଭି ହେବ ବୋଲି ଘୋଷରା କରି ସାରିଛନ୍ତି ପରିବହନ ମନ୍ତ୍ରୀ ବିଭୁତି ଭୁଷଣ ଜେନା।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories