Videos
|
Odisha

ଆସିଲା ନୂଆ EV ନୀତି, ଇଲେକ୍ଟ୍ରିକ୍ କାର କିଣିଲେ ମିଳିବ ଦେଢ଼ ଲକ୍ଷ ଟଙ୍କା ପ୍ରୋତ୍ସାହନ

Santosh Kumar Sahoo
Browse all articles by Santosh Kumar Sahoo
·1 year ago·1 min read
ଆସିଲା ନୂଆ EV ନୀତି, ଇଲେକ୍ଟ୍ରିକ୍ କାର କିଣିଲେ ମିଳିବ ଦେଢ଼ ଲକ୍ଷ ଟଙ୍କା ପ୍ରୋତ୍ସାହନ

Key Points

ଓଡ଼ିଶା EV ପଲିସି ପାଇଁ ଚିଠା ପ୍ରସ୍ତାବ। ୨୦୩୬ ସୁଦ୍ଧା ୭୦% ଓ ୨୦୪୭ ସୁଦ୍ଧା ୮୦% ଇଭି ଭେଇକିଲ୍‌ ଗଡ଼ିବା ଲକ୍ଷ୍ୟ ରଖାଯାଇଛି ।

ଓଡ଼ିଶା EV ପଲିସି ପାଇଁ ଚିଠା ପ୍ରସ୍ତାବ । ଓଡ଼ିଶା ଇଲେକଟ୍ରିକ୍ ଭେଇକିଲ୍‌ ପଲିସି-୨୦୨୫ ପାଇଁ ଆସିଲା ଚିଠା ପ୍ରସ୍ତାବ । ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଆସିଛି ଚିଠା ପ୍ରସ୍ତାବ । ୨୦୨୧ EV ପଲିସି ଅନୁସାରେ ୪ ବର୍ଷରେ ୨୦% ଇଭି ଲକ୍ଷ୍ୟ ଧାର୍ଯ୍ୟ ରହିଥିଲା । କିନ୍ତୁ ସରକାରୀ ପ୍ରୋତ୍ସାହନ ସତ୍ତ୍ବେ ମାତ୍ର ୯% ଇଭି ଗାଡ଼ି ରାସ୍ତାରେ ଗଡ଼ିଛି ।


ତେବେ ଓଡ଼ିଶାକୁ ଦେଶର ମଡେଲ୍‌ ଷ୍ଟେଟ୍‌ କରିବା ପାଇଁ ପ୍ରସ୍ତୁତ ହୋଇଛି ଡ୍ରାଫ୍ଟ । ୨୦୩୬ ସୁଦ୍ଧା ୭୦% ଓ ୨୦୪୭ ସୁଦ୍ଧା ୮୦% ଇଭି ଭେଇକିଲ୍‌ ଗଡ଼ିବା ଲକ୍ଷ୍ୟ ରଖାଯାଇଛି । ବିଜ୍ଞପ୍ତି ପ୍ରକାଶଠାରୁ ୨୦୩୦ ଡିସେମ୍ବର ୩୧ ଯାଏଁ ପଲିସି ବଳବତ୍ତର ରହିବ । ଶିକ୍ଷାନୁଷ୍ଠାନଗୁଡ଼ିକୁ ମଧ୍ୟ ୧୨ ମାସ ଭିତରେ ଇଭି ଗାଡ଼ି ଆପଣାଇବାକୁ ପରାମର୍ଶ ଦିଆଯାଇଛି । ସ୍ବାସ୍ଥ୍ୟ ଓ ଗୃହ ବିଭାଗକୁ ମଧ୍ୟ ବର୍ଷକ ଭିତରେ ଇଭି ଗାଡ଼ି ପାଇଁ ପରାମର୍ଶ ସହ ୩୦ ଦିନ ଭିତରେ ମତାମତ ଦେବାକୁ ଆହ୍ବାନ କରିଛନ୍ତି ରାଜ୍ୟ ସରକାର ।


ସେହିଭଳି ଇଭି କିଣାରେ ମିଳୁଥିବା ସବସିଡି ପ୍ରଦାନରେ ସ୍ବଚ୍ଛତା ଆଣିବାକୁ ସରକାର କିଛି ସଂଶୋଧନ ଆଣିଛନ୍ତି । ଇଭି କିଣାରେ ହେଉଥିବା ଜାଲିଆତିକୁ ରୋକିବାକୁ ସରକାର ନୂଆ ବ୍ୟବସ୍ଥା ଲାଗୁ କରିବେ । ଏଣିକି ଓଡ଼ିଶାର ସ୍ଥାୟୀ ବାସିନ୍ଦା ହୋଇ ନଥିଲେ, ଇଭି ଗାଡ଼ି କିଣାରେ ସବସିଡି ମିଳିବନି । ଏମିତିକି ଇଭି ଗାଡ଼ିକୁ ୫ ବର୍ଷ ଯାଏ ଅନ୍ୟ କାହାରିକୁ ବିକି କରି ହେବନି । ସେହିପରି ବ୍ୟବସାୟିକ ଗାଡ଼ିର ମାଲିକାନା ମଧୟ ୫ ବର୍ଷ ଯାଏ ବଦଳାଇ ହେବନି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: