Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମୁଖ୍ୟମନ୍ତ୍ରୀ ଶୁଭ ଦେବାର ୧୦ ବର୍ଷ ପରେ ବି ବ୍ରିଜ ଓ ବ୍ୟାରେଜ୍ ପ୍ରକଳ୍ପ ସ୍ବପ୍ନ

Manini Pattanayak
Browse all articles by Manini Pattanayak
·2 years ago·1 min read
ମୁଖ୍ୟମନ୍ତ୍ରୀ ଶୁଭ ଦେବାର ୧୦ ବର୍ଷ ପରେ ବି ବ୍ରିଜ ଓ ବ୍ୟାରେଜ୍ ପ୍ରକଳ୍ପ ସ୍ବପ୍ନ

ସମ୍ବଲପୁର : ସମ୍ବଲପୁର କୁଚିଣ୍ଡାରେ ଚାଷୀ ଖୋଲିଲେ ମୁଖ୍ୟମନ୍ତ୍ରୀଙ୍କ ମିଛ ପ୍ରତିଶ୍ରୁତିର ପୋଲ।ନବୀନ ଶୁଭ ଦେବାର ୧୦ ବର୍ଷ ପରେ ବି ବ୍ରିଜ୍ ଓ ବ୍ୟାରେଜ୍ ପ୍ରକଳ୍ପ ସ୍ବପ୍ନ॥ ୨ ହଜାର ହେକ୍ଟରରେ ଜଳସେଚନ ପ୍ରତିଶ୍ରୁତି ପାଲଟିଛି ପାଣିରଗାର...ଚାଷୀ କହିଲେ ଯାହା କୁହନ୍ତି ତାହା କରନ୍ତି ନାହିଁ ମୁଖ୍ୟମନ୍ତ୍ରୀ। ପାର୍ବତିଗିରି ଉଠା ଜଳସେଚନ ନାଁ ରେ ବି ଚାଷୀଙ୍କୁ ଧୋକା। 
୨୦୧୯ ରେ ଭେଡେନ୍ ନଈ ରୁ ପାଣି ନେଇ ୧୫୦୦ ହେକ୍ଟର ଜମି କୁ ଜଳ ସେଚନ କରିବେ ବୋଲି କହିଥିଲେ ସରକାର।

୩୬ କୋଟି ଟଙ୍କା ଖର୍ଚ୍ଚ କରି ପ୍ରକଳ୍ପ କଲେ ସତ ହେଲେ ତାହା ବି ଚାଷୀଙ୍କ କାମ ରେ ଆସୁନି । ନଦୀ ର ଯେଉଁ ସ୍ଥାନରୁ ପାଣି ଉଠିବ ସେଇଠି ପାଣି ନାହିଁ । ଫଳରେ ଖରିଫ୍ ଚାଷ ଆରମ୍ଭ ହେବାକୁ ଯାଉଥିବା ବେଳେ ଚାଷୀ ଚିନ୍ତାରେ.. ନିର୍ମାଣ ହେବା ଦିନରୁ ଖରା ଦିନେ ଖରିଫ୍ ଚାଷ କାମରେ ଆସିନି ଏହି ପ୍ରକଳ୍ପ ।
 
ଗତ ୫ ବର୍ଷ ରେ ୨୦ ଲକ୍ଷ ଏକଇ ଜମିରେ ଜଳସେଚନ ସୁବିଧା ଦେଇଥିବା ନିଜ ଘୋଷଣା ପତ୍ରରେ କହିଛି ବିଜେଡ଼ି । ହେଲେ କୁଚିଣ୍ଡା ର  ବୁଦୁଲାପାଲି ପରି କାଗଜ କଲମରେ ଜଳସେଚନ କରି ନିଜ ପିଠି ନିଜେ ଥାପୁଡ଼ାଉଛନ୍ତି କି ମୁଖ୍ୟମନ୍ତ୍ରୀ।  ଏମିତି ମିଛ ଜଳସେଚନ ରେ ବଢିବ କି ଚାଷୀର ଆୟ ? 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Even after 10 years of Naveen inaugurated, the bridge and barrage project is a dream. | Argus News