Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ୨ବର୍ଷ ପରେ ବି ସରୁନି ନାଗାବଳୀ ପୋଲ ମରାମତି କାମ

Odisha

୨ବର୍ଷ ପରେ ବି ସରୁନି ନାଗାବଳୀ ପୋଲ ମରାମତି କାମ

Ritu Das
Browse all articles by Ritu Das
·2 years ago·1 min read
୨ବର୍ଷ ପରେ ବି ସରୁନି ନାଗାବଳୀ ପୋଲ ମରାମତି କାମ

ଅର୍ଗସ ବ୍ୟୁରୋ: ପ୍ରଶାସନର ଅବହେଳାରେ ଝୁଲିଛି ଝୁଲାପୋଲ। ନା ଜିଲ୍ଲା ପ୍ରଶାସନ ଶୁଣୁଛନ୍ତି ନା ସ୍ଥାନୀୟ ଲୋକ ପ୍ରତିନିଧି। ସରକାରୀ ଅବହେଳାରୁ ୨ ବର୍ଷ ହେବ ଅକାମି ଅବସ୍ଥାରେ ପଡି ରହିଛି ପୋଲ। ରାୟଗଡାରେ ୮ ଟି ପଞ୍ଚାୟତକୁ ସଂଯୋଗ କରିବା ପାଇଁ ୨୦୧୧ ମସିହାରେ ନାଗାବଳୀ ନଦୀ ଠାରୁ ୧୦୦ ଫୁଟ ଉଚ୍ଚରେ ୧୫୧ ମିଟର  ଝୁଲାପୋଲର ନିର୍ମାଣ କରାଯାଇଥିଲା । ଆଇଏପି ଯୋଜନାରେ ପ୍ରାୟ ଦେଢ଼କୋଟି ଟଙ୍କା ବ୍ୟୟ ଅଟକଳରେ କର୍ଣ୍ଣାଟକର ଭାରତ ଗ୍ରାମ ସେତୁ ପ୍ରତିଷ୍ଠାନ ଦ୍ବାରା ଏହି ପୋଲ ନିର୍ମାଣ ହୋଇଥିଲା। ଏହାରି ଭିତରେ ୧୩ ବର୍ଷ ବିତିଯାଇଥିଲେ ସୁଦ୍ଧା ବର୍ତ୍ତମାନ ପର୍ଯ୍ୟନ୍ତ ପୋଲର ରକ୍ଷଣାବେକ୍ଷଣ କି ମରାମତି କରାଯାଇନାହିଁ । 

ରାୟଗଡା ଜିଲ୍ଲା ପ୍ରଶାସନ ଦୁଇ ବର୍ଷ ତଳେ ପୋଲରେ ତାରବାଡ, ସୁରକ୍ଷା ପ୍ଲେଟ, ଦୁଇ ପାଶ୍ୱର୍ରେ ଥିବା ପିଲରର ଟିକିନିକ ଯାଞ୍ଚ କରିବା ପାଇଁ  ବିଶେଷଜ୍ଞ ଟିମ୍ ପଠାଇବାକୁ ରାଜ୍ୟ ସରକାରଙ୍କୁ ଅବଗତ କରାଇଥିଲା। ଇତି ମଧ୍ୟରେ ଝୁଲାପୋଲ ସିଲ୍ ହେବାର ଦୁଇ ବର୍ଷ ବିତିଯାଇଛି। ମାତ୍ର ଏଯାଏ ପୋଲ ମରାମତି ପାଇଁ କୌଣସି ପଦକ୍ଷେପ ନିଆଯାଇନାହିଁ। ଏହାର ମରାମତି ଓ ରକ୍ଷଣାବେକ୍ଷଣ କରାଯାଉନଥିବାରୁ ପୋଲର ସ୍ଥାୟିତ୍ୱକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଯାହାକୁ ନେଇ ପର୍ଯ୍ୟଟକଙ୍କ ମନରେ ମଧ୍ୟ ଅସନ୍ତୋଷ ଦେଖାଦେଇଛି । 

ପର୍ଯ୍ୟଟନ ମାନଚିତ୍ରରେ ରାୟଗଡା ଝୁଲାପୋଲ ଓଡିଶାର ଦ୍ବିତୀୟ ଝୁଲାପୋଲର ମାନ୍ୟତା ପାଇଛି। ଏହି ହ୍ୟାଙ୍ଗିଙ୍ଗ୍ ବ୍ରିଜ ଜିଲ୍ଲାର ମୂଖ୍ୟ ଆକର୍ଷଣ ମଧ୍ୟ । ଏହି ଝୁଲାପୋଲର ମଜା ନେବାପାଇଁ ଓଡିଶା ତଥା ଓଡିଶା ବାହାରୁ ବହୁ ପର୍ଯ୍ୟଟକ ଆସିଥାନ୍ତି । ମାତ୍ର ବିପଦସଙ୍କୁଳ ଭାବେ ଦୁଇ ବର୍ଷ ହେଲା ପଡିରହିଛି ଏହି ପର୍ଯ୍ୟଟନସ୍ଥଳୀ। ତେବେ ଏହି ବ୍ରିଜ ଉପରେ ପ୍ରଶାସନର ନଜର କେବେ ପଡ଼ୁଛି ତାହା ଦେଖିବାକୁ ବାକି ରହିଲା  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

Raja Festival
Sponsored
Even after 2 years | Argus News