Videos
|
Odisha

ବିଜେଡି ଶାସନର 24 ବର୍ଷ ପରେ ବି ଗାଁକୁ ନାହିଁ ରାସ୍ତା

Smruti Parija
Browse all articles by Smruti Parija
·2 years ago·2 min read
ବିଜେଡି ଶାସନର 24 ବର୍ଷ ପରେ ବି ଗାଁକୁ ନାହିଁ ରାସ୍ତା

Key Points

  • ଦୋଷ ମାନିଲା ବିଜୁ ଜନତା ଦଳ
  • ବିଧାୟକ ରୋହିତ ପୂଜାରୀଙ୍କ ବୟାନ ଧରାଇଦେଲା ବିଜେଡି ମିଛ
  • ରାସ୍ତା ନିର୍ମାଣ ପାଇଁ ଅନୁମତି ଦେବାରେ ବିଳମ୍ବ କରୁଛି ରାଜ୍ୟ ଜଙ୍ଗଲ ବିଭାଗ
  • 55ନଂ ଜାତୀୟ ରାଜପଥ କାମ ବିଳମ୍ବ ପ୍ରସଙ୍ଗରେ ମଧ୍ୟ ସମାନ କଥା କହିଥିଲେ ଧର୍ମେନ୍ଦ୍ର ପ୍ରଧାନ
  • ଅସହଯୋଗ ଓ ଅପାରଗତା ଲୁଚାଇବାକୁ କୁମ୍ଭୀର କାନ୍ଦଣା କାନ୍ଦି ବିଜେଡି କରୁଛି ମିଛ ପ୍ରଚାର

ଅର୍ଗସ ବ୍ୟୁରୋ: ସମ୍ବଲପୁର ରେଢ଼ାଖୋଲ ଗଡଲୋଇସିଂଘ ପଂଚାୟତ ବେଲପାଣି ଗାଁରୁ ଗତ ସପ୍ତାହରେ ସାମ୍ନାକୁ ଆସିଥିଲା ଏ ଅଭାବନୀୟ ଦୃଶ୍ୟ। ବିଜେଡି ଶାସନର 24 ବର୍ଷ ପରେ ବି ଗାଁକୁ ନାହିଁ ରାସ୍ତା। ଫଳରେ ଅସୁସ୍ଥ ମହିଳାଙ୍କୁ 2 କିଲୋମିଟର ଖଟିଆରେ ବୋହି ନେଇଥିଲେ ଗାଁ ଲୋକେ । ଏହି ଘଟଣା ନେଇ ଉଦବେଗ ପ୍ରକାଶ କରିବା ବିଜେଡି ଶାସନର ୨୪ ବର୍ଷର ରୁପାନ୍ତରୀକରଣ ନାଁରେ ମିଛ ପ୍ରଚାର ଉପରେ ଉଠାଇଥିଲେ ପ୍ରଶ୍ନ । ଏବେ ଏହି ପ୍ରସଙ୍ଗରେ ଦୋଷ ମାନିଛନ୍ତି ରେଢ଼ାଖୋଲରୁ ବିଜେଡି ବିଧାୟକ ରୋହିତ ପୂଜାରୀ। ତାଙ୍କ ଅନୁସାରେ ଏହି ଗାଁକୁ ରାସ୍ତା ପାଇଁ ପାଣ୍ଠି ମଞ୍ଜୁର ହୋଇଛି, କିନ୍ତୁ କାମ ପାଇଁ ମିଳୁନାହିଁ ରାଜ୍ୟ ଜଙ୍ଗଲ ବିଭାଗର ଅନୁମତି। 

ରୋହିତ ପୂଜାରୀଙ୍କ ଏ ବୟାନ ଧରାଇ ଦେଇଛି ବିଜେଡିର ମିଛ। ବିଜେଡି ବିଧାୟକଙ୍କ ଏ ସ୍ବୀକାରୋକ୍ତି କରିଛି ତାଙ୍କ ଦଳର ମିଛ ପ୍ରଚାରର ପର୍ଦ୍ଦାଫାସ୍ । କଟକ-ସମ୍ବଲପୁର 55 ନଂ ଜାତୀୟ ରାଜପଥ କାମ ଶେଷ ହେବାରେ କାହିଁକି ଅହେତୁକ ବିଳମ୍ବ ହେଉଛି। ଏହା ଉପରୁ ଶନିବାର ପରଦା ଉଠାଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । 55 ନଂ ଜାତୀୟ ରାଜପଥର ବିଭିନ୍ନ ସ୍ଥାନରେ ଅଣ୍ଡରପାସ୍ ନିର୍ମାଣ ପାଇଁ ଜଙ୍ଗଲ ଅନୁମତି ପ୍ରଦାନରେ କରାଯାଇଛି ବିଳମ୍ବ ।

ରାଜ୍ୟ ସରକାରଙ୍କ ଜଙ୍ଗଲ ବିଭାଗର ଅସହଯୋଗ କାରଣରୁ ହିଁ ହଇରାଣ ହେଉଛନ୍ତି କଟକ, ଢେଙ୍କାନାଳ, ଅନୁଗୁଳ ଓ ସମ୍ବଲପୁର 4ଟି ଜିଲ୍ଲାର ଲୋକେ। ପୁଣି NHରେ ଦୁର୍ଘଟଣା ଓ ଟ୍ରାଫିକ୍ ନିୟନ୍ତ୍ରଣ ପ୍ରସଙ୍ଗରେ ମଧ୍ୟ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ ଧର୍ମେନ୍ଦ୍ର । 

କେନ୍ଦ୍ର ସରକାରଙ୍କୁ ସହଯୋଗ କରିବା ବଦଳରେ ଏଥିରେ ବାଧା ସୃଷ୍ଟି କରିଛନ୍ତି ରାଜ୍ୟ ସରକାର । କିନ୍ତୁ ନିଜ ଦୋଷ ଲୁଚାଇବାକୁ ଏବେ ନିର୍ବାଚନ ବେଳେ ବିଜୁ ଜନତା ଦଳ କରୁଛି ମିଛ ପ୍ରଚାର। 
ନିଜ ଭୁଲ ମାନିବା ପରିବର୍ତ୍ତେ କେନ୍ଦ୍ରୀୟ ଅବହେଳାର ମିଛ ରାଗ ଜପିବା ବିଜେଡିର ପୁରୁଣା ଅଭ୍ୟାସ। ସସ୍ମିତ ପାତ୍ରଙ୍କ ଏ ବୟାନ ହେଉଛି ତାର ପ୍ରମାଣ। ଆଉ ଏବେ ରେଢ଼ାଖୋଲର ବିଜେଡି ବିଧାୟକଙ୍କ ବୟାନ ଖୋଲିଦେଇଛି ବିଜେଡିର ମୁଖା। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...

Even after 24 years of BJd govt, there is no road to the village | Argus News