Videos
|
Odisha

୨୪ ବର୍ଷର ଶାସନ ପରେ ବି ଦୂଷିତ ପାଣି 

Manini Pattanayak
Browse all articles by Manini Pattanayak
·2 years ago·2 min read
୨୪ ବର୍ଷର ଶାସନ ପରେ ବି ଦୂଷିତ ପାଣି 

କେନ୍ଦୁଝର: ୨୪ ବର୍ଷର ଶାସନ ପରେ ବି ଆଦିବାସୀ ଅଞ୍ଚଳରେ ପିଇବା ପାଣି ଓ ରାସ୍ତାର ସୁବିଧା କରିପାରୁନାହାନ୍ତି ରାଜ୍ୟସରକାର। ଆଜି ବି ପାଣି ପାଇଁ  ଲୋକଙ୍କୁ ଦୂଷିତ ପାଣି ଉପରେ ନିର୍ଭର କରିବାକୁ ପଡୁଛି । ଦୀର୍ଘଦିନ ଧରି ଏହି ସମସ୍ୟା ଲାଗି ରହିଥିଲେ ମଧ୍ୟ କେହି ଶୁଣୁନଥିବା ଅଭିଯୋଗ ହୋଇଛି । ନିର୍ବାଚନ ପରେ ସବୁ ପ୍ରତିଶ୍ରୁତି ଭୁଲି ଯାଆନ୍ତି ଜନପ୍ରତିନିଧି ।  
ଦେଖନ୍ତୁ ଏଦୃଶ୍ୟ ଉପରେ । କିଭଳି ପାଇପରୁ ବାହାରୁଛି କଳା କଳା ଦୂଷିତ ପାଣି । ସକାଳ ପାହିଲେ ପାଣି ଚିନ୍ତାରେ ଯୋଡ଼ା ବ୍ଲକ ବଲାଣୀ ପଞ୍ଚାୟତ ଗାଢା ସାହି ବାସିନ୍ଦା । ମୁନ୍ଦାଏ ପାଣି ପାଇଁ ଡହଳ ବିକଳ ହେଉଛନ୍ତି ଗାଁ ଲୋକେ ।

ମହିଳାମାନଙ୍କୁ ଗରା, ହାଣ୍ଡି, ବାଲଟି ଧରି ଝିଙ୍କିରା ନାଳ ଉପରେ ଚୁଆ କରି ସେଠାରୁ ପାଣି ଆଣିବାକୁ ପଡୁଛି ।  ଆଦିବାସୀ ପରିବାର ମାନଙ୍କ ପାଇଁ ବସୁଧା ଯୋଜନାରେ ତିନୋଟି ନଳକୂପ ରହିଛି । କିନ୍ତୁ ନଳକୂପରୁ ଗୋଳିଆ ଓ ଦୂଷିତ ପାଣି ବାହାରୁଥିବାରୁ ତାହା ପିଇବା ଉପଯୋଗୀ ହୋଇପାରୁନଥିବା ଅଭିଯୋଗ ହୋଇଛି ।  କେବଳ ପାଣି କାହିଁକି ସମସ୍ତ ମୌଳିକ ସୁବିଧାରୁ ବଞ୍ଚିତ ଗାଁଲୋକେ । ନା ଭଲ ରାସ୍ତା ଖଣ୍ଡିଏ ଅଛି ନା ଲୋକଙ୍କୁ ମିଳୁଛି ଉନ୍ନତ ଚିକିତ୍ସା ।

ଯିବା ଆସିବା ପାଇଁ ଲୋକଙ୍କୁ ଖାଲଖମା ରାସ୍ତା ଉପରେ ନିର୍ଭର କରିବାକୁ ପଡୁଛି ।  ଗମନା ଗମନ ପାଇଁ ପଞ୍ଚାୟତ ପକ୍ଷରୁ ୪ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହେଉଥିବା ଏହି ପୋଲ ଅଧପନ୍ତରିଆ ଭାବେ ପଡ଼ି ରହିଛି । ଏସବୁ ସମସ୍ୟା ବାବଦରେ ଗ୍ରାମବାସୀ, ସ୍ଥାନୀୟ ୱାର୍ଡ ମେମ୍ବର ଓ ସରପଞ୍ଚଙ୍କୁ  ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ତାହା ଆଜି ପର୍ଯ୍ୟନ୍ତ ସମାଧାନ ହୋଇପାରିନଥିବା ଅଭିଯୋଗ ହୋଇଛି ।   ବଲାଣୀ ପଞ୍ଚାୟତର ଲୋକେ ଆଜି ବି ସରକାରଙ୍କ ସମସ୍ତ ମୌଳିକ ସୁବିଧାରୁ ବଞ୍ଚିତ ହୋଇରହିଛନ୍ତି । ନିର୍ବାଚନ ପୂର୍ବରୁ ପାଣି ଓ ରାସ୍ତା ସମସ୍ୟାର ସମାଧାନ କରିବାକୁ ଦାବି କରିଛନ୍ତି ଅଞ୍ଚଳବାସୀ । ନଚେତ ଭୋଟ ବର୍ଜନ ଚେତାବନୀ ଦେଇଛନ୍ତି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ ଓଡ଼ିଶା ଖବର 
 

Sponsored
Even after 24 years of rule, the state government has not been able to provide drinking water and roads to the tribal areas. | Argus News