Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

୨୪ବର୍ଷ ଶାସନ ପରେ ବି ପିଇବାକୁ ପାଣି ନାହିଁ

Ritu Das
Browse all articles by Ritu Das
·2 years ago·2 min read
୨୪ବର୍ଷ ଶାସନ ପରେ ବି ପିଇବାକୁ ପାଣି ନାହିଁ

ଅର୍ଗସ ବ୍ୟୁରୋ: ୨୪ବର୍ଷର ଶାସନ ପରେ ବି  ଆଦିବାସୀ  ଅଞ୍ଚଳରେ  ପିଇବା ପାଣିର ସୁବିଧା କରି ପାରିନାହାନ୍ତି ବିଜେଡି ସରକାର। ଆଜିବି ପିଇବା ପାଣି ପାଇଁ ଗୋଟିଏ ଗାଁରୁ ଆଉ ଗୋଟିଏ ଗାଁକୁ ଯାଉଛନ୍ତି। ତା'ପରେ ମେଣ୍ଟୁଛି ଶୋଷ। ମୁନ୍ଦାଏ ପାଣି ପାଇଁ ସଂଘର୍ଷ କରୁଛନ୍ତି ଏହି ଗାଁ ଲୋକେ। ଏଦୃଶ୍ୟ ଦିନେ କି ଦୁଇ ଦିନର ନୁହେଁ ବର୍ଷ ବର୍ଷ ବର୍ଷ ଧରି ଏଭଳି ସମସ୍ୟା ଲାଗି ରହିଛି। ଆମେ କହୁଛୁ ବୋରିଗୁମ୍ମା ବ୍ଲକ ସସାହାଣ୍ଡି  ପଞ୍ଚାୟତର ବାମୁନୀଆ ଗୁଡ଼ା ଗାଁ କଥା। 

ଟିକିଏ ନଜର ପକାନ୍ତୁ ଏହି ଦୃଶ୍ୟ ଉପରେ ମୁନ୍ଦାଏ ପାଣି ପାଇଁ ଡହଳ ବିକଳ ହେଉଛନ୍ତି ଗାଁ ଲୋକେ। ବାମୁନିଆ ଗୁଡ଼ା ଗାଁରେ ରୁହନ୍ତି ପ୍ରାୟ ୩୦୦ ରୁ ଉର୍ଦ୍ଧ୍ବ ପରିବାର। ସକାଳ ପାହିଲେ ଲୋକଙ୍କୁ ଘାରେ ପାଣି ଚିନ୍ତା। ସେଥିପାଇଁ ଗରା ମାଠିଆ ଧରି ତିନିକିଲୋମିଟର ଯାଇ ନଳକୂପରୁ ପାଣି ଆଣୁଛନ୍ତି। ପୁରୁଷ ମାନେ ବାଇକରେ ଡ୍ରମ ବାନ୍ଧି ପାଣି ଆଣନ୍ତି। ଦିନର ଗୋଟିଏ ଓଳି ପାଣି ବୁହାରେ ସମୟ କଟିଯାଏ ଆଉ ଦିନ ମଜୁରିଆ କାମକୁ ଯିବାକୁ ସମୟ ପାଆନ୍ତି ନାହିଁ। ବୃଦ୍ଧ ବୃଦ୍ଧା ଚାଲିବାରେ ଅକ୍ଷମ ସେମାନେ ଗାଁରେ ରହିଥିବା ପରିତ୍ୟକ୍ତ କୂଅରୁ କିମ୍ବା ନିକଟସ୍ଥ କେନାଲର ଦୂଷିତ ପାଣି ବ୍ୟବହାର କରନ୍ତି। 

ଆଜି ପର୍ଯ୍ୟନ୍ତ ଗାଁରେ ଗୋଟିଏ ହେଲେ ନଳକୂପ ନାହିଁ । ପ୍ରଶାସନ ପକ୍ଷରୁ ଅନ୍ୟ ଗାଁରୁ ପାଇପ ଲାଇନ ଯୋଗେ ପାଣି ପହଞ୍ଚାଇ ଥିଲେ କିନ୍ତୁ ତାହା ମଧ୍ୟ ଦିନେ ଆସିଲେ ଦୁଇ ଦିନ ବନ୍ଦ ରୁହେ। ବର୍ଷ ବର୍ଷ ଧରି ବାମୁଣିଆ ଗୁଡ଼ା ଗ୍ରାମବାସୀ ଭୋଗୁଛନ୍ତି ଜଳ କଷ୍ଟ। କେନାଲ ଏବଂ ପରିତ୍ୟକ୍ତ କୂଅରୁ ଦୂଷିତ ପାଣି ପିଇ ଦୁଇ ବର୍ଷ ତଳେ  ଝାଡ଼ା ବାନ୍ତିରେ ଆକ୍ରାନ୍ତ ହୋଇଥିଲେ ଗ୍ରାମବାସୀ। ସେଥିପାଇଁ ଖରାଦିନ ଆସିଲେ ଯମ ଦଣ୍ଡ ଭୋଗନ୍ତି ଗାଁ ଲୋକେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଗ୍ରାମବାସୀ ଜଳ ସମସ୍ୟା ନେଇ ବିଡ଼ିଓ, ଜିଲ୍ଲାପାଳଙ୍କଠାରୁ ଆରମ୍ଭ କରି ନେତା ମନ୍ତ୍ରୀଙ୍କୁ ଗୁହାରି କରି କରି ଥକିଗଲେଣି କିନ୍ତୁ ସମାଧାନ ହୋଇ ପାରୁ ନାହିଁ। ଲୋକେ ଖରା ଦିନ ଆସିଲା ପାଣି ପାଇଁ ହାହାକାର ହୁଅନ୍ତି। ନିର୍ବାଚନ ପୂର୍ବରୁ ସରପଞ୍ଚ ହୁଅନ୍ତୁ କି ବିଧାୟକ ଭୋଟ ପାଇଁ ଗାଁ ଲୋକଙ୍କୁ ପାଣି ପାଇଁ ପ୍ରତିଶ୍ରୁତି ଦିଅନ୍ତି ଭୋଟ ସରିଲେ କିନ୍ତୁ ସବୁ ଭୁଲି ଯାଆନ୍ତି। ଏଣୁ ଚଳିତ ନିର୍ବାଚନ ପୂର୍ବରୁ  ଗ୍ରାମବାସୀ  ଚରମ ନିଷ୍ପତ୍ତି ନେଇଛନ୍ତି ପ୍ରଥମେ ପାଣି ଦିଅ ପରେ ଭୋଟ ନିଅ ନଚେତ ଭୋଟ ବର୍ଜନ କରିବାକୁ ଚେତାବନୀ ଦେଇଛନ୍ତି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Sponsored