Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - 24 ବର୍ଷ ପରେ ବି ଓଡିଶା ଲୋକଙ୍କ ଭାଗ୍ୟରେ ନାହିଁ ଶୁଦ୍ଧ ପାନୀୟ ଜଳ

Odisha

24 ବର୍ଷ ପରେ ବି ଓଡିଶା ଲୋକଙ୍କ ଭାଗ୍ୟରେ ନାହିଁ ଶୁଦ୍ଧ ପାନୀୟ ଜଳ

Manini Pattanayak
Browse all articles by Manini Pattanayak
·2 years ago·2 min read
24 ବର୍ଷ ପରେ ବି ଓଡିଶା ଲୋକଙ୍କ ଭାଗ୍ୟରେ ନାହିଁ ଶୁଦ୍ଧ ପାନୀୟ ଜଳ

 ଭୁବନେଶ୍ୱର: ରାଉରକେଲା, ହୀରାକୁଦ ପରେ ସମ୍ବଲପୁର, ଗତ ଚାରି ମାସ ଭିତରେ ରାଜ୍ୟର ଏ ପ୍ରମୁଖ ସହରମାନଙ୍କରେ ବ୍ୟାପିଛି ଝାଡ଼ାବାନ୍ତି। ଆଉ ଏବେ କଟକ ସହରରେ ଜଣ୍ଡିସ ରୋଗର ଆତଙ୍କ। ଏ ସବୁ ମହାମାରୀ ପଛର କାରଣ ହେଉଛି ଦୂଷିତ ପିଇବା ପାଣି। 24 ବର୍ଷର ସ୍ଥିର ଶାସନ ପରେ ବି ରାଜ୍ୟବାସୀଙ୍କୁ ପିଇବାକୁ ଶୁଦ୍ଧ ପାଣି ମୁନ୍ଦେ ଯୋଗାଇ ପାରିଲେନି ବିଜେଡି ସରକାର। ଏଥିପାଇଁ କେନ୍ଦ୍ର ସରକାର ଶହ ଶହ କୋଟି ଟଙ୍କା ଯୋଗାଉଥିବାବେଳେ ରାଜ୍ୟ ସରକାରଙ୍କ ଅପାରଗତାରୁ ଓଡ଼ିଶା ସାରା ଲୋକେ ଭୋଗୁଛନ୍ତି ଜଳ ଦୁର୍ଦ୍ଦଶା। ଆଜି ଏ ନେଇ ବିଜେଡି ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି କଟକ ସାଂସଦ ଭର୍ତ୍ତୃହରି ମହତାବ। ଚାଷୀଙ୍କୁ ଧୋକ୍କା ଦେଇ ଶିଳ୍ପକୁ ପାଣି ଦେଉଛନ୍ତି ସରକାର...ବିଗତ 5 ବର୍ଷରେ ହରଘର ନଳ ଯୋଜନାରେ ରାଜ୍ୟକୁ ଆସିଛି 10 ହଜାର କୋଟି ଟଙ୍କା.. ରାଜ୍ୟର ଭାଗ ବି 10 ହଜାର କୋଟି ... ହେଲେ ସିଏଜି ରିପୋର୍ଟ କହୁଛି ମାତ୍ର 824 କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ରାଜ୍ୟ ସରକାର..  ଏ କଣ ଡ୍ରିଙ୍କ ଫ୍ରମ ଟ୍ୟାପର ଉପଲବଧି ବୋଲି ପ୍ରଶ୍ନ କରିଛନ୍ତି ବିଜେପିର ଲୋକସଭା ପ୍ରାର୍ଥୀ ଭର୍ତ୍ତୃହରି ମହତାବ।

ମହାନଦୀକୁ ମା କହି ମାର ସୁରକ୍ଷା ପାଇଁ ଆନ୍ଦୋଳନ କରିଥିବା ବିଜେଡିକୁ ବାଣ ମାରିଛନ୍ତି ଭର୍ତ୍ତୃହରି.. ନା  ସରକାର ଘୋଷଣା କରିଥିବା  ସ୍ଥାନରେ ଡ୍ୟାମ କଲେ ନା ନଦୀ ଜଳ ବ୍ୟବହାର କରିବା ପାଇଁ ପ୍ରକଳ୍ପ କଲେ...ଫଳରେ ଆଜି ଉତ୍କଟ ସ୍ଥିତି ସୃଷ୍ଟି ହୋଇଛି ବୋଲି କହିଛନ୍ତି ଭର୍ତ୍ତୃହରି... ଗ୍ରାମାଞ୍ଚଳର 24 ଲକ୍ଷ ଲୋକ ଶୁଦ୍ଧ ପିଇବା ପାଣି ପାଉନାହାଁନ୍ତି.. ସେହପିରି ସହରର 31.2 ପ୍ରତିଶତ ଲୋକ ପାଉନାହାଁନ୍ତି ଶୁଦ୍ଦ ପିଇବା ପାଣି.. ସହର ବାସିନ୍ଦାଙ୍କ ପାଇଁ ସରକାର ଡ୍ରିଙ୍କ ଫର୍ମ ଟ୍ୟାପ କରିଥିବା ବେଳେ,  ଏତେ ଲୋକଙ୍କ ପାଖରେ ଶୁଦ୍ଦ ପିଇବା ପାଣି କାହିଁକି ନାହିଁ ବୋଲି ସରକାରଙ୍କୁ ପ୍ରଶ୍ନ କରିଛନ୍ତି ଭର୍ତ୍ତୃହରି। 

 କେବଳ କଟକ ନୁହେଁ ଅନେକ ଅଂଚଳରେ ଆଜି ଜଳସଂଙ୍କଟ ସୃଷ୍ଟି ହୋଇଛି.. ଏ ହେଉଛି ଖୋଦ ଜଳସଂପଦ ମନ୍ତ୍ରୀ  ଟୁକୁନି ସାହୁଙ୍କ ନିର୍ବାଚନ ମଣ୍ଡଳୀର ଚିତ୍ର.. ଟିଟିଲାଗଡର ସଇଁନ୍ତଲା  ଲାଚୁଟ ଗାଁର  ମହିଳା ନଇ ଭିତରେ ଚୁଆ ଖୋଳି ପାଣି ଆଣୁଛନ୍ତି... ହେଲେ ଟୋପେ ପାଣି ପାଇବା ପାଇଁ ଏଠି ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡୁଛି .... ନିର୍ବାଚନ ବେଳେ ଭୋଟ ମାଗିବା ପାଇଁ ଅନେକ ଥର ଏହି ଗାଁକୁ ଆସିଛନ୍ତି ଟୁକୁନି.. ହେଲେ ନିର୍ବାଚନ ପରେ ଗାଁ ଲୋକଙ୍କ ଜଳକଷ୍ଟକୁ ମନ୍ତ୍ରୀ ଭୁଲିଯାନ୍ତି ବୋଲି ଅଭିଯୋଗ କରିଛନ୍ତି ଲୋକେ।  ଶୁଦ୍ଦ ପିଇବା ପାଣି  ନ ମିଳିବାଯୋଗୁ କିଛି ଦିିନ ତଳେ ରାଉରକେଲାରେ ବ୍ୟାପିଥିଲା ହଇଜା .. 17 ଲୋକଙ୍କ ଜୀବନ ଗଲା.. ହୀରାକୁଦ ଦୁଷିତ ପାଣି ଯୋଗୁ ଡାଇରିଆ ବ୍ୟାପି 4 ଜଣଙ୍କ ମୃତ୍ୟୁ ହେଲା 288 ଆକ୍ରାନ୍ତ ହେଲେ.. ସମ୍ବଲପୁରରେ ବି ଝାଡାବାନ୍ତି ବ୍ୟାପିଲା... ଏବେ କଟକରେ ଏହି ଦୁଷିତ ପାଣି ଯୋଗୁ କାୟା ମେଲାଉଛି ଜଣ୍ଡିସ... ପ୍ରଶ୍ନ 24 ବର୍ଷର ସରକାର ଲୋକଙ୍କୁ ଶୁଦ୍ଦ ପିଇବା ପାଣି ମୁନ୍ଦେ ଦେଇ ନପାରିବାକୁ କଣ କହିବା ଅପାରଗତା ନା ରୁପାନ୍ତରିକର॥

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ ଓଡ଼ିଶା ଖବର 
 

Sponsored
Even after 24 years, the people of Odisha do not have pure drinking water | Argus News