ପୁଣି ପଦାରେ ପଡ଼ିଲା ମିଛୁଆ ରାଧୁଆ ସରକାର ର ଅସଲ ଚେହେରା

ସମ୍ବଲପୁର: ପୁଣି ପଦାରେ ପଡ଼ିଲା ମିଛୁଆ ରାଧୁଆ ସରକାର ର ଅସଲ ଚେହେରା। ଦୁର୍ଗମ ରେ ଦୁର୍ଦ୍ଦଶା ରେ ଦୁର୍ଗମ ବାସି ।୨୫ ବର୍ଷ ପରେ ବି ଅପହଞ୍ଚ ସରକାରି ଯୋଜନା। ରାସ୍ତା ,ସ୍ଵାସ୍ଥ୍ୟ ,ଶିକ୍ଷା ଏମାନ ଙ୍କ ପାଇଁ ସାତ ସପନ। ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀ ଯଯୁମରା ବ୍ଲକ କାୟାକୁଦ ପଞ୍ଚାୟତର ଏହି କାରଦର ଗ୍ରାମ । କେମିତି ଅନ୍ତେବାସୀ ଭଳି କଟୁଛି ଏମାନଙ୍କ ଜୀବନ । ସବୁଠାରୁ ବଡ କଥା କି ଦିର୍ଘ ୨୫ ବର୍ଷ ସରକାର ପରେ ଭି ନା ରାଜ୍ୟ ସରକାର ଏମାନଙ୍କ ପାଖରେ ପହଞ୍ଚାଇବାକୁ ଉଦ୍ୟମ କଲେ ନା ଲଗାତାର ଏହି ନିର୍ବାଚନ ମଣ୍ଡଳୀ ରେ ଜିତି ଆସୁଥିବା ଶାସକ ଦଳର ନେତା ଉଦ୍ୟମ କଲେ । ଆଜିବି ଦି ଟୋପା ସୁଧ ପାନୀୟ ଜଳ ପାଇଁ ଏମାନଙ୍କୁ ନିର୍ଭର କରିବାକୁ ପଡୁଛି ଗ୍ରାମର ଶେଷ ମୁଣ୍ଡରେ ଥିବା ଏକ ଅଳିଆରେ ଭର୍ତ୍ତି କୂଅରୁ । ରାସ୍ତା କଥା ତ ନ କହିଲେ ନସରେ ମୁଖ୍ୟ ରାସ୍ତାରୁ ପ୍ରାୟ ୩ କିଲୋମିଟର ଏମାନଙ୍କୁ ଆଜିବି ଜଙ୍ଗଲ ଓ ଚାଷ ଜମି ଭିତରେ ଚାଲି ଚାଲି ନିଜ ଗ୍ରାମ କୁ ଯିବାକୁ ପଡୁଛି m। ଖାଲି ସେତିକି ନୁହେଁ ଗ୍ରାମରେ ଥିବା ଅନେକ ବୃଦ୍ଧାଙ୍କୁ ଆଜି ଯାଏ ଭତା ଭି ମିଳିଲା ନାହି କି ଗ୍ରାମବାସୀ ଙ୍କୁ ମୁଣ୍ଡ ଗୁଞ୍ଜିବା ପାଇଁ ଆବାସ ଟିଏ ମିଳିଲା ନାହିଁ ।
ଅନ୍ୟପଟେ ସ୍ଥାନୀୟ ନେତା ଓ ବୁଦ୍ଧିଜୀବୀ ମାନେ ସରକାରଙ୍କ ଏହି ମିଛ ପ୍ରତିଶ୍ରୁତିକୁ ନେଇ ସରକାରଙ୍କୁ କଟାକ୍ଷ କରିବା ସହ ପୂର୍ବତନ ବିଧାୟକ ତଥା ୨୪ ନିର୍ବାଚନ ପାଇଁ ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀରେ ପୁନଃବାର ପ୍ରତିଦ୍ବନ୍ଦିତା କରୁଥିବା ପ୍ରସନ୍ନ ଆଚାର୍ଯ୍ୟ ନିଜ ଅପାରଗତାକୁ ସ୍ବୀକାର କରିଥିଲେ ସେହି କଥା କୁ ମନେ ପକାଇଥିଲେ । ରାଜ୍ୟ ସରକାର ତ ବିକାଶ କଥା କହୁଛନ୍ତି କିନ୍ତୁ ପୂର୍ବତନ ବିଧାୟକ ନିଜ ଭୁଲକୁ ମାନିବା ସହ ବିକାଶ ହୋଇନଥିବା କଥା ଭି କହିଛନ୍ତି । ଯାହା ସ୍ପଷ୍ଟ ଭାବେ ପ୍ରମାଣିତ କରୁଛି କି ରାଜ୍ୟ ସରକାର ବର୍ତ୍ତମାନ ଯାଏ ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀର ବିକାଶ ଉପରେ ଗୁରୁତ୍ବ ଦେଇନାହାନ୍ତି ।
ଅଧିକ ପଢନ୍ତୁ ଓଡ଼ିଶା ଖବର