Videos
|
Odisha

ବିଜୁ ଜନତା ଦଳ ଫଣ୍ଡିଂରେ ମଦ ବ୍ୟବସାୟୀଙ୍କ ବଡ଼ ଭୂମିକା !

Manini Pattanayak
Browse all articles by Manini Pattanayak
·2 years ago·2 min read
ବିଜୁ ଜନତା ଦଳ ଫଣ୍ଡିଂରେ ମଦ ବ୍ୟବସାୟୀଙ୍କ ବଡ଼ ଭୂମିକା !

ଭୁବନେଶ୍ୱର:  ଗରିବ ଓଡ଼ିଆଙ୍କୁ ଲୁଟ୍ କରି ଛିଡ଼ା କରାଗଲା ଟଙ୍କା ପାହାଡ଼। 5 ଦିନ ପରେ ବି ସରୁନି ଗଣା।  ମଦ ଟଙ୍କା 500 କୋଟି ପାର ହେବାର ଆକଳନ। କେବଳ ଟଙ୍କା ଆଦାୟ ପାଇଁ ମଦ ନୀତିରେ ଦେଶୀ ମଦକୁ ପ୍ରୋତ୍ସାହନ। ବିଜେପିର ଅଭିଯୋଗ, ବିଜେଡି ଫଣ୍ଡିଂରେ ମଦ ବ୍ୟବସାୟୀଙ୍କ ବଡ଼ ଭୂମିକା। କେନ୍ଦ୍ର ଶିକ୍ଷାମନ୍ତ୍ରୀ କହିଲେ, ଯେଉଁମାନେ ଉତ୍ତରଦାୟୀ, ସେମାନେ ମୁହଁରେ ତୁଣ୍ଡି ନ ବାନ୍ଧି ଉତ୍ତର ଦେବାକୁ ବାଧ୍ୟ। 
 
ଓଡ଼ିଶାର ସବୁଠୁ ବଡ଼ ଆଇଟି ରେଡରେ ଜବତ ଟଙ୍କାର ପାହାଡ଼କୁ ଗଣି ଗଣି ହାଲିଆ ହାଲିଆ ହେଲେଣି କର୍ମଚାରୀ। କିନ୍ତୁ ସରୁନି ହିସାବ। 30ଟି ମେସିନରେ ଟଙ୍କା ଗଣା ଚାଲିଛି। ବ୍ୟାକଅପ୍ ପାଇଁ ୧୦ ମେସିନ ସହ ରୋବୋଟିକ ମେସିନ ବି କାମରେ ଲାଗିଛି । ଗଣାସରିବା ୩ଟା ମେସିନରେ ବଣ୍ଡଲିଂ କରାଯାଉଛି। ବଲାଙ୍ଗିରରୁ ଜବତ ୧୭୬ ବସ୍ତା ମଧ୍ୟରୁ ୧୪୦ ବସ୍ତାର ଗଣତି ସରିଲାଣି । ଜବତ ଟଙ୍କାର ପରିମାଣ 500 କୋଟିରୁ ଅଧିକ ହେବ ବୋଲି ଆକଳନ କରାଯାଉଛି। 

ଗରିବ ଓଡ଼ିଶାବାସୀଙ୍କୁ ଲୁଟି ଛିଡ଼ା କରାଯାଇଛି ଏ ଟଙ୍କାର ପାହାଡ଼। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେତେ ପ୍ରଭାବଶାଳୀ ହେଲେ ବି କେଳେଙ୍କାରୀରେ ସମ୍ପୃକ୍ତ କାହାରିକୁ ଛାଡ଼ିବେନି ମୋଦି ସରକାର। ଅଭିଯୁକ୍ତ କଂଗ୍ରେସ ସାଂସଦଙ୍କ ପରିବାର ଲଗାତାର ଓଡ଼ିଶାରେ କରିଆସୁଥିଲା ବ୍ୟବସାୟ। ଯେଉଁମାନେ ଉତ୍ତରଦାୟୀ, ସେମାନେ ମୁହଁରେ ତୁଣ୍ଡି ନ ବାନ୍ଧି ଉତ୍ତର ଦେବାକୁ ବାଧ୍ୟ।   ଏତେ ଟଙ୍କା, ଯାହାକୁ ନେଇ ସାରା ଦେଶରେ ଚର୍ଚ୍ଚା। ଓଡ଼ିଶା ଭଳି ରାଜ୍ୟରେ ମଦରୁ ଏତେ ଟଙ୍କା ଆଦାୟ ହେବା ଆଶ୍ଚର୍ଯ୍ୟର କଥା। କିନ୍ତୁ ପ୍ରଶ୍ନ ଉଠୁଛି ଏତେ ଟଙ୍କା ଆଦାୟ ହେଲା ନା ଆଦାୟ କରାଗଲା।

ସବୁଠାରୁ ବଡ଼ ଆଙ୍ଗୁଳି ଉଠୁଛି ଓଡ଼ିଶାର ଶାସନ କଳ ଓ ଶାସକ ଦଳ ଉପରେ। ଆଉ ପ୍ରଶ୍ନ ଘେରକୁ ଆସିଛି ରାଜ୍ୟ ସରକାରଙ୍କ ମଦ ନୀତି। ଅଭିଯୋଗ ହେଉଛି ଉଦ୍ଦେଶ୍ୟ ମୂଳକ ଭାବେ ଦେଶୀମଦକୁ ପ୍ରୋତ୍ସାହନ ଦେବା ପାଇଁ ପ୍ରସ୍ତୁତ କରାଯାଇଛି ମଦ ନୀତି । ମନଇଚ୍ଛା ଟଙ୍କା ଆଦାୟ ପାଇଁ ଏଥିରେ ବ୍ୟବସ୍ଥା କରାଯାଇଛି। 25 ବର୍ଷ ହେଲା ରାଜ୍ୟରେ ହୋଇନାହିଁ ମଦ ଲାଇସେନ୍ସ ପାଇଁ ଚେଣ୍ଡର। ବାରମ୍ବାର ମୁଷ୍ଟିମେୟ ଲୋକଙ୍କର ମଦ ବ୍ୟବସାୟ ଲାଇସେନ୍ସ ରିନ୍ୟୁ କରାଯାଉଛି । ଆଉ ଏହି ବ୍ୟବସାୟୀ ମାନେ ହିଁ ଶାସକ ବିଜେଡିର ଦଳୀୟ ଫଣ୍ଡିଂର ଆଗରେ। 
 ମଦ ସାମ୍ରାଜ୍ୟର ଗୁମର ଖୋଲୁଛି ତା ସହ ସାମ୍ନାକୁ ଆସୁଛି ମଦ ବ୍ୟବସାୟୀଙ୍କ ସହ ବିଜେଡି ନେତା ଓ ମନ୍ତ୍ରୀଙ୍କ ଲିଙ୍କର ପ୍ରମାଣ। ରାଜ୍ୟ ପୋଲିସ, ଅବକାରୀ ବିଭାଗରୁ ନେଇ ଭିଜିଲାନ୍ସ ଏତେ ତଦନ୍ତକାରୀ ସଂସ୍ଥା କାହିଁକି ଚୁପ୍ ଥିଲେ ତାହା ସବୁଠାରୁ ବଡ଼ ପ୍ରଶ୍ନ। 

ଅଧିକ ପଢନ୍ତୁ  ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: