Videos
|
Odisha

ବରଗଡ଼ ଭେଡେନରେ ଚାଷୀଙ୍କ ହତ୍ୟାର 7 ଦିନ ପରେ ବି ପୋଲିସ ହାତ ଖାଲି

Manini Pattanayak
Browse all articles by Manini Pattanayak
·2 years ago·2 min read
ବରଗଡ଼ ଭେଡେନରେ ଚାଷୀଙ୍କ ହତ୍ୟାର 7 ଦିନ ପରେ ବି ପୋଲିସ ହାତ ଖାଲି

ବରଗଡ:  ଧାର କରିଥିବା ଟଙ୍କା ଆଦାୟ କରିବା ନାଁରେ ଗରିବ ଚାଷୀଙ୍କୁ ଘରୁ ଡାକିନେଲେ, ବିଷ ପିଆଇ ହତ୍ୟା କଲେ। ବରଗଡ଼ ଭେଡେନ୍ ବ୍ଲକ୍ ସାଲେପାଲି ଗାଁରେ ସାମ୍ନାକୁ ଆସିଲା ମଧ୍ୟଯୁଗୀୟ ବର୍ବରତା। ଚାଷୀ ସାଧୁ ସାହୁଙ୍କ ହତ୍ୟା ଘଟଣାକୁ 7 ଦିନ ବିତିଲାଣି। କିନ୍ତୁ ଏ ଯାଏଁ ପୋଲିସ ହାତ ଖାଲି। 7 ଦିନ ଭିତରେ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ପ୍ରତିଶ୍ରୁତି ଦେଇଥିଲା ପୋଲିସ। କିନ୍ତୁ ୩୦୨ ଦଫାରେ ହତ୍ୟା ମାମଲା ରୁଜୁ କରି ହାତ ବାନ୍ଧି ବସିଛି। ମୃତ ଚାଷୀଙ୍କ ପରିଜନ ଆଣିଛନ୍ତି ସଂଗୀନ ଅଭିଯୋଗ, ଅଭିଯୁକ୍ତ ବିଜେଡି ନେତା ସୁନାଧର ସାଥୁଆଙ୍କୁ ପୋଲିସ ଘଣ୍ଟ ଘୋଡ଼ାଉଛି, ସ୍ଥାନୀୟ ବିଜେଡି ବିଧାୟିକା ସ୍ନେହାଙ୍ଗିନୀ ଛୁରିଆଙ୍କ ଚାପରେ ଅଭିଯୁକ୍ତଙ୍କୁ ସୁରକ୍ଷା ଦେଉଛି। 

 ଚାଷୀ ସାଧୁ ସାହୁଙ୍କ ହତ୍ୟା ପଛରେ ରହିଛି ମହାଜନୀ କାରବାର। ଏବେ ବରଗଡ଼ ଜିଲ୍ଲାରେ ଚାଲିଛି ମହାଜନୀ ଶାସନ। ଉତ୍ପୀଡ଼ନର ଶିକାର ହେଉଛନ୍ତି ହଜାର ହଜାର ସାଧୁ ସାହୁ। ଚାଷୀଙ୍କ ଅର୍ଥାଭାବର ଫାଇଦା ଉଠାଇ ଚାଲିଛି ଶୋଷଣ। ତେବେ ବଡ଼ ପ୍ରଶ୍ନ ହେଲା ଓଡ଼ିଶାର ଭାତହାଣ୍ଡିରେ ପୁଞ୍ଜିବାଦକୁ ପ୍ରୋତ୍ସାହନ ଦେଉଛି କିଏ ? ଅଭିଯୋଗ ହେଉଛି ଏହା ପଛରେ ରହିଛି ସ୍ଥାନୀୟ ବିଜେଡି ନେତା ଓ ବିଧାୟକଙ୍କ ପ୍ରଚ୍ଛନ୍ନ ସମର୍ଥନ । ସ୍ନେହାଙ୍ଗିନି ଛୁରିଆ, ପ୍ରଦୀପ ଅମାତଙ୍କ ଭଳି ନେତାଙ୍କ ଯୋଗୁ ଅନ୍ଧାରରେ ଅଞ୍ଚଳ ଚାଷୀଙ୍କ ଭାଗ୍ୟ ଓ ଭବିଷ୍ୟତ।  ସାଲେପାଲି ଗାଁରେ ପହଞ୍ଚି ମୃତ ଚାଷୀଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ସଭାପତି  ଓ ପ୍ରତିନିଧି ମଣ୍ଡଳୀ। ପରିଜନଙ୍କୁ ୫୦ ଲକ୍ଷ କ୍ଷତିପୂରଣ, ସହ ପୁଅକୁ କର୍ମ ନିଯୁକ୍ତି ପାଇଁ ଦାବି କରିଛନ୍ତି।  ପ୍ରଶ୍ନ ହେଲା ହତ୍ୟା ଅଭିଯୁକ୍ତ ବିଜେଡି ନେତା ସୁନାଧର ସାଥୁଆ ଏବେ କେଉଁଠି ? ସୁନାଧରର ଫେରାର ରୁଟ୍ ସମ୍ପର୍କରେ ସୂଚନା ଥାଇବି କାହିଁକି ଚୁପ୍ ବସିଛି ପୋଲିସ। ଅଭିଯୋଗ ଅନୁସାରେ ଫେରାର ହେବାରେ ସାହାଯ୍ୟ କରିଥିବା ଭେଡେନ ବ୍ଲକ ଉପାଧ୍ୟକ୍ଷ ଡୋଲାମଣୀ କ୍ଷେତିଙ୍କ ବିରୋଧରେ କାହିଁକି ହେଉନାହିଁ କାର୍ଯ୍ୟାନୁଷ୍ଠାନ ?  
ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Even after 7 days of the farmer's murder in Bargarh Veden, the police are empty-handed | Argus News