Videos
|
Odisha

୭୦ ବର୍ଷ ପରେ ମଧ୍ୟ ଗାଁକୁ ନାହିଁ ରାସ୍ତା

Banajyotshna Ray
Browse all articles by Banajyotshna Ray
·2 years ago·1 min read
୭୦ ବର୍ଷ ପରେ ମଧ୍ୟ ଗାଁକୁ ନାହିଁ ରାସ୍ତା

ଅର୍ଗସ ବ୍ୟୁରୋ:  କଳାହାଣ୍ଡି ଜୁନାଗଡ଼ ବ୍ଲକର ରାଜପୁର ପଞ୍ଚାୟତ ଅନ୍ତର୍ଗତ ଝାରବନ୍ଧ ଗାଁର ମାଝୀପଡା। ୫୦ରୁ ଉର୍ଦ୍ଧ୍ଭ ଲୋକ ରହୁଥିବା ଏହି ଗାଁକୁ ନାହିଁ ରାସ୍ତା । ପ୍ରାୟ ୭୦ ବର୍ଷ ତଳେ ଜଙ୍ଗଲ ପାହାଡ ଘଏରା ଏହି ଗାଁରେ ଜନବସତି ଆରମ୍ଭ ହୋଇଥିଲା।  ବର୍ତ୍ତମାନ ଏଠାରେ ଛୋଟବଡ଼ ମିଶି ପ୍ରାୟ ୫୦ ରୁ ଉର୍ଦ୍ଧ୍ବ ପରିବାର ରହୁଛନ୍ତି । କିନ୍ତୁ ଗାଁକୁ ଯିବାକୁ ରାସ୍ତା ନ ଥିବାରୁ  ପଡାବାସୀ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

୭୦ ବର୍ଷ ପରେବି ଗାଁକୁ ରାସ୍ତା ସଂଯୋଗ ହୋଇ ପାରିନଥିବା ବେଳେ ଏବେ କେନାଲହୁଡା ସାଜିଛି ପଡ଼ାବାସୀଙ୍କ ଲାଇଫଲାଇନ । ବର୍ଷ ତମାମ ଲୋକ ଏହି ରାସ୍ତାରେ ଯିବା ଆସିବା କରୁଛନ୍ତି। ତେବେ ବର୍ଷା ଦିନରେ ଚିନ୍ତା ବଢାଉଛି ଏହି କଚ୍ଚା ରାସ୍ତା। ପାଦଚଲା ଏହି ହିଡ ଉପରେ ଚାରିଚକିଆ ଯିବା ଆସିବା ମୁସ୍କିଲ ହୋଇ ପଡୁଛି। ଏମିତିକି ଗାଁକୁ ଆମ୍ବୁଲାନ୍ସ ମଧ୍ୟ ପହଞ୍ଚି ପାରୁ ନଥିବା ଅଭିଯୋଗ ହୋଇଛି।

ରାସ୍ତା ନିର୍ମାଣ ପାଇଁ ପଡ଼ାବାସୀ ଇନ୍ଦ୍ରାବତୀ ଡିଭିଜନ ଠାରୁ ଆରମ୍ଭ କରି ବ୍ଲକ ,ପଞ୍ଚାୟତ ଅଧିକାରିଙ୍କୁ ଅନେକ ଥର ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ । ହେଲେ କେହି ରାସ୍ତା ନିର୍ମାଣ ପାଇଁ ଆନ୍ତରିକତା ଦେଖାଉ ନାହାନ୍ତି। ୨୪ ବର୍ଷର ବିଜେଡି ସରକାର ରାସ୍ତା ନିର୍ମାଣରେ ଫେଲ ମାରିଥିବା ବେଳେ ବର୍ତ୍ତମାନର ବିଜେପି ସରକାର ଏହି ପଡାବାସୀଙ୍କ ଦୁଃଖ ଶୁଣି କେବେ ରାସ୍ତା ନିର୍ମାଣ କରିବେ ତାହା ଦେଖିବାକୁ ବାକି ରହିଲା ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Even after 70 years there is no road to the village | Argus News Odia