Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସ୍ୱାଧିନତାର ୭୫ ବର୍ଷ ପରେ ବି ମିଳିନି ମୌଳିକ ସୁବିଧା

Banajyotshna Ray
Browse all articles by Banajyotshna Ray
·2 years ago·1 min read
ସ୍ୱାଧିନତାର ୭୫ ବର୍ଷ ପରେ ବି ମିଳିନି ମୌଳିକ ସୁବିଧା

ଅର୍ଗସ ବ୍ୟୁରୋ: ଦୁର୍ଗମରେ ଦୁର୍ଦ୍ଦଶା। ସ୍ବାଧିନତାର ୭୫ ବର୍ଷ ପରେ ବି ଦୁର୍ଗମର ଏ ଆଦିବାସୀ ଅଞ୍ଚଳକୁ ମିଳିନି ମୌଳିକ ସୁବିଧା। ଗାଁରେ ବିଜୁଳି ସଂଯୋଗ ନଥିବାରୁ ଅନ୍ଧାରରେ ଦିନ କାଟୁଛନ୍ତି ଅଞ୍ଚଳବାସୀ। ଆମେ କହୁଛୁ କେନ୍ଦୁଝର ଜିଲ୍ଲା ହରିଚନ୍ଦନ ପୁର ବ୍ଲକ ରାସୋଳ ଗ୍ରାମପଞ୍ଚାୟତର ଖଜୁରୀଆ ପଞ୍ଚମ ଓ ତିନିପୋଲିଆପଞ୍ଚମର କଥା। ଏଠାରେ ବସବାସ କରନ୍ତି  ଚାରି ଗୋଟି ସାହିର ୮୦ରୁ ଅଧିକ ପରିବାର। କିନ୍ତୁ ବିଜୁଳି ନଥିବାରୁ, ସଞ୍ଜ ନଇଁବା କ୍ଷଣି ଡିବିରି ଆଲୁଅ ହିଁ ପାଲଟେ ଏମାନଙ୍କ ଏକମାତ୍ର ଭରଷା।

ବିଦ୍ୟୁତ ପାଇଁ ବାରମ୍ବାର ଅଭିଯୋଗ କରି ଆସୁଥିଲେ ସୁଦ୍ଧା ନେତା କିମ୍ବା ପ୍ରଶାସନ କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି। ପାଖରେ ରହିଛି ଦୈତାରୀ ଜଙ୍ଗଲ ଯାହାକୁ ବନ ସଂରକ୍ଷଣ ଅଞ୍ଚଳ କହି ବାରମ୍ବାର ସ୍ଥାନୀୟ ପ୍ରଶାସନ ଏମାନଙ୍କୁ ଠକି ଆସୁଛି।  ବିଜୁଳି ଆଲୁଅ ନଥିବାରୁ ଜୀବଜନ୍ତୁ ଭୟ ସହ ଅନ୍ଧାରେ ଜୁଝୁଛନ୍ତି ଅଞ୍ଜଳବାସୀ।  ଜିଲ୍ଲା ଖଣିଜ ପାଣ୍ଠିରୁ ଦୁଇ ତିନି ଖଣ୍ଡ ଷ୍ଟ୍ରୀଟ ଲାଇଟ ସହିତ ପଞ୍ଚାୟତ ତରଫରୁ ଖଣ୍ଡେ ଅଧେ ଲାଇଟ ପ୍ରଦାନ କରି ଚୁପ୍ ହୋଇ ରହିଛି ପ୍ରଶାସନ।ଆଦିବାସୀଙ୍କ ବିକାଶ ନାଁରେ କୋଟିକୋଟି ଟଙ୍କା ଖର୍ଚ୍ଚ ହେଉଥିବାବେଳେ ତୃଣମୂଳ ସ୍ତରରେ ଆଦିବାସୀଙ୍କର କେତେ ବିକାଶ ହୋଇଛି ଏହି ଦୃଶ୍ୟ ଦେଖିଲେ ସ୍ପଷ୍ଟ ବାରିହୋଇ ପଡୁଛି। ତେବେ ତୁରନ୍ତ ଏଠାରେ ବିଜୁଳି ସଂଯୋଗ କରିବାପାଇଁ ଗ୍ରାମବାସୀ ଦାବି କରିଛନ୍ତି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

Sponsored
Even after 75 years of independence, basic facilities are not available | Argus News