Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସ୍ୱାଧୀନତାର ୭୬ ବର୍ଷ ପରେ ବି ଗାଁରେ ପହଞ୍ଚି ପାରିନି ମୌଳିକ ସୁବିଧା

Banajyotshna Ray
Browse all articles by Banajyotshna Ray
·1 year ago·1 min read
ସ୍ୱାଧୀନତାର ୭୬ ବର୍ଷ ପରେ ବି ଗାଁରେ ପହଞ୍ଚି ପାରିନି ମୌଳିକ ସୁବିଧା

ଅର୍ଗସ ବ୍ୟୁରୋ:  ସ୍ୱାଧୀନତାର ୭୬ ବର୍ଷ ପରେ ଆଜି ବି ଏମିତି ଅନେକ ଗାଁ ଅଛି, ଯେଉଁଠି ପହଞ୍ଚି ପାରିନି ମୌଳିକ ସୁବିଧା । ରାସ୍ତା, ପିଇବା ପାଣି , ଶିକ୍ଷା ଓ ବାସସ୍ଥାନ ଏମାନଙ୍କ ପାଇଁ ଅପହଞ୍ଚ । ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ତୁକୁଡା ପଞ୍ଚାୟତର ଦେଉଳଖମଣ ଗାଁ । ଯେଉଁଠି ଆଦିବାସୀ ସଂପ୍ରଦାୟର ମାହାର ପରିବାର ଶହେ ବର୍ଷରୁ ଅଧିକ ଦିନ ହେବ ବସବାସ କରି ଆସୁଛନ୍ତି । ଏମାନେ ମୁଲ ମଜୁରୀ କରି ପରିବାର ଭୋକ ମେଣ୍ଟାଇନ୍ତି । ହେଲେ ଏମାନଙ୍କ ଉପରେ କାହାରି ନଜର ପଡ଼ିନି । ଗାଁକୁ ନା ରାସ୍ତା ଅଛି, ନା ପାନୀୟ ଜଳର ବ୍ୟବସ୍ଥା । ନାହିଁ ନାହିଁରେ ଏମାନଙ୍କ ଅତୀତ ଓ ବର୍ତ୍ତମାନ ।

ଗାଁକୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଆସିପାରୁନି । ଫଳରେ  ୩ କିଲୋମିଟର ଖଟିଆରେ ବୁହା ହୋଇ ଡାକ୍ତରଖାନା ଯାଉଛନ୍ତି ରୋଗୀ । ଗାଁରେ ପିଇବା ପାଣି କହିଲେ ୨ଟି ନଳକୂପ । ତାହା ବି କେତେବେଳେ ଚାଲେ ତ ଆଉ କେତେବେଳେ ଅଚଳ । ପାନୀୟ ଜଳ ଯୋଗାଣ ବିଭାଗ ଦେଢ଼ ବର୍ଷ ହେବ ପାଇପ୍‌ ଆଉ ଟ୍ୟାପ୍ ବ୍ୟବସ୍ଥା କରାଯାଇଛି ହେଲେ ଏବେ ଏହା ଭଙ୍ଗା ଅବସ୍ଥାରେ ପଡ଼ିରହିଛି । ଗାଁରେ ଅଙ୍ଗନବାଡ଼ି କେନ୍ଦ୍ରଟିଏ ନାହିଁ, ଫଳରେ ପ୍ରାଥମିକ ଶିକ୍ଷା ସହ ପୁଷ୍ଟିକର ଖାଦ୍ୟରୁ ବଞ୍ଚିତ ହେଉଛନ୍ତି ପିଲାଏ । ଗତ ୨୪ ବର୍ଷର ସ୍ଥିର ବିଜେଡି ସରକାର ଏମାନଙ୍କ ଦୁଃଖ ଶୁଣିଲେନି । ଏବେ ରାଜ୍ୟର ନୂଆ ବିଜେପି ସରକାର ଗ୍ରାମବାସୀଙ୍କ ସମସ୍ୟା ସମାଧାନ କରିବ ବୋଲି ଆଶା ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Even after 76 years of independence, basic facilities have not reached the village | Argus News