Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଥାନା ଖୋଲାଯିବାର ୯ ମାସ ବିତି ଯାଇଥିଲେ ସୁଦ୍ଧା ଲାଗିପାରିଲା ନାହିଁ ସିସିଟିଭି

Banajyotshna Ray
Browse all articles by Banajyotshna Ray
·1 year ago
ଥାନା ଖୋଲାଯିବାର ୯ ମାସ ବିତି ଯାଇଥିଲେ ସୁଦ୍ଧା ଲାଗିପାରିଲା ନାହିଁ ସିସିଟିଭି

ଅର୍ଗସ ବ୍ୟୁରୋ:  ବାରିପଦାର ଭଞ୍ଜପୁର ଥାନାରେ ନାହିଁ ସିସିଟିଭି । ରିୟାଲିଟି ଚେକ୍ କଲା ଅର୍ଗସ୍ । 2023 ମସିହା ସେପ୍ଟେମ୍ବର ମାସ 1 ତାରିଖରେ ନୂଆ କରି "ଭଞ୍ଜପୁର ଥାନା" ଖୋଲାଯାଇଥିଲା । ତତ୍କାଳୀନ ବିଜେଡି ସରକାର ରାଜ୍ୟରେ ୩୦ଟି ଥାନା ନୂଆ କରି ଖୋଲିଥିବାବେଳେ ବାରିପଦା ଟାଉନ ଥାନାକୁ ଭାଗ କରି ସହରର ୧୧ଟି ୱାର୍ଡ ବାସିନ୍ଦାଙ୍କ ସୁରକ୍ଷା ପାଇଁ ଭଞ୍ଜପୁର ଥାନା ଖୋଲା ଯାଇଥିଲା । ହେଲେ ଥାନା ଖୋଲାଯିବାର ବର୍ଷେ ୯ ମାସ ବିତି ଯାଇଥିଲେ ସୁଦ୍ଧା ଏଠାରେ ଆଜି ପର୍ଯ୍ୟନ୍ତ ସିସିଟିଭି ଲାଗିପାରିଲା ନାହିଁ । ସୁପ୍ରିମକୋର୍ଟ ଗାଇଡଲାଇନ୍ ଅନୁସାରେ ପ୍ରତ୍ୟେକ ଥାନାରେ ସିସିଟିଭି ଲାଗିବା ବାଧ୍ୟତାମୂଳକ । ତାହେଲେ ଏତେଦିନ ପର୍ଯ୍ୟନ୍ତ ଥାନାରେ ସିସିଟିଭି କାହିଁକି ଲାଗିନାହିଁ, ନେଇ ଉଠିଛି ପ୍ରଶ୍ନ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Even after 9 months of the opening of the police station, the CCTV could not be installed | Argus News