Videos
|
Odisha

ଆଦିବାସୀ ଝିଅ ଲଷ୍ମୀର ଜଘନ୍ୟ ହତ୍ୟାର ଦେଢମାସ ପରେ ବି ଅଭିଯୁକ୍ତ ହୋଇନି ଚିହ୍ନଟ

Banajyotshna Ray
Browse all articles by Banajyotshna Ray
·2 years ago·2 min read
ଆଦିବାସୀ ଝିଅ ଲଷ୍ମୀର ଜଘନ୍ୟ ହତ୍ୟାର ଦେଢମାସ ପରେ ବି  ଅଭିଯୁକ୍ତ ହୋଇନି ଚିହ୍ନଟ

ଅର୍ଗସ ବ୍ୟୁରୋ: ସମୟ ରାତି 10 ଟା। ଜୁଆ ଆଡ୍ଡା ଉପରେ ରେଡ ପାଇଁ ଉଦୟପୁରରେ ପହଁଞ୍ଚିଥିଲେ ତାଳସାରୀ ସାମୁଦ୍ରିକ ଥାନା ଆଇଇସି ଚମ୍ପାବତୀ ସୋରେନ। ସାଙ୍ଗରେ ଡ୍ରାଇଭରକୁ ମିଶାଇ 4 ଜଣ ଥିଲେ। ହେଲେ ଓଲଟା ଭାରି ପଡିଲେ ଜୁଆ ଖେଳୁଥିବା ଦୁବୁର୍ତ୍ତ। ପୋଲିସକୁ ମାରିଲେ। ମହିଳା ଆଇଆସିକୁ ଏ ଦୋକାନ ଘରେ ପୁରାଇ ମାଡ ମାରିବା ସହ ବିବସ୍ତ୍ର କଲେ। ଘଣ୍ଟାଏ ପରେ ଉଦ୍ଦାର ପାଇଁ  ପହଁଞ୍ଚିଲା ଭୋଗରାଇ ପୋଲିସ। ସମୟ ରାତି 11 ଟା 15। ଦୋକାନ ଘରେ ବନ୍ଦୀ ଥିବା ଆଇଆଇସିଙ୍କ ପାଖକୁ  ବସ୍ତ୍ର  ନେଇ ଗଲେ ଏ ମହିଳା।

ତେବେ ପ୍ରଶ୍ନ ମହିଳା ଆଇଆଇସିଙ୍କୁ ଆକ୍ରମଣ ପାଇଁ କେଉଁଠୁ ସାହାସ ପାଇଲେ ଦୁବୁର୍ତ୍ତ। ତାଳସାରୀ ଥାନା ଠାରୁ ମାତ୍ର 500 ମିଟର ଦୁରରେ ଉଦୟପୁର ବେଳାଭୂମି। ଏଠି ଅବାଧରେ ଚାଲେ ବେଆଇନ ମଦ କାରବାର। ଜୁଆ ଆଡ୍ଡା ସହ ଦେହ  ବେଧଡକ ଦେହ ବ୍ୟବସାୟ ବି ଚାଲେ। କହିବାକୁ ଗଲେ ଏ ଅଞ୍ଚଳ ଅପରାଧୀଙ୍କ ଚରାଭୂଇଁ ପାଲଟିଥିଲା। ବିନା ପ୍ରସ୍ତୁତିରେ ବିଳମ୍ବିତ ରାତିରେ ଜୁଆ ଆଡ୍ଡା ଉପରେ ଚଢାଇ କରିବାକୁ ଭାରିପଡିଥିଲେ ଅପରାଧୀ।

ସେପଟେ ଦେଢମାସ ପରେ ଲକ୍ଷ୍ମୀ ମାଝୀ ଙ୍କ ହତ୍ୟା କାଣ୍ଡର ଅଭିଯୁକ୍ତର ଟେର ପାଉନି କ୍ରାଇମବ୍ରାଞ୍ଚ। ଅଭିଯୁକ୍ତକୁ  ଗିରଫ କରିବା ଦାବିରେ ରାୟଗଡା ଜିଲ୍ଲାପାଳଙ୍କ ଓ ଏସପିଙ୍କୁ ଦାବି ପତ୍ର ଦେଇଛି ରାଜ୍ୟ ଆଦିବାସୀ ମହାସଂଘ  କେବଳ ଏହି ଦୁଇ ଘଟଣା ନୁହେଁ। ଅପରାଧରେ ରେକର୍ଡ ଭାଙ୍ଗୁଛି ଓଡ଼ିଶା। ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ 2023ରେ ରେକର୍ଡ 123 ହତ୍ୟାକାଣ୍ଡ ଘଟିଛି। 24 ଆରମ୍ଭରୁ 4 ଟି ମୁଣ୍ଡ ଗଡିଲାଣି। ହୁଗୁଳା ଆଇନଶୃଙ୍ଖଳା ବ୍ୟବସ୍ଥାର ଫାଇଦା ନେଉଛନ୍ତି ଅପରାଧୀ। ଯାହାକୁ ନେଇ କିଛି ଦିନ ତଳେ ନିଶାନ କରିଥିଲେ କେନ୍ଦ୍ର ମନ୍ତ୍ରୀ।ଅପରାଧୀଙ୍କୁ କିଏ ଦେଉଛି ସାହସ, କିଭଳି ଖସିଯାଉଛନ୍ତି ଜଘନ୍ୟ କାଣ୍ଡର ଅଭିଯୁକ୍ତ, କିଏ ଦେଉଛି ଅପରାଧୀଙ୍କୁ ସୁରକ୍ଷା। କାହିଁକି  ଓଡ଼ିଶାରେ  ମହିଳାଙ୍କ କ୍ଷେତ୍ରରେ ଦଣ୍ଡବିଧାନର  ହାର ମାତ୍ର 9.2 ପ୍ରତିଶତ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର:

Even after a month and a half of the murder of tribal girl Lashmi, the accused has not been identified | Argus News