Videos
|
Odisha

ନବ ଦାସଙ୍କ ହତ୍ୟାର ବର୍ଷକ ପରେ ବି ସସପେନ୍ସ  ଲାଗି ରହିଛି 

Manini Pattanayak
Browse all articles by Manini Pattanayak
·2 years ago·1 min read
ନବ ଦାସଙ୍କ ହତ୍ୟାର ବର୍ଷକ ପରେ ବି ସସପେନ୍ସ  ଲାଗି ରହିଛି 

ଭୁବନେଶ୍ୱର: ପାୱାରଫୁଲ୍ ମନ୍ତ୍ରୀ ନବ ଦାସଙ୍କ ହତ୍ୟାର ବର୍ଷକ ପରେ ବି ଅନେକ ଅସମାହିତ ପ୍ରଶ୍ନ ରାଜ୍ୟବାସୀଙ୍କ ମନରେ । କ୍ରାଇମବ୍ରାଞ୍ଚ ତଦନ୍ତ ନେଇ ଉଠିଛି ପ୍ରଶ୍ନ । ନବ ଦାସଙ୍କ ପରିବାର ଲୋକଙ୍କ ନୀରବତା ସନ୍ଦେହକୁ ଆହୁରି ବଢାଉଛି । ମନ୍ତ୍ରୀ ନବ ଦାସଙ୍କୁ କାହିଁକି ଗୁଳି ମାରିଲା ଗୋପାଳ। ମର୍ଡର ପଛର ମୋଟିଭ୍ ନେଇ ବର୍ଷେ ପରେ ବି ସସପେନ୍ସ। କୁଆଡେ ଗଲା ନବଙ୍କ ଛାତି ଚିରି ଦେଇଥିବା ଗୁଳି। ଗୋପାଳକୁ ଉସକାଇଥିବା ବ୍ୟକ୍ତି କାହିଁକି ଗିରଫ ହେଲାନାହିଁ। ଏ ସବୁ ପ୍ରଶ୍ନର ଉତ୍ତର ଏବେ ବି ସସପେନ୍ସରେ। ନବ ଦାସଙ୍କୁ କାହିଁକି ମାରିଲା ଗୋପାଳ ତାକୁ ନେଇ ଚାର୍ଜସିଟରେ ସ୍ପଷ୍ଟ କରିପାରିନାହିଁ କ୍ରାଇମବ୍ରାଞ୍ଚ। ନବ ଦାସଙ୍କ ଠାରୁ ତାଙ୍କ ଜୀବନ ପ୍ରତି ବିପଦ ଥିବା ଭାବି ସେ ତାଙ୍କୁ ହତ୍ୟା କରିଦେଲା ବୋଲି ଚାର୍ଜସିଟରେ ଉଲ୍ଲେଖ ରହିଛି।

ଏମିତି କି ଗୋପାଳର ବନ୍ଧୁ ଏନେଇ ତାଙ୍କୁ କହିଥିବା କଥା ବି ରହିଛି। ଯଦି ଏହା ସତ ତାହା ହେଲେ ସେ ବନ୍ଧୁ କେମିତି ଜାଣିଲେ ନବ ଦାସଙ୍କଠାରୁ ବିପଦ ରହିଛି, ତାଙ୍କୁ କାହିଁକି ଗିରଫ କଲାନାହିଁ କ୍ରାଇନବ୍ରାଞ୍ଚ। ପାଇଖାନା ଟାଙ୍କି ଗପ କହି ମାମଲାକୁ ଚାପିଦେଲା କି କ୍ରାଇମବ୍ରାଞ୍ଚ। ମମିତା ମେହେର ମାମଲାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦଙ୍କ ଭଳି ଗୋପାଳର ଅବସ୍ଥା ହେବ ନାହିଁ ତ। ତାକୁ ନେଇ ବି ପ୍ରଶ୍ନ ଉଠିଛି। 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Even after a year of Naba Das's murder, the suspense continues | Argus News