Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଦଳୀୟ କାମରେ ମାତିଛନ୍ତି ସରକାରୀ ବାବୁ

Odisha

ଦଳୀୟ କାମରେ ମାତିଛନ୍ତି ସରକାରୀ ବାବୁ

Jitendra Dash
Browse all articles by Jitendra Dash
·2 years ago·1 min read
ଦଳୀୟ କାମରେ ମାତିଛନ୍ତି ସରକାରୀ ବାବୁ

ଅର୍ଗସ ବ୍ୟୁରୋ : ଚାକିରି ସରକାରୀ, କାମ ପୁରା ଦଳୀୟ । ନିର୍ବାଚନ ତାରିଖ ଘୋଷଣା ହେବା ପରେ ଏବେ ଗ୍ରାଉଣ୍ଡରେ ପ୍ରାର୍ଥୀମାନେ ପ୍ରଚାର ଆରମ୍ଭ କଲେଣି । କିନ୍ତୁ ଏହି ପ୍ରଚାର କାର୍ଯ୍ୟକ୍ରମରେ ସରକାରୀ ଚାକିରିଆଙ୍କୁ ବି ନିୟୋଜିତ କରାଯାଇଛି । ଯାହାକୁ ନେଇ ଏବେ ଚର୍ଚ୍ଚା ବଢିବା ସହିତ କେବେ କାର୍ଯ୍ୟାନୁଷ୍ଠାନ ହେବ ତାହାକୁ ନେଇ ଉଠିଲାଣି ପ୍ରଶ୍ନ । 

ବୌଦ୍ଧରୁ ଆସିଲା ସଙ୍ଗୀନ ଚିତ୍ର । ସରକାରୀ ଚାକିରି କରିଥିବା ପରେ ବି ଦଳୀୟ ପାଇଁ କରୁଛନ୍ତି କାମ । ତଦନ୍ତ ହେବା ପରେ ସଂପୃକ୍ତ ଶିକ୍ଷକଙ୍କ ବିରୋଧରେ ଜିଲ୍ଲା ନିର୍ବାଚନ ଅଧିକାରୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ରାଜନୀତିରେ ସମ୍ପୃକ୍ତି ଥିବା ଅଭିଯୋଗରେ ଆଦିବାସୀ ହାଇସ୍କୁଲର ଶିକ୍ଷକ ଗୋବର୍ଦ୍ଧନ ପ୍ରଧାନଙ୍କ ବଦଳି ହୋଇଛି।

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେ ରାଜନୈତିକ କାର୍ଯ୍ୟରେ ସମ୍ପୃକ୍ତ ରହୁଥିବା ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ ହୋଇଥିଲା । ଗତ ଏପ୍ରିଲ ୧୩ ତାରିଖ ଦିନ ଜିଲ୍ଲାପାଳ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପ୍ରଧାନଙ୍କୁ ବୌଦ୍ଧ ନିର୍ବାଚନ ମଣ୍ଡଳୀର ମଥୁରା ପଞ୍ଚାୟତ ହାଇସ୍କୁଲ, କେଲାକଟାକୁ ବଦଳି ସହ ତୁରନ୍ତ ସେଠାରେ ଯୋଗଦେବାକୁ ଆଦେଶ ଦେଇଥିବା ସୂଚନା ମିଳିଛି ।

ସେହିଭଳି, ଗତ ଏପ୍ରିଲ ୧୩ରେ ବୌଦ୍ଧର ଆଉଜଣେ ଶିକ୍ଷୟିତ୍ରୀଙ୍କୁ ନିଲମ୍ୱନ କରାଯାଇଥିଲା । ଦହ୍ୟା ସରକାରୀ ନୋଡାଲ ହାଇସ୍କୁଲର ସହକାରୀ ଶିକ୍ଷୟିତ୍ରୀ ସଂଘମିତ୍ରା ମଲ୍ଲିକଙ୍କୁ ଜିଲ୍ଲା ନିର୍ବାଚନ ଅଧିକାରୀ ନିଲମ୍ବିତ କରିଥିଲେ । କଣ୍ଟାମାଳ ନିର୍ବାଚନ ମଣ୍ଡଳୀ ପଲଶପାଟଠାରୁ ଆମ୍ବଗାଁ ପର୍ଯ୍ୟନ୍ତ ଏକ ରାଜନୈତିକ ଦଳ ପକ୍ଷରୁ ବିଶାଳ ବାଇକ ରାଲି ଅନୁଷ୍ଠିତ ହୋଇଥିଲା । ଏହି ରାଲିରେ, ବୌଦ୍ଧ ବ୍ଲକ ଦହ୍ୟା ନୋଡାଲ ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀ ସଙ୍ଘମିତ୍ରା ମଲ୍ଲିକ ଯୋଗଦେଇଥିବା ନେଇ ଅଭିଯୋଗ ହୋଇଥିଲା ।
 

Painting
Sponsored
Even after getting a government job, he is still working for the party | Argus News