Videos
|
Odisha

ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ବି ଗାଁକୁ ନାହିଁ ପକ୍କା ରାସ୍ତା ଖଣ୍ଡିଏ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ବି ଗାଁକୁ ନାହିଁ ପକ୍କା ରାସ୍ତା ଖଣ୍ଡିଏ

ଅର୍ଗସ ବ୍ୟୁରୋ:  ସ୍ଥିର ସରକାରଙ୍କ ବିକାଶର ଆଉ ଏକ ନମୁନା ? ପ୍ରତିଶୃତି ପାଲଟିଛି ପ୍ରତାରଣା ? ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ବି ଗାଁକୁ ନାହିଁ ପକ୍କା ରାସ୍ତା ? ଏବେ ଗ୍ରାମବାସୀଙ୍କ ଦାବୀ ରାସ୍ତା ନାହିଁ ତ ଭୋଟ୍ ନାହିଁ l ଏ ଚିତ୍ର ହେଉଛି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଆଡ଼ିଆ ପଞ୍ଚାୟତ ଅଣଧୁଆ ଗ୍ରାମବାସୀଙ୍କ ନୀତିଦିନିଆ ରାସ୍ତା l ବହୁବାର ଏହି ରାସ୍ତା ଖଣ୍ଡିକ ନିର୍ମାଣ ପାଇଁ ଗ୍ରାମବାସୀ ମାନେ ଦାବୀ କରିଥିଲେ ସୁଦ୍ଧା ଏଯାଏଁ ତାହା ପୂରଣ ହୋଇ ପାରିନି ଯାହାକୁ ନେଇ ଏବେ ଅସନ୍ତୋଷ ଦେଖା ବୃଦ୍ଧି ପାଇବାରେ ଲାଗି l  ରାସ୍ତା ନାହିଁ ତ ଭୋଟ୍ ନାହିଁ ବୋଲି ଚରମ ନିଷ୍ପତ୍ତି ଶୁଣାଇଛନ୍ତି ଗ୍ରାମବାସୀ l

ରାସ୍ତାଟି ଗ୍ରାମବାସୀଙ୍କ ପାଇଁ ମୁଖ୍ୟ ରାସ୍ତା ହୋଇଥିବାରୁ ଏହି ରାସ୍ତା ଦେଇ ଗ୍ରାମବାସୀ ମାନେ ବନ୍ତ-ଆଗରପଡ଼ା ମୁଖ୍ୟ ରାସ୍ତାର ଟାଇଗୁଣା ଛକ ନିକଟରେ ବାହାରି ବିଭିନ୍ନ ସ୍ଥାନକୁ ଯାଇଥାନ୍ତି l ବର୍ଷା ଦିନରେ ମାଟି ରାସ୍ତା ସମ୍ପୂର୍ଣ୍ଣ କାଦୁଅମୟ ହେବା ସହ ଗ୍ରାମଗୁଡ଼ିକ ମଧ୍ୟ ବାହ୍ୟ ଜଗତରୁ ଏକ ପ୍ରକାର ବିଚ୍ଛିନ୍ନ ହୋଇ ରହନ୍ତି l ବର୍ଷାଦିନେ ଅଧିକାଂଶ ପିଲା ବିଦ୍ୟାଳୟକୁ ଯାଇ ନ ପାରି ବସ୍ତାନୀରେ ଡୋରି ବାନ୍ଧନ୍ତି l ଏପରିକି କୌଣସି ଗାଡ଼ିରେ ଡାକ୍ତରଖାନା ଯିବା ପାଇଁ ମୁଖ୍ୟ ରାସ୍ତାରେ ପହଞ୍ଚିବାକୁ ରୋଗୀଙ୍କୁ କାନ୍ଧରେ କିମ୍ବା ଖଟିଆରେ ବୋହି ମୁଖ୍ୟ ରାସ୍ତା ପର୍ଯ୍ୟନ୍ତ ନେବାକୁ ପଡ଼ିଥାଏ l

ଏବେ ଗ୍ରାମବାସୀଙ୍କ ଏପରି ଚରମ ଚେତାବନୀ ପରେ ଗାଁକୁ ପକ୍କା ରାସ୍ତା ଖଣ୍ଡିଏ ନିର୍ମାଣ ହେଉଛି ନା ପୁଣି ନେତା ମାନେ ପୂର୍ବପରି ପ୍ରତିଶ୍ରୁତି ଦେଇ ଭୋଟ୍ ହାତେଇ ନିର୍ବାଚନ ବୈତରଣୀ ପାରହୋଇ ଚାଲି ଯାଉଛନ୍ତି l ତାହା ଦେଖିବାକୁ ବାକି ରହିଲା l

ଅଧିକ ପଢ଼ନ୍ତୁ ଓଡିଶା ଖବର:
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: