Videos
|
Odisha

ରାତି ହେଲେ ଏଠି ଡିବିରି ଆଲୁଅ ଭରସା

Manini Pattanayak
Browse all articles by Manini Pattanayak
·2 years ago·1 min read
ରାତି ହେଲେ ଏଠି ଡିବିରି ଆଲୁଅ ଭରସା

ମୟୂରଭଞ୍ଜ:  ସ୍ବାଧୀନତାର ସାତ ଦଶନ୍ଧି ଓ ସ୍ଥାୟୀ ବିଜେଡି ସରକାରଙ୍କ ଚବିଶ ବର୍ଷ ଶାସନ ପରେ ମଧ୍ୟ ସୀମାନ୍ତ ବାସୀଙ୍କୁ ବିକାଶ ଧକା। ଜଙ୍ଗଲ  ମଧ୍ୟରେ ରହିଥିବା ବେଳେ ଆଜି ପର୍ଯ୍ୟନ୍ତ ପହଞ୍ଚି ପାରିନାହିଁ ବିଦ୍ୟୁତ୍ ସୁବିଧା ।ବ୍ଲକ ପ୍ରଶାସନ ରୁ ଜିଲ୍ଲାପାଳ ଓ ଭୈରବ ପାଣ୍ଡିଆନ୍ ଙ୍କୁ ସାଧାରଣ ସଭାରେ  ବାରମ୍ୱାର ଅଭିଯୋଗ ପରେ ମଧ୍ୟ ଆଦିବାସୀଙ୍କୁ ଅଣଦେଖା। ଆଜିଭି ଡିବିରି ବୋତିରେ ଚାଲିଛି ଆଦିବାସୀଙ୍କ ଭବିଷ୍ୟତ ଗୋଢ଼ା।କେତେ ସହିବେ  ଆଦିବାସି ସ୍ଥାନୀୟ ପ୍ରଶାସନର ପ୍ରତାରଣା?କେବେ  ମିଳିବ ସୀମାନ୍ତ ବାସୀଙ୍କୁ ବିଦ୍ୟୁତ୍?  ୫-ଜି ଯୁଗର ଅପହଞ୍ଚ ଗାଁ ରାଲିବେଡା। ମୟୂରଭଞ୍ଜ ଜିଲ୍ଲା  କୁସୁମୀ ବ୍ଲକ ଅନ୍ତର୍ଗତ ତୋଳାପାତି ଗ୍ରାମ ପଞ୍ଚାୟତର ରାଲିବେଡା । ରାତି ହେଲେ ଅନ୍ଧାରରେ ବୁଡି ଯାଏ ପୁରା ଗାଁ।   ଗାଁରେ ବିଦ୍ୟୁତ ସଂଯୋଗ ହୋଇ ନଥିବାରୁ ପୁରା ଗାଁ ହୋଇଯାଏ ଅନ୍ଧକାରମୟ। ରାତିର ଅନ୍ଧାରରେ ନାହିଁ ନଥିବା ସମସ୍ୟାର ସମ୍ମୁଖିନ ହୁଅନ୍ଥି ଅଞ୍ଚଳବାସୀ। ସଂଧ୍ୟା ହେବାକ୍ଷଣି ଲୋକେ ତାଟିକବାଟ ଆଉଜି ବସନ୍ତି। ଦିନ ଥାଉଥାଉ ସଵୁ କାମ ସାରିଦିଅନ୍ତି ନହଲେ ଡିବିରି ଆଲୁଅରେ କଟେ ରାତି। 

ପାହାଡ ଜଙ୍ଗଲ ଘେରା ଏହି ଗାଁରେ ରୁହନ୍ତି ପ୍ରାୟ ୨୫୦ ଆଦିାବସୀ ପରିବାର। ମାତ୍ର ଏ ଯାଏଁ ଗାଁକୁ ହୋଇ ପାରିନି ବିଦ୍ୟୁତ ସଂଯୋଗ। ଫଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି ଅଞ୍ଚଳବାସୀ। ଦିର୍ଘ ଦିନର ଦାବି ପରେ ଦିର୍ଘ ବର୍ଷ ପୂର୍ବେ ଗାଁର କିଛି ଲୋକଙ୍କୁ ସୋଲାର ଲାଇଟ୍ ଦିଆ ଯାଇଥିଲା । ତେବେ ତାହା ନିମ୍ନମାନର ହୋଇଥିବାରୁ ଅଧିକାଂଶ ଖରାପ ହୋଇଯାଇଥିବା ଅଭିଯୋଗ ହୋଇଛି।  ୫-ଜି ଯୁଗରେ ହାତ ପାହାନ୍ତାରେ ସବୁ ସୁବିଧାରେ ମିଳୁଥିବା ବେଳେ ଆଜି ବି ମୌଳିକ ସୁବଧାରୁ ବଞ୍ଚିତ ଏହି ଗାଁ। ରାସ୍ତା ପାଣି ସମସ୍ୟା ଗାଁର ଏକ ମୁଖ୍ୟ ସମସ୍ୟା ହୋଇଥିବା ବେଳେ ବିଦ୍ୟୁତ ସମସ୍ୟା ଏହି ଅଞ୍ଚଳବାସୀଙ୍କ ପାଇଁ ପାଲଟିଛି ଚିନ୍ତାର କାରଣ।  

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: