Videos
|
Odisha

ସ୍ୱାଧିନତାର ସାତ ଦଶନ୍ଧି ପରେ ବି ଗାଁକୁ ନାହିଁ ଭଲ ରାସ୍ତା

Banajyotshna Ray
Browse all articles by Banajyotshna Ray
·2 years ago·1 min read
ସ୍ୱାଧିନତାର ସାତ ଦଶନ୍ଧି ପରେ ବି ଗାଁକୁ ନାହିଁ ଭଲ ରାସ୍ତା

ଅର୍ଗସ ବ୍ୟୁରୋ: ସ୍ୱାଧିନତାର ସାତ ଦଶନ୍ଧି ପରେ ବି ମୌଳିକ ସୁବିଧାରୁ ବଞ୍ଚିତ ଅଞ୍ଚଳବାସୀ। ଗାଁ କୁ ନାହିଁ ଭଲ ରାସ୍ତା କି ପାନୀୟ ଜଳ ସୁବିଧା।  ଏ ହେଉଛି ଏରସମା ବ୍ଲକ ଜପା ପଞ୍ଚାୟତ ଅନ୍ତର୍ଗତ ଝାଟିପାରି  ଗାଁର ଦୃଶ୍ୟ । ଗହିର ବିଲ ମଝିରେ ଥିବା ଝାଟିପାରି ଗାଁକୁ ଆଜି ଯାଏଁ ଭଲ ରାସ୍ତାଟିଏ ହୋଇପାରିଲା ନାହିଁ। ପିଇବା ପାଣି ଏମାନଙ୍କ ପାଇଁ ସାତସପନ। ଶିକ୍ଷା ସ୍ୱାସ୍ଥ୍ୟସେବା ଓ ଗମନାଗମନ ପରି ମୌଳିକ ସୁବିଧାରୁ ବଞ୍ଚିତ ଝାଟିପାରି ଗାଁର ଲୋକେ।

ବିକାଶର ବାହାବା ମାରୁଥିଲା ୨୫ ବର୍ଷର ବିଜେଡି ସରକାର। କିନ୍ତୁ ଅବହେଳିତ ଝାଟିପାରି ଗାଁର ବାସ୍ତବ ଚିତ୍ର ଦେଖିଲେ ସରକାରଙ୍କ ଯୋଜନାର ଅସଲ ଚିତ୍ର ସ୍ପଷ୍ଟ ବାରିହୋଇ ପଡୁଛି। ଏହି  ଗାଁରେ ଏକ ହଜାର ଲୋକ ବସବାସ କରୁଛନ୍ତି କିନ୍ତୁ କି ବର୍ଷା କି ଖରା।  ସବୁବେଳେ ଗାଁ ରାସ୍ତାରେ ଆଣ୍ଠୁଏ ପାଣି।  ପିଇବା ପାଇଁ ପାଣି ନାହିଁ ପୋଖରୀ ପାଣି ପିଉଛନ୍ତି ଲୋକେ। ପୂର୍ବତନ ବିଧାୟକ ରଘୁନନ୍ଦନ ଦାସଙ୍କର ଗାଁରେ ଦିନେ ଟିଏ ବି ପାଦ ପଡିନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

ରାସ୍ତା ଓ ପାନୀୟ ଜଳ ସୁବିଧା ପାଇଁ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କରି ଥକି ଗଲେଣି ଗ୍ରାମବାସୀ। ଏଥର ବଦଳିଛି ସରକାର।   ଗ୍ରାମବାସୀଙ୍କ ଆଶା ଏଥର ପୂରଣ ହେବ ମୌଳିକ ସୁବିଧା।

ଅଧିକ ପଢ଼ନ୍ତୁ ଓଡିଶା ଖବର: 
 

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: