Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଟିକେଟ ଘୋଷଣା ପରେ ବି ବିଜେଡିର ଟେନସନ ଯାଉନି

Odisha

ଟିକେଟ ଘୋଷଣା ପରେ ବି ବିଜେଡିର ଟେନସନ ଯାଉନି

Manini Pattanayak
Browse all articles by Manini Pattanayak
·2 years ago·2 min read
ଟିକେଟ ଘୋଷଣା ପରେ ବି ବିଜେଡିର ଟେନସନ ଯାଉନି

ଭୁବନେଶ୍ୱର: ଟିକେଟ୍ ଘୋଷଣା ପରେ ବି ସରୁନି ବିଜେଡିର ଟେନସନ୍ । ଅନ୍ତଃକନ୍ଦଳ ଅଗ୍ନିରେ ଜଳୁଛି ଶାସକ ଦଳ ଶିବିର । ପୁରୀ ସଂସଦୀୟ କ୍ଷେତ୍ର ବଢାଇଛି ବିଜେଡି ସୁପ୍ରିମୋଙ୍କ ଅଧିକ ମୁଣ୍ଡବିନ୍ଧା । ଶଙ୍ଖ ଭବନରେ ବୁଝାମଣା ପାଇଁ ଉଦ୍ୟମ କରିଛନ୍ତି ବିଜେଡି ମ୍ୟାନେଜର୍ । ଗୃହ ଯୁଦ୍ଧକୁ ନେଇ ବିଜେଡିର ସ୍ଥିତି ଅସମ୍ଭାଳ । ଷଷ୍ଠଥର ସରକାର ଗଠନର ସ୍ବପ୍ନ ହୋଇପାରେ ଧୂଳିସାତ । ଗୋଷ୍ଠୀ ବିବାଦ ପୁଣି ଥରେ ବିଜେଡି ସରକାର ଗଠନ ଦିଗରେ ସୃଷ୍ଟି କରିଛି ବଡ଼ ଅନ୍ତରାୟ । ଭାତ ହାଣ୍ଡିରୁ ଗୋଟେ ଭାତ ଚିପିବା ଭଳି ପୁରୀ ସଂସଦୀୟ କ୍ଷେତ୍ର ବିଜେଡିରେ ଅଲ ଇଜ ନଟ ୱେଲ ବୋଲି ଦର୍ଶାଉଛି। ପୁରୀ ସଦର ବିଧାନସଭା ପ୍ରାଥି ହୋଇଥିବା ସୁନୀଲ ମହାନ୍ତି ଏବଂ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆଙ୍କ ଗୋଷ୍ଠୀ ମଧ୍ୟରେ ବିବାଦ ବିଜେଡି କୁ ଭାରି ପଡିବାକୁ ବସିଛି । ଏଥର ବି ଶାସକ ଦଳ ହାତରୁ ପୁରୀ ସଦର ଆସନ ଖସିଯାଇପାରେ ବୋଲି କୁହାଯାଉଛି ।

ଯେଉଁଥିପାଇଁ ଉଭୟ ଗୋଷ୍ଠୀଙ୍କୁ ଶଙ୍ଖ ଭବନ ଡାକି ବୁଝାମଣା ପାଇଁ ଉଦ୍ୟମ କରିଥିଲେ ବିଜେଡିର ମ୍ୟାନେଜର ମାନେ । ନିର୍ବାଚନ ବେଳେ ସବୁ ମତାନ୍ତର ମନାନ୍ତର ଭୁଲି ଏକଜୁଟ ହୋଇ ଦଳ ପାଇଁ କାମ କରିବାକୁ ଉଭୟ ଗୋଷ୍ଠୀଙ୍କୁ ପରାମର୍ଶ ଦେଇଛନ୍ତି ଦଳର ଶୀର୍ଷ ନେତୃତ୍ୱ । ତଥାପି ବିବାଦ ଥମିବାର ନାଁ ନେଉନି  । ଯେଉଁଥି ପାଇଁ ନବୀନ ନିବାସ ପର୍ଯ୍ୟନ୍ତ ମଧ୍ୟ କଥା ଯାଇଛି । ସେପେଟେ ଟିକେଟ କସରତରେ ଆଗରେ ଥିବା ବିଜେପି ଏପର୍ଯ୍ୟନ୍ତ 112 ବିଧାନସଭା ଓ 21 ଟି ଯାକ ଲୋକସଭା ଆସନ ଘୋଷଣା କରିଥିବା ବେଳେ ଆଜି 20ରୁ 22 ବିଧାନସଭା ପ୍ରାର୍ଥୀଙ୍କ ତାଲିକା ଘୋଷଣା ହେବ ବୋଲି କହିଛନ୍ତି ରାଜ୍ୟ  ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ ତୋମାର
ଗୋଟିଏ ପଟେ ଦଳର ଅନେକ ପୁରୁଖା ନେତା ବିଜେଡିକୁ ବାଏ ବାଏ କହିବା ଆଉ ଅନ୍ୟପଟେ ଦଳର ଏପରି ଗୋଷ୍ଠୀ ବିବାଦ ୨୪ ମହଲଢ଼େଇରେ ଶଙ୍ଖ ଶିବିର କୁ ଧ୍ବସ୍ତ ବିଧ୍ବସ୍ତ କରି ଦେଇ ପାରେ ବୋଲି ଚର୍ଚ୍ଚା ଜୋର ଧରିଛି । 
ଅଧିକ ପଢନ୍ତୁ ଓଡିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Even after the announcement of the ticket, BJD's tension did not go away | Argus News