Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ନିର୍ବାଚନ ପ୍ରଚାର ସରିବା ପରେ ବି ପୁସିଂ କାର୍ଡ ବାଣ୍ଟି ରାତିରେ ପ୍ରଚାର କରୁଛି ବିଜେଡି

Odisha

ନିର୍ବାଚନ ପ୍ରଚାର ସରିବା ପରେ ବି ପୁସିଂ କାର୍ଡ ବାଣ୍ଟି ରାତିରେ ପ୍ରଚାର କରୁଛି ବିଜେଡି

Banajyotshna Ray
Browse all articles by Banajyotshna Ray
·1 year ago·1 min read
ନିର୍ବାଚନ ପ୍ରଚାର ସରିବା ପରେ ବି ପୁସିଂ କାର୍ଡ ବାଣ୍ଟି ରାତିରେ ପ୍ରଚାର କରୁଛି ବିଜେଡି

ଅର୍ଗସ ବ୍ୟୁରୋ: ନିର୍ବାଚନ ପ୍ରଚାର ସରିବା ପରେ ବି ପୁସିଂ କାର୍ଡ ବାଣ୍ଟି ରାତିରେ ପ୍ରଚାର କରୁଛି ବିଜେଡି। ପୂର୍ବରୁ ମହିଳା ବର୍ତ୍ତମାନ ଯୁବକ ମାନଙ୍କୁ ଅନ୍ଧାରୀ ରାତିରେ ଟଙ୍କା ବଣ୍ଟା ଅଭିଯାନ ଆରମ୍ଭ କରିଛି ବିଜେଡି। ଘର ଘର ବୁଲି ଚିରୁକୁଟି ମିଳାଇ ଟଙ୍କା ଦେଉଥିବା ଭିଡିଓ ଦେଖିବା ପାଇଁ ମିଳିଛି। ବିଜୁ ଜନତା ଦଳର କିଛି ଯୁବକ ଘର ଘର ବୁଲି ଟଙ୍କା ବଣ୍ଟା ଅଭିଯାନ ଆରମ୍ଭ କରିଛି। ହାରିବା ଭୟରେ ବିପୁଳ ପରିମାଣର ଟଙ୍କା ବଣ୍ଟା ଆରମ୍ଭ କରିଛି। କେବଳ ଆଜି ନୁହେଁ ପ୍ରତ୍ୟେକ ଦିନ ସନ୍ଧ୍ୟା ସମୟରେ ଅନ୍ଧାରୀ ରାତିରେ ଟଙ୍କା ବଣ୍ଟା କରୁଛି ବିଜେଡି।

ସମ୍ବଲପୁରରେ ଟଙ୍କା ଉପରେ ବିଜେଡିର ଶେଷ ଭରସା।୨୫ବର୍ଷର ସରକାର ନୁହେଁ, ଟଙ୍କା ଉପରେ ଆସ୍ଥା ବେଶୀ । ହାରିବା ଭୟରେ ଶାସକ ଦଳ ବିଭିନ୍ନ ସ୍ଥାନରେ ଭୋଟରଙ୍କୁ ବାଣ୍ଟୁଛି ଟଙ୍କା । ଭୋଟ ହାତେଇବା ପାଇଁ କେବଳ ଟଙ୍କା ଉପରେ ଭରସା॥ ସମ୍ବଲପୁରରୁ ଆନନ୍ଦପୁର ଟଙ୍କା ବଣ୍ଟା ଅଭିଯାନର ପର୍ଦ୍ଦାଫାସ….ଅର୍ଗସ କ୍ୟାମେରାରେ କଏଦ ବିଜେଡି କର୍ମୀଙ୍କ କଳା କାରନାମା।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Even after the election campaign is over, BJD is campaigning at night by distributing push cards | Argus News