Videos
|
Odisha

ବର୍ଷା ଦିନେ ବି ଚୁଆ ପାଣି ଭରସା

Banajyotshna Ray
Browse all articles by Banajyotshna Ray
·2 years ago·1 min read
ବର୍ଷା ଦିନେ ବି ଚୁଆ ପାଣି ଭରସା

ଅର୍ଗସ ବ୍ୟୁରୋ:  ବର୍ଷା ଦିନେ ବି ଚୁଆ ପାଣି ଭରସା । ଗୋଳିଆ ଚୁଆ ପାଣି ମେଣ୍ଟାଉଛି ଦୁର୍ଗମବାସୀଙ୍କ ଶୋଷ। ବିଲରେ ଜମିଥିବା ପାଣିକୁ ଛାଣି ପିଉଛନ୍ତି ଉପାନ୍ତବାସୀ। ସେ ଗୋଳିଆ ହେଉ ପଛେ ଏହି ପାଣି ଏମାନଙ୍କ ପାଇଁ ପାଲଟିଛି ଶୋଷ ମେଣ୍ଟାଇବାର ମାଧ୍ୟମ। ସୋଲାର ଚାଳିତ ବୋରବେଲ ଅଛି ମାତ୍ର ନା ଚାଲୁଛି ବୋରୱେଲ ନା ଉଠୁଛି ପାଣି। ଗୋଟିଏ ଅଲୋଡ଼ା ଅସଜଡ଼ା ନୀଳ ରଙ୍ଗ ମରା ନଳକୂଅ ଟିଏ ଅଛି ହେଲେ ସେଥିରୁ ପାଣି ଟୋପେ ବାହାରୁନି।  ପାଣି ପାଇଁ ଗ୍ରାମବାସୀ ଜମି ହୁଡାରେ ହୁଡାରେ ମାଇଲମାଇଲ ବାଟ ଚାଲିବା ପରେ ଜମିରେ ଥିବା ଚୁଆଁରୁ ପାଣି ସଂଗ୍ରହ କରନ୍ତି। ଏହି ପାଣି ନେବାକୁ ହେଲେ ପଙ୍କରେ ଓହ୍ଲାଇ ମାଠିଆରେ ଭରିବାକୁ ପଡିଥାଏ। ଯେତେବେଳେ ଜମିରେ ଚାଷ ସମୟ ଆସେ ସେତେବେଳେ ଏମାନଙ୍କ ପାଣି କଷ୍ଟ ଦୁଇଗୁଣ ବଢିଯାଏ ଚାଷ ସମୟରେ ଜମିରେ ରାସାୟନିକ ସାରର ପ୍ରୋୟୋଗ ହେତୁ ଏହି ପାଣି ଆଉ ଖାଇବା ପାଇଁ ବ୍ୟବହାର ହୁଏନି।

ଏ ହେଉଛି ନବରଙ୍ଗପୁର ଜିଲ୍ଲା ଉପାନ୍ତ ଝରୀଗାଁ ବ୍ଲକ ବଡ଼ଟେମେରା ଗ୍ରାମପଂଚାୟତ ଅନ୍ତର୍ଗତ ଏହି ହାଡ଼ସଙ୍ଗାଡ଼ ଗାଁର ଦୁଶ୍ୟ।  ଗାଁକୁ ଦେଖିଲେ ସ୍ପଷ୍ଟ ହେଉଛି ଏଠି ବିକାଶ କେତେ ସଫଳ। ବସୁଧା ସହ ଆବାସ , ବିଦ୍ୟୁତ ଆଦି ଯୋଜନା ଏଠାରେ ଅପହଞ୍ଚ। ଗାଁକୁ ହୋଇନି ପକ୍କା ରାସ୍ତା ଅସରାଏ ବର୍ଷାରେ ଗାଁ ମଧ୍ୟରେ ଥିବା ରାସ୍ତା ପୁରା କାଦୁଅ ହୋଇପଡିଥାଏ। ବିକାଶ ନାମରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି ସତ ହେଲେ ପ୍ରକୃତ ବିକାଶ କେତେ ହୋଇଛି ଆଉ କାହାପାଇଁ ହୋଇଛି ତାହାହାଡ଼ସଙ୍ଗାଡ଼ର ଦୃଶ୍ୟ ପ୍ରମାଣ କରୁଛି। ଏଠି ଯୋଜନା ପହଞ୍ଚିଛି ହେଲେ ଲୋକେ ପାଉ ନାହାନ୍ତି ଏହାର ଲାଭ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Even on a rainy day in pond water | Argus News