Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ସନ୍ଧ୍ୟା ବେଳର ଖବର ସଂକ୍ଷେପରେ...

Odisha

ସନ୍ଧ୍ୟା ବେଳର ଖବର ସଂକ୍ଷେପରେ...

Ritu Das
Browse all articles by Ritu Das
·1 year ago·2 min read
ସନ୍ଧ୍ୟା ବେଳର ଖବର ସଂକ୍ଷେପରେ...

ଅର୍ଗସ ବ୍ୟୁରୋ: କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ପରେ ବଢୁଛି ବାତ୍ୟା ଆଶଙ୍କା...ଆସନ୍ତାକାଲି ସୁଦ୍ଧା ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାରରେ ସୃଷ୍ଟି ହୋଇପାରେ ଲଘୁଚାପ କ୍ଷେତ୍ର...ଆସନ୍ତା ୩ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା... ବାତ୍ୟା ମୁକାବିଲା ପାଇଁ ମୁଖ୍ୟ ଶାସନ ସଚିବ ଡାକିଲେ ଜରୁରୀକାଳୀନ ବୈଠକ ଲୋକସେବା ଭବନରେ ଆଜି ଅପରାହ୍ନରେ ବସିବ ବୈଠକ
୨- ଶ୍ରୀମନ୍ଦିର ସୁପରଭାଇଜର ବକ୍ସି ପ୍ରତିହାରୀଙ୍କୁ ମରଣାନ୍ତକ ଆକ୍ରମଣ.....ସିସିଟିଭିରେ କଏଦ ହୋଇଛି ଆକ୍ରମଣର ଦୃଶ୍ୟ.....ଦୁଇ ଜଣ ଦୁର୍ବୃତ୍ତ ଧାରୁଆ ଅସ୍ତ୍ରରେ ବକ୍ସି ପ୍ରତିହାରୀଙ୍କୁ ଗୋଡେଇ ଗୋଡେଇ ଆକ୍ରମଣ କରିଛନ୍ତି....ରକ୍ତ ଜୁଡୁବୁଡୁ ଅବସ୍ଥାରେ ବକ୍ସି ପ୍ରତିହାରୀଙ୍କୁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଥିଲା
୩- ପାରିବାରିକ କଳହରୁ ସ୍ବାମୀର ଅଜବ କାଣ୍ଡ......ନିଜର ଛୋଟ ପୁଅକୁ ନେଇ ରେଳଧରଣାରେ ବସାଇଲା ବାପା......ରେଳଧରଣାରୁ ଫଟୋ ଉଠାଇ ଘର ଲୋକଙ୍କୁ ପଠାଇ ଥିଲା...ବଲାଙ୍ଗୀର ରେଲୱେ ପୋଲିସ ଟ୍ରେନକୁ ଅଟକାଇ ଶିଶୁକୁ ଉଦ୍ଧାର କରିଛି....ଅଭିଯୁକ୍ତ ବାପାକୁ ଅଟକ ରଖିଛି ପୋଲିସ
୪- ନକ୍ସଲ ଆକ୍ରମଣରେ ଦୁଇ  ITBP ଯବାନ ସଦିହ....ଓଡିଶା ସୀମାନ୍ତ ନାରାୟଣପୁର ଜିଲ୍ଲାର ନବୀ କ୍ୟାମ୍ପ ମୋହାଣ୍ଡିରେ ନକ୍ସଲଙ୍କ ବର୍ବର କାଣ୍ଡ.....ଆକ୍ରମଣରେ ଅନ୍ୟ ଦୁଇ ଯବାନ ଆହତ ହୋଇଛନ୍ତି... ITHP, BSF ଏବଂ DRG ର ମିଳିତ ଟିମ ଅପରେସନରୁ ଫେରୁଥିବାବେଳେ ହୋଇଥିଲା IED ବିସ୍ଫୋରଣ 
୫- ମଦ୍ୟପାନ କରି ୩ ସୁରକ୍ଷା କର୍ମୀ ନିଲମ୍ବିତ.....ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ ବଡ଼ମାଲ ଗୋଳାବାରୁଦ କାରଖାନାର 3 ଜଣ ସୁରକ୍ଷା କର୍ମୀ ଡ୍ୟୁଟିରେ ଥିବା ସମୟରେ ମଦ୍ୟପାନ କରି ନିଲମ୍ବିତ ହୋଇଛନ୍ତି...ନିଲମ୍ବିତ କର୍ମୀ ହେଲେ ହେଲେ ଭରତ ସାହୁ, ରତନ ଭୋଇ, ଶ୍ୟାମ କୁମାର ଭୋଇ 
୬- ଶୀତ ଆରମ୍ଭରୁ ଦିଲ୍ଲୀରେ ଚିନ୍ତା ବଢାଇଛି ବାୟୁ ପ୍ରଦୂଷଣ....ବାୟୁର ମାନ ଅତ୍ୟନ୍ତ ଖରାପ...ଧୂଳିଧୂଆଁରେ ଅଣନିଶ୍ବାସୀ ଦିଲ୍ଲୀ ବାସୀ...ଦିଲ୍ଲୀ-ଏନ୍‌ସିଆର୍‌, ଆନନ୍ଦ ବିହାର, ରୋହିଣୀ ଓ ନୋଏଡାରେ ପ୍ରଦୂଷଣର ମାତ୍ରା ଅଧିକ ରହିଛି...ରବିବାର ମଧ୍ୟ ଦିଲ୍ଲୀର ଅନେକ ସ୍ଥାନରେ ବାୟୁର ଗୁଣବତ୍ତା ସୂଚକାଙ୍କ ବା AQI ୩ଶହ ଅତିକ୍ରମ କରିଛି
୭- ମହାରାଷ୍ଟ୍ର ନିର୍ବାଚନ ପାଇଁ ୯୯ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କଲା ବିଜେପି....ନାଗପୁର ଦକ୍ଷିଣ-ପଶ୍ଚିମରୁ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଏବଂ କାମାଥୀ ବିଧାନସଭା ଆସନରୁ ଦଳର ରାଜ୍ୟ ସଭାପତି ଚନ୍ଦ୍ରଶେଖର ବାୱାନକୁଲେଙ୍କୁ ବିଜେପି ପ୍ରାର୍ଥୀ କରିଛି 
୮- ଇସ୍ରାଏଲ ଉପରେ ହେଜବୋଲ୍ଲାର କାଉଣ୍ଟର୍‌ ଆଟାକ୍‌, ୭ ମିନିଟ୍‌ରେ ଛାଡ଼ିଲା ୬୦ କ୍ଷେପଣାସ୍ତ୍ର ନିକ୍ଷେପ କରିଛି
୯- ଟିମ୍‌ ଇଣ୍ଡିଆକୁ ହରାଇ ନ୍ୟୁଜିଲାଣ୍ଡ ବେଙ୍ଗାଲୁରୁ ଟେଷ୍ଟ ଜିତି ଇତିହାସ ରଚିଛି.....୩୬ ବର୍ଷ ଦଳ ଭାରତରେ ଟେଷ୍ଟ ମ୍ୟାଚ୍‌ରେ ବିଜେତା ହୋଇଛି.....୧୯୮୮ରେ ନ୍ୟୁଜିଲାଣ୍ଡ ଶେଷଥର ପାଇଁ ଭାରତରେ ଟେଷ୍ଟ ମ୍ୟାଚ୍‌ ଜିତିଥିଲା....ତେବେ ଏହି ମ୍ୟାଚ୍‌କୁ ନ୍ୟୁଜିଲାଣ୍ଡ ଦଳ ୮ ଉଇକେଟରେ ଜିତି ୩ ମ୍ୟାଚ୍‌ ବିଶିଷ୍ଟ ସିରିଜରେ ୧-୦ରେ ଆଗୁଆ ହୋଇଛି
୧୦- ଦବଙ୍ଗ ସଲମାନ ଖାନ୍‌ଙ୍କୁ ହତ୍ୟା ଧମକ ଦେଉଥିବା ଗ୍ୟାଙ୍ଗ୍‌ଷ୍ଟର ଲରେନ୍ସ ବିଷ୍ଣୋଇ ଉପରେ ୱେବ୍‌ ସିରିଜ୍‌ ହେବ...ନୋଏଡ଼ା ସ୍ଥିତ ପ୍ରଯୋଜକ ଅମିତ ଜାନୀ ଏହା ଘୋଷଣା କରିଛନ୍ତି....ସେ ସିରିଜ୍‌ର ଟାଇଟଲ ରଖିଛନ୍ତି ‘ଲରେନ୍ସ- ଏ ଗ୍ୟାଙ୍ଗ୍‌ଷ୍ଟର ଷ୍ଟୋରୀ’

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Evening | Argus News