Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସନ୍ଧ୍ୟା ବେଳର ଖବର ସଂକ୍ଷେପରେ...

Ritu Das
Browse all articles by Ritu Das
·1 year ago·3 min read
ସନ୍ଧ୍ୟା ବେଳର ଖବର ସଂକ୍ଷେପରେ...

ଅର୍ଗସ ବ୍ୟୁରୋ: ଭୀଷଣ ବାତ୍ୟାର ରୂପ ନେଇ ମଧ୍ୟରାତ୍ରରେ ସ୍ଥଳଭାଗ ଛୁଇଁଲା ବାତ୍ୟା ଦାନା ... ହବାଳିଖଟିରେ ଲ୍ୟାଣ୍ଡଫଲ ବେଳେ ଆଖପାଖ ଅଞ୍ଚଳରେ ପ୍ରବଳ ବର୍ଷା ସହ ଲୋକଙ୍କ ମନରେ ଛନକା ଭରିଲା ପବନର ବେଗ ... 100 ରୁ 110 କିମି ବେଗରେ ବହିଲା ପବନ ....  5 ଘଣ୍ଟା ଧରି ଚାଲିଲା ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ... ଲ୍ୟାଣ୍ଡଫଲ୍ ପରେ କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ବରରେ ତାଣ୍ଡବ ରଚୁଛି ବାତ୍ୟା .... ତୁହାକୁ ତୁହା ପବନ ସହ ଲଗାଣ ବର୍ଷାରୁ ବେହାଲ ହୋଇଛି ସ୍ଥିତି
୨- ସ୍ଥଳଭାଗ ଛୁଇଁବା ପରେ ମଧ୍ୟ ଜାରି ରହିଛି ବାତ୍ୟା ଦାନାର ପ୍ରଭାବ ... ଚାନ୍ଦବାଲିରେ ଘଣ୍ଟାପ୍ରତି ୮୨ କିମି ବେଗରେ ବହିଲା ପବନ ... ଚାନ୍ଦବାଲିରେର ସର୍ବାଧିକ ୧୩୧.୬ ମିଲିମିଟର ବର୍ଷା ରେକର୍ଡ ...ପାରାଦୀପରେ ୫୮.୩ ମିଲିମିଟର ଓ  ବାଲେଶ୍ବରର ୪୨.୮ ମିମି ବର୍ଷା ରେକର୍ଡ.. ଦାନା ପ୍ରଭାବରେ ଲଗାଣ ବର୍ଷା ସହ ଜାରି ରହିଛି ତୁହାକୁ ତୁହା ପବନ ..... ଅତି ପ୍ରବଳ ବର୍ଷା ନେଇ ଆଜି ପାଇଁ 9 ଜିଲ୍ଲାକୁ ଜାରି ହୋଇଛି ରେଡ୍ ୱାର୍ଣ୍ଣିଂ .... ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା. କଟକ, ଢ଼େଙ୍କାନାଳ, ଅନୁଗୁଳ, ଯାଜପୁରକୁ ରେଡ ଆଲର୍ଟ ଜାରି  କରାଯାଥିବାବେଳେ 6 ଜିଲ୍ଲାକୁ ଜାରି ହୋଇଛି ଅରେଞ୍ଜ ୱାର୍ଣ୍ଣିଂ ....
୩- ବାତ୍ୟା ଦାନାକୁ ନେଇ ରାଜ୍ୟ ସରକାର ପୁରା ତତ୍ପରତା ଦେଖାଇଲେ......ମୁଖ୍ୟମନ୍ତ୍ରୀ,  ରାଜସ୍ବ ମନ୍ତ୍ରୀ ରାତି ଅଧିଆ ସମୀକ୍ଷା ପରେ ସମୀକ୍ଷା କଲେ, ପ୍ରାୟ ୬ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରି ସୁରକ୍ଷିତ ସ୍ଥାନକୁ ନେଲେ.. ବାତ୍ୟାରେ ବିଶେଷ ପ୍ରଭାବିତ ହୋଇଥିବା କେନ୍ଦ୍ରାପଡା ଜିଲ୍ଲାର ରାଜନଗର ଓ ରାଜକନିକା ବ୍ଲକରେ ଉପମୁଖମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ବିଭିନ୍ନ ସ୍ଥାନ ଯାଇ ସ୍ଥିତି ପରଖି ସମୀକ୍ଷା କଲେ
୪- ବାତ୍ୟାରେ ଟଳିଲା ପରେ ଏବେ ପ୍ରବଳ ବର୍ଷା ଲାଗି ମୟୂରଭଞ୍ଜକୁ ବନ୍ୟା ଡର....ଗତ ୨୪ ଘଣ୍ଟା ଭିତରେ ଶିମିଳିପାଳ ଅଭୟାରଣ୍ୟର କିଛି ଅଞ୍ଚଳରେ ବର୍ଷା ବଢ଼ିଥିବାରୁ ବୁଢାବଳଙ୍ଗ ଧୀରେ ଧୀରେ ଫୁଲିବାରେ ଲାଗୁଛି.......ଗତ ୨୪ ଘଣ୍ଟାରେ ବରେହିପାଣିରେ ସର୍ବାଧିକ ୧୭୪ ମିମି ବର୍ଷା ରେକର୍ଡ ହୋଇଛି....ତେବେ ବୁଢାବଳଙ୍ଗର ବିପଦ ସଂକେତ ଠାରୁ ପ୍ରାୟ ୨ ମିଟର ତଳେ ବର୍ତ୍ତମାନର ଜଳସ୍ତର ରହିଛି ।
୫-ପର୍ଯ୍ୟଟକ ମାନଙ୍କ ପାଇଁ ଖୋଲିଲା କୋଣାର୍କ ସୂର୍ଯ୍ୟ ମନ୍ଦିର । ବାତ୍ୟା ‘ଦାନା’ ପାଇଁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ କ୍ରମେ ଗତ ୨୪ ଓ ୨୫ ତାରିଖ ସୂର୍ଯ୍ୟ ମନ୍ଦିର ବନ୍ଦ ରଖାଯାଇଥିଲା । ତେବେ ୨୫ ତାରିଖରେ ୧୧ଟା ୩୦ ମିନିଟ୍‌ରେ ଖୋଲିଲା ସୂର୍ଯ୍ୟ ମନ୍ଦିର
୬- ବାତିଲ ଟ୍ରେନ୍‌ ଛଡ଼ା ଅନ୍ୟ ଟ୍ରେନ୍‌ ସମୟ ଅନୁସାରେ ଗଡ଼ିବ ବୋଲି ପୂର୍ବତଟ ରେଲଓ୍ବେ ପକ୍ଷରୁ ଶୁକ୍ରବାର ସୂଚନା ଜାରି ହୋଇଛି। ବିଶାଖାପାଟଣା ପଟୁ ଡାଉନ ଟ୍ରେନ୍‌ ଭୁବନେଶ୍ବର, ହାଓ୍ବଡ଼ାକୁ ଗଡ଼ିଛି। ସେହିପରି ଖଡ଼ଗପୁର ପଟୁ ବିଶାଖାପାଟଣା ଅପ୍‌ ଟ୍ରେନ ୨ଟାରେ ଭଦ୍ରକ ପହଞ୍ଚିବ। ହାଓ୍ବଡା-ବେଙ୍ଗାଲୁରୁ ଦୂରନ୍ତ ଏକ୍ସପ୍ରେସ୍‌ ୧୨ଟା ୪୫ରେ ଭୁବନେଶ୍ବର ଓ ପୁରୀରୁ ଗଡ଼ିବ।
୭- ଦିଲ୍ଲୀ ପୋଲିସର ସ୍ପେଶାଲ ସେଲକୁ ବଡ ସଫଳତା ମିଳିଛି....ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ, ପ୍ୟାନ ଇଣ୍ଡିଆ କାର୍ଯ୍ୟାନୁଷ୍ଠାନରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ୭ଜଣ ସୁଟରଙ୍କୁ ଗିରଫ କରିଛି....ଏହି ୭ଜଣ ସୁଟରଙ୍କୁ ପଞ୍ଜାବ ଏବଂ ଏହାର ଆଖପାଖ ରାଜ୍ୟରୁ ପୋଲିସ ଗିରଫ କରିଛି। ସ୍ପେଶାଲ ସେଲ ଟିମ ମଧ୍ୟ ଏମାନଙ୍କଠାରୁ ଅସ୍ତ୍ରଶସ୍ତ୍ର ଉଦ୍ଧାର କରିଛି
୮- ଦୀପାବଳି ପୂର୍ବରୁ ମୋଦି ସରକାର ଉଦ୍ୟୋଗୀମାନଙ୍କୁ ଏକ ବଡ଼ ଉପହାର....ବର୍ତ୍ତମାନ ଉଦ୍ୟୋମୀମାନେ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ଅଧୀନରେ ଡବଲ ଋଣ ପାଇବେ....ପିଏମ ମୁଦ୍ରା ଯୋଜନା ଅନୁଯାୟୀ, ମୁଦ୍ରା ଋଣର ସୀମା ବର୍ତ୍ତମାନ ୧୦ ଲକ୍ଷରୁ ୨୦ ଲକ୍ଷକୁ ବୃଦ୍ଧି କରାଯାଇଛି। ଏହି ନିଷ୍ପତ୍ତି ସମ୍ପର୍କରେ ସରକାର ମଧ୍ୟ ବିଜ୍ଞପ୍ତି ଜାରି କରିଛନ୍ତି
୯- ପୁଣି ଥରେ ଘୁଞ୍ଚିଲା ‘ପୁଷ୍ପା-୨’ ରିଲିଜ୍‌ ଡେଟ୍‌.....ଏବେ ନିର୍ମାତା ଅଲ୍ଲୁଙ୍କ ଫ୍ୟାନ୍‌ଙ୍କୁ ବଡ଼ ସର୍‌ପ୍ରାଇଜ୍‌ ଦେଇଛନ୍ତି....ଦିନକ ପୂର୍ବରୁ ‘ପୁଷ୍ପା-୨’ ମୁକ୍ତିଲାଭ କରିବ ବୋଲି ଘୋଷଣା କରିଛନ୍ତି । ଘୋଷଣାର କିଛି ସମୟ  ପରେ ଅଲ୍ଲୁ ନିଜ ଟ୍ୱିଟର ହ୍ୟାଣ୍ଡେଲ୍‌ରେ ଫିଲ୍ମର ଏକ ନୂଆ ପୋଷ୍ଟର୍‌  ଶେୟାର କରିଛନ୍ତି
୧୦- ସ୍ତନ କର୍କଟ ବିଜ୍ଞାପନ ଦେଇ ଫସିଲା ଯୁବରାଜ ସିଂଙ୍କ ଏନ୍‌ଜିଓ.....ଉକ୍ତ ବିଜ୍ଞାପନରେ ସ୍ତନକୁ ‘ଅରେଞ୍ଜ’ ଭାବେ ଦର୍ଶାଯାଇଥିଲା। ଏଭଳି ଲଜ୍ଜାକର ବିଜ୍ଞାପନ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ବିଭିନ୍ନ ମହଲରେ ସମାଲୋଚନା କରାଯାଇଥିଲା

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
evening | Argus News