ପାଉଡ଼ି ଭୁଇଁଆଙ୍କୁ ଦିଆଯାଇଥିବା ପ୍ରତିଟି ପ୍ରତିଶ୍ରୁତି ପୂରଣ ହେବ

ଦେବଗଡ: ଆଦିବାସୀ ନ୍ୟାୟ ଅଭିଯାନରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କହିଲେ ୨୦୨୪ରେ ମୋଦି ସରକାରଙ୍କ ଶାସନ ଜାରି ରହିବ । ମୋଦି ଗ୍ୟାରେଣ୍ଟି ରାଜ୍ୟରେ ଲାଗୁ ହେବ । ପାଉଡ଼ି ଭୁଇଁଆ କୋଟିପତି ହେବେ । ମୋଦି ଗ୍ୟାରେଣ୍ଟି ୧୦୦ କୁ ୧୦୦ । ସେପଟେ ଦେଶରେ ଲାଭାର୍ଥୀଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେବଗଡ଼ରେ ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି ମୋଦି ଗ୍ୟାରେଣ୍ଟିରେ ବାଦ ବିବାଦର ଜାଗା ନାହିଁ।
ପାଉଡ଼ି ଭୁଇଁଆଙ୍କୁ ଦିଆଯାଇଥିବା ପ୍ରତିଟି ପ୍ରତିଶ୍ରୁତି ପୂରଣ ହେବ। ମୋଦି ଶାସନରେ ପାଉଡ଼ି ଭୁଇଁଆ ବି ହେବେ କୋଟିପତି। ଯାହାର ବ୍ଲୁ-ପ୍ରିଣ୍ଟ ହେଉଛି ପିଏମ ଜନମନ ଯୋଜନା। ଶହେରୁ ଶହେ ପ୍ରତିଶ୍ରୁତି ପୂରଣ ହେବ। ନୂଆ ଏକ ଲକ୍ଷ ଘର ଦିଆଯିବ। ସବୁ ଘରେ ବିଜୁଳି ସୁବିଧା, ସବୁ ଘରେ ଏଲପିଜି ଗ୍ୟାସ, ସବୁ ଗାଁକୁ ପକ୍କା ସଡ଼କ, ସବୁ ଘର ପାଇଁ ବ୍ୟାଙ୍କ ସୁବିଧା ଯୋଗାଇ ଦିଆଯିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ଅଧିକ ପଢନ୍ତୁ ଓଡ଼ିଶା ଖବର
