ସତ ରୂପାନ୍ତରଣ କରିବାକୁ ବିଜେପି ସରକାରର ଦାବି

ଭୁବନେଶ୍ୱର: ବଦଳିବ ସ୍କୁଲ ଭାଗ୍ୟ । ରୂପାନ୍ତରଣ ନାଁରେ ଆଉ ରଙ୍ଗ ବୋଳା ନୁହେଁ । ସତ ରୂପାନ୍ତରଣ କରିବାକୁ ବିଜେପି ସରକାରର ଦାବି । ପ୍ରତ୍ୟେକ ସ୍କୁଲରେ ରହିବ ବିଜୁଳି, ପାନୀୟ ଜଳ ଓ ଶୌଚାଳୟ । 2 ବର୍ଷ ମଧ୍ୟରେ କାମ ଶେଷ କରିବା ପାଇଁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ । ଅର୍ଗସ ହାତରେ ସରକାରୀ ନିଷ୍ପତ୍ତିର EXCLUSIVE ଦସ୍ତାବିଜ୍ । ରଙ୍ଗବୋଳା ରୂପାନ୍ତରଣ ନୁହେଁ ସ୍କୁଲ ଗୁଡିକର ବାସ୍ତବିକ ଭିତ୍ତିଭୂମି ସଜାଡିବାକୁ ଅଣ୍ଟା ଭିଡିଛନ୍ତି ବିଜେପି ସରକାର । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ସମନ୍ବୟ କମିଟି ବୈଠକରେ ନିଆଯାଇଛି ବଡ ନିଷ୍ପତ୍ତି । ନଜର ପକାନ୍ତୁ ଇଏ ହେଉଛି ସେହି EXCLUSIVE ଦସ୍ତାବିଜ୍ । ଯେଉଁଥିରେ ରାଜ୍ୟର ସହରାଞ୍ଚଳ ଓ ଗ୍ରାମାଞ୍ଚଳ ଗୁଡିକରେ ଥିବା ସମସ୍ତ ସ୍କୁଲ ଗୁଡିକରେ ପାନୀୟ ଜଳ,ଶୌଚାଳୟ, ବିଜୁଳି, ବର୍ଷା ଜଳ ସଂରକ୍ଷଣ ଭିତ୍ତିଭୂମି ତୁରନ୍ତ ନିର୍ମାଣ ଲାଗି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ସହରାଞ୍ଚଳର କେଉଁ ସ୍କୁଲରେ ବର୍ତ୍ତମାନ ସୁଦ୍ଧା ପିଇବା ପାଣି ଓ ଶୌଚାଳୟ ନାହିଁ ତାହାର ରିପୋର୍ଟ ମାସକ ମଧ୍ୟରେ ମଗା ଯାଇଥିବା ବେଳେ ଗ୍ରାମାଞ୍ଚଳ ପାଇଁ ଦୁଇ ମାସ ମଧ୍ୟରେ ରିପୋର୍ଟ ଦେବାକୁ କୁହାଯାଇଛି । ବର୍ଷକ ମଧ୍ୟରେ ସହରାଞ୍ଚଳର ସମସ୍ତ ସ୍କୁଲ ଗୁଡିକରେ ପାନୀୟ ଜଳ ଯୋଗାଣ ଓ ବର୍ଷା ଜଳ ସଂରକ୍ଷଣ କାର୍ଯ୍ୟ ଶତ ପ୍ରତିଶତ ଶେଷ କରିବାକୁ ନିର୍ଦେଶ ଦିଆଯାଇଥିବା ବେଳେ ଗ୍ରାମାଞ୍ଚଳର ସ୍କୁଲ ଗୁଡିକ ପାଇଁ ଦୁଇ ବର୍ଷର ସମୟ ଦିଆଯାଇଛି ।
ଦୀର୍ଘ ସ୍ଥାୟୀ ଓ ବିଶୁଦ୍ଧ ପାନୀୟ ଜଳ ଯୋଗାଣକୁ ସୁନିଶ୍ଚିତ କରିବାକୁ ଦିଆଯାଇଛି ନିର୍ଦେଶ। ଯେଉଁ ସ୍ଥାନରେ ସମ୍ଭବ ହୋଇପାରୁଛି ସେଠି ସ୍କୁଲ ଓ ହଷ୍ଟେଲକୁ ବିଜୁଳି ଯୋଗାଣ ପାଇଁ ସୋଲାର ସିଷ୍ଟମ ବା ଶୌର ଶକ୍ତି କୁ ବ୍ୟବହାର କରିବାକୁ କୁହାଯାଇଛି । କାର୍ଯ୍ୟ ଶେଷ ହେବା ପରେ ସମସ୍ତ ସ୍କୁଲର ବିଜୁଳି, ଶୌଚାଳୟ, ପାନୀୟ, ବର୍ଷା ଜଳ ସଂରକ୍ଷଣକୁ ରକ୍ଷଣାବେକ୍ଷଣ ପ୍ରତି ଯତ୍ନବାନ ହେବାକୁ ଦିଆଯାଇଛି ନିର୍ଦେଶ। ଏପଟେ ସାମ୍ନାକୁ ଆସିଛି ବିଜେଡି ସରକାର ଦାବି କରୁଥିବା ରୂପାନ୍ତରଣର ବାସ୍ତବତା । ସ୍କୁଲରେ ଶୌଚାଳୟ, ପାନୀୟ ଜଳ ନଥିବାରୁ ବାଧ୍ୟ ହୋଇ ଜିଲ୍ଲାପାଳଙ୍କୁ ଜଣାଇବା ଲାଗି ଚାଲି ଚାଲି ଭବାନୀପାଟଣା ଆସିଛନ୍ତି ଥୁଆମୂଳା ରାମପୂର ବ୍ଲକ କିଆପଦର ଆଶ୍ରମ ସ୍କୁଲର ଛାତ୍ରୀ ମାନେ । କିଆପଦର କୁ କର୍ଲାପାଟ ଦେଇ ଭବନାପାଟଣା ଆସିବା ଭିତରେ ପ୍ରବଳ ଖରା ଯୋଗୁ ଆନେକ ଛାତ୍ରୀ ବେହୋଶ ହୋଇଯାଉଥିବାର ମଧ୍ୟ ଦେଖିବାକୁ ମିଳିଥିଲା ।
କେବଳ ଏ ଗୋଟିଏ ସ୍କୁଲର କଥା ନୁହେଁସ କଣ୍ଟାମାଳରୁ ଖରିଆର, ସବୁଠି ମିଛି ରୁପାନ୍ତରରଣ ସତ ଆସିଛି ସାମନାକୁ.. କୋଉଠି ଶୌଚଳାୟ ନାହିଁ ତ ଆଉ କେଉଁଠି ନାହିଁ ପିଇବା ପାଣିର ସୁବିଧା। ଖରିଆରର ସାହାଯପାଣି,କୋଦୋଭଟା ଏବଂ କପଟିଆମ ସ୍କୁଲ ରେ ନାହିଁ ଶୌଚାଳୟ କି ପାନୀୟ ଜଳ ସୁବିଧା l ପାଣି ପାଇଁ ନାଳକୁ ଯାଉଛନ୍ତି ସ୍କୁଲ ପିଲା।
ବିଜେଡି ସରକାରରେ ମୋ ସ୍କୁଲ ନାଁ ରୂପାନ୍ତରଣ କରିବା ପାଇଁ ହଜାର ହଜାର କୋଟି ଟଙ୍କା ରାଜ୍ୟ ରାଜକୋଷ ସ୍ବାହା କରାଯାଇଥିଲା । ଭିତିଭୂମି ସଜାଡିବା ନାଁରେ କେବଳ କାନ୍ଥ ବାଡରେ ରଙ୍ଗ ମାରି କାମ ସାରି ଦିଆଯାଇଥିଲା । ଯାହାର ଫଳ ସୂରପ ରାଜ୍ୟର ତିନି ହଜାର ସ୍କୁଲରେ ପାନୀୟ ଜଳ ବ୍ୟବସ୍ଥା ନାହିଁ । ସେହିପରି 1819 ସ୍କୁଲରେ ଶୌଚାଳୟ ନଥିବା ବେଳେ 5327 ସ୍କୁଲରେ ଶୌଚାଳୟ ଗୁଡିକ ଦୟନୀୟ ସ୍ଥିତିରେ ରହିଛି ।
📱 Get Argus News App
✨ଅଧିକ ପଢନ୍ତୁ ଓଡ଼ିଶା ଖବର