ଷ୍ଟୋର ରୁମରୁ ଷ୍ଟ୍ରଙ୍ଗ ରୁମ ଆସିଲା ଇଭିଏମ
·2 years ago·1 min read

ଅର୍ଗସ ବ୍ୟୁରୋ: ଷ୍ଟୋର ରୁମରୁ ଷ୍ଟ୍ରଙ୍ଗ ରୁମ ଆସିଲା ଇଭିଏମ। କଡ଼ା ସୁରକ୍ଷାବଳୟ ଭିତରେ ଇଭିଏମ ମେସିନ ଆସି ପହଞ୍ଚିଲା। ନିର୍ବାଚନ ପୂର୍ବରୁ ଷ୍ଟ୍ରଙ୍ଗ ରୁମକୁ ଆସିଲା ଇଭିଏମ। କଡା ସୁରକ୍ଷା ବଳୟରେ ଖୋର୍ଦ୍ଧାସ୍ଥିତ ପଣ୍ୟଗାରରୁ ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟକୁ ଆସି ପହଞ୍ଚିଛି। ଭୁବନେଶ୍ୱର ଲୋକସଭା କ୍ଷେତ୍ରର 5ଟି ନିର୍ବାଚନ ମଣ୍ଡଳୀ ତଥା ଜଟଣୀ, ଉତ୍ତର, ମଧ୍ୟ, ଏକାମ୍ର ଓ ଜୟଦେବ ନିର୍ବାଚନ ଲାଗି ଇଭିଏମ ଆସି ପହଞ୍ଚିଛି।
5ଟି ଫ୍ଲୋରରେ ଗୋଟିଏ ବିଧାନସଭା ଓ ନିର୍ବାଚନ ମଣ୍ଡଳୀର ଉଭୟ ଲୋକସଭା ଓ ବିଧାନସଭା ଲାଗି ଇଭିଏମ ଏଠାରେ ରହିବ। ମୋଟ 2332 ଟି ଇଭିଏମ ଆସିଛି। ଏହା ବାଦ 25 ପ୍ରତିସତ ଇଭିଏମ ସଂରକ୍ଷଣ ରହିବ। ପିଙ୍କ ରଙ୍ଗ ଘର ବିଧାନସଭକ୍ଷେତ୍ର ଏବଂ ଧଳା ରଙ୍ଗ ଘର ଲୋକସଭା କ୍ଷେତ୍ରର ରହିବ ଇଭିଏମ। ସିସିଟିଭି ବଳୟରେ ଷ୍ଟ୍ରଙ୍ଗ ରୁମ ରହିଛି। ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: