ଗୁଣୁପୁରରେ ଇଭିଏମ୍ ମେସିନ୍ ଖରାପ

ରାୟଗଡା: ଇଭିଏମ୍ ମେସିନ୍ ଖରାପ । ଭୋଟ୍ ନ ଦେଇ ଫେରିଗଲେ ଭୋଟର୍ । ରାୟଗଡା ଗୁଣୁପୁରରେ 162 ବୁଥ୍ ଗୁଣୁପୁର ନିର୍ବାଚନ ମଣ୍ଡଳୀ ଘନାନ୍ତରି ପଞ୍ଚାୟତରେ ମେସିନ ଖରାପ ହେତୁ ପ୍ରାୟ 3 ଘଣ୍ଟା ବିଳମ୍ୱ ହେତୁ ବୁଦ୍ଧ ବୃଦ୍ଧା ବ୍ୟକ୍ତି ଘରକୁ ଫେରିଯାଇଥିବା ଦେଖିବାକୁ ମିଳିଛି । ମେସିନ ଖରାପ ହେତୁ ଲମ୍ବା ଲାଇନରେ ଠିଆ ହୋଇ ଲୋକେ ଅପେକ୍ଷା କରିଥିବା ଦେଖିବାକୁ ମିଳିଥିଲା ।
ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ ବ୍ରହ୍ମପୁର, କୋରାପୁଟ, ନବରଙ୍ଗପୁର ଓ କଳାହାଣ୍ଡି ଲୋକସଭା ଓ ତତସଂଲଗ୍ନ 28ଟି ବିଧାନସଭା କ୍ଷେତ୍ରରେ ଚାଲିଛି । ମୋଟ 62 ଲକ୍ଷ 87 ହଜାର ଭୋଟର ମତଦାନ କରିବାକୁ ଯାଉଥିବା ବେଳେ ସେମାନଙ୍କ ମଧ୍ୟରେ 30 ଲକ୍ଷ 97 ହଜାର ପୁରୁଷ, 31 ଲକ୍ଷ 89 ହଜାର ମହିଳା, 1 ଲକ୍ଷ 75 ହଜାର ଯୁବ ଭୋଟର ଓ 14 ଲକ୍ଷ 68 ହଜାର 20 ବର୍ଷରୁ 29 ବର୍ଷର ଭୋଟର ରହିଛନ୍ତି। ସଂସଦୀୟ କ୍ଷେତ୍ର ପାଇଁ 37ଜଣ ପ୍ରାର୍ଥୀ ଥିବା ବେଳେ ବିଧାନସଭା ପାଇଁ 243 ପ୍ରାର୍ଥୀ ରହିଛନ୍ତି ।
ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ 7 ହଜାର 303 ମତଦାନ କେନ୍ଦ୍ର ସହ 14ଟି ଅତିରିକ୍ତ ମତଦାନ କେନ୍ଦ୍ର କରାଯାଇଛି। ଲୋକସଭା କ୍ଷେତ୍ରରେ କୋରାପୁଟରେ ସର୍ବନିମ୍ନ ଭୋଟର ଥିବାବେଳେ କଳାହାଣ୍ଡିରେ ସର୍ବାଧିକ ଭୋଟର ରହିଛନ୍ତି। ସେହିପରି ବିଧାନସଭା କ୍ଷେତ୍ରରେ ଲକ୍ଷ୍ମୀପୁର ରେ କମ୍ ଭୋଟର ଥିବା ବେଳେ ଧର୍ମଗଡ଼ରେ ଅଧିକ ଭୋଟର ରହିଥିବା ରାଜ୍ୟ ନିର୍ବାଚନ କମିଶନର କହିଛନ୍ତି ।
📱 Get Argus News App
✨ଆହୁରି ପଢନ୍ତୁ ରାଜନୀତି ଖବର...
