Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପ୍ରକୃତ ଦୋଷୀକୁ ଦଣ୍ଡ ମିଳୁ- ସୁଜିତ କୁମାର

Smruti Parija
Browse all articles by Smruti Parija
·1 year ago·1 min read
ପ୍ରକୃତ ଦୋଷୀକୁ ଦଣ୍ଡ ମିଳୁ- ସୁଜିତ କୁମାର

ଅର୍ଗସ ବ୍ୟୁରୋ: ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡ ଘଟଣାର ହେଉ ପୁନଃ ତଦନ୍ତ । ପ୍ରକୃତ ଦୋଷୀକୁ ଦଣ୍ଡ ମିଳୁ। ଏ ନେଇ ବଡ଼ ବୟାନ ଦେଇଛନ୍ତି ବିଜେଡିର ପୂର୍ବତନ ସାଂସଦ ସୁଜିତ୍ କୁମାର। ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଇଥିବା ସୁଜିତ୍ କୁମାରଙ୍କୁ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ସ୍ବାଗତ କରାଯାଇଥିଲା । 

ଏହି ସମୟରେ ଅର୍ଗସକୁ ସ୍ବତନ୍ତ୍ର ସାକ୍ଷାତକାରରେ ସୁଜିତ୍ କୁମାର କହିଛନ୍ତି ମମିତା ମେହେର ହତ୍ୟାକାଣ୍ଡ ଘଟଣାର ପୁନଃ ତଦନ୍ତ ହେଉ ଏବଂ ପ୍ରକୃତ ଦୋଷୀ ଦଣ୍ଡ ମିଳୁ । ସେପଟେ ମମିତାଙ୍କ ହତ୍ୟାର ସିବିଆଇ ତଦନ୍ତ ଦାବି କରିଛନ୍ତି ତାଙ୍କ ମା । ମମିତା ମେହେର ହତ୍ୟା ମାମଲାରେ ବିବାଦ ଘେରକୁ ଆସିଥିଲେ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ମାମଲାରେ ଦିବ୍ୟଶଙ୍କର ସମ୍ପୃକ୍ତି ନେଇ ଅଭିଯୋଗ ହୋଇଥିଲା ।

ପୁଣି କଣ୍ଟାବାଞ୍ଜି ଜେଲରେ ଗୋବିନ୍ଦ ସାହୁଙ୍କର ସନ୍ଦେହ ଜନକ ମୃତ୍ୟୁ ହୋଇଥିଲା । ଗୋବିନ୍ଦଙ୍କୁ ଯୋଜନାବଦ୍ଧ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଥିଲେ ତାଙ୍କ ପରିବାର ଲୋକେ। ଏହାପଛରେ ବଡ଼ ନେତାଙ୍କ ହାତ ଥିବା ଅଭିଯୋଗ ହୋଇଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...
 

Sponsored
ex-bjd-mp-sujit-kumar-reaction-on-mamita-meher-case | Argus News