|
logo
Live
Argus News App
GET APP

Argus News - ଖୋଲିଲେ ଗୁମର : ବିଜେଡିରୁ ଇସ୍ତଫା ଦେବା ପରେ ବଳଭଦ୍ର ମାଝୀଙ୍କ ବଡ଼ ବୟାନ

Odisha

ଖୋଲିଲେ ଗୁମର : ବିଜେଡିରୁ ଇସ୍ତଫା ଦେବା ପରେ ବଳଭଦ୍ର ମାଝୀଙ୍କ ବଡ଼ ବୟାନ

Jitendra Dash
Browse all articles by Jitendra Dash
·2 years ago·2 min read
ଖୋଲିଲେ ଗୁମର : ବିଜେଡିରୁ ଇସ୍ତଫା ଦେବା ପରେ ବଳଭଦ୍ର ମାଝୀଙ୍କ ବଡ଼ ବୟାନ

ବିଜେଡିରୁ ଇସ୍ତଫା ଦେବା ପରେ ବଳଭଦ୍ର ମାଝୀଙ୍କ ବଡ଼ ବୟାନ  
ବିଜେଡିରେ ବହୁ କର୍ମୀ ଏବେ ନେତାଙ୍କ ଫୁଟବଲ 
ଦଳ ତିଆରି କରିବାରେ ମୁଁ ଗୁଣ୍ଡୁଚି ମୂଷା ଭଳି ସହଯୋଗ କରିଥିଲି
ଆଜି ଦଳ ପାଇଁ ମୁଁ ଅଲୋଡ଼ା ହୋଇଗଲି
 

ଅର୍ଗସ ବ୍ୟୁରୋ : କଳାହାଣ୍ଡି ଜିଲ୍ଲା ଲାଂଜିଗଡ଼ରେ ଦୁର୍ବଳ ହେଲା ବିଜେଡ଼ି । ଦଳକୁ ଲାଗିଛି ଶକ୍ତ ଝଟକା । ବିଜେଡ଼ିର ହାତ ଛାଡ଼ିଲେ ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ । ଗତକାଲି ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି । କହିଛନ୍ତି, ‘ଦୀର୍ଘ ୫ ବର୍ଷ ହେଲା ବିଜେଡି ମୋତେ ଅଣଦେଖା କରିଆସୁଛି ଦଳ । ଦଳର ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଏ ସଂକ୍ରାନ୍ତରେ ଜଣାଇବାକୁ ବାରମ୍ବାର ଉଦ୍ୟମ କରି ନିରାଶ ହୋଇଛି । ଶେଷରେ ବାଧ୍ୟ ହୋଇ ରାଜ୍ୟ ସଭାପତିଙ୍କୁ ମୋର ଇସ୍ତଫା ପ୍ରଦାନ କରିଛି । ବୋଲି ଶ୍ରୀ ମାଝି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି । 

ବଳଭଦ୍ର୧୯୯୭ ମସିହାରୁ କଳାହାଣ୍ଡି ଜିଲ୍ଲା ଲାଂଜିଗଡ଼ ସଂରକ୍ଷିତ ବିଧାନସଭା ନିର୍ବାଚନମଣ୍ଡଳୀରୁ ଯଥାକ୍ରମେ ଜନତା ଦଳ ଓ ବିଜେଡି ଟିକଟରୁ ୫ଥର ବିଧାୟକ ରୂପେ ନିର୍ବାଚିତ ହୋଇଛନ୍ତି । ସେଥିରୁ ୨ଥର ମନ୍ତ୍ରୀ ହୋଇଥିଲେ । ତେବେ ଗତ ନିର୍ବାଚନରେ ତାଙ୍କୁ ଦଳୀୟ ଟିକଟ ମିଳି ନଥିଲା । ବଦଳରେ ପ୍ରଦୀପ ଦିଶାରୀ ବିଜେଡି ଟିକଟରେ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ । 

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଦୀର୍ଘ ୫ବର୍ଷରୁ ଅଧିକ ସମୟ ଧରି ଦଳରେ ଶ୍ରୀ ମାଝି କୋଣଠେସା ହୋଇ ରହି ଆସୁଥିଲେ । ବିଜେଡିର ବିଭିନ୍ନ କାର୍ଯ୍ୟକ୍ରମରେ ସେ ଯୋଗ ଦେଉଥିଲେ ହେଁ ରାଜ୍ୟ ନେତୃତ୍ବ ଓ ସ୍ଥାନୀୟ ନେତା ତାଙ୍କୁ ଅଣଦେଖା କରୁଥିଲେ । ଏହାକୁ ନେଇ ବଳଭଦ୍ରଙ୍କ ସମର୍ଥକ ମହଲରେ ତୀବ୍ର ଅସନ୍ତୋଷ ଲାଗି ରହିଥିଲା । ତଥାପି ଶ୍ରୀ ମାଝୀ ଦଳ ଛାଡ଼ି ନଥିଲେ । ହେଲେ ୨୦୨୪ ନିର୍ବାଚନରେ ବିଜେଡି ଟିକଟ ମିଳିବା ସମ୍ଭାବନା କ୍ଷୀଣ ଥିବା ଅନୁମାନ କରି ସେ ଏବେ ଦଳ ଛାଡ଼ିବାକୁ ନିଷ୍ପତ୍ତି ନେଇଥିବା ଚର୍ଚ୍ଚା ହେଉଛି । 

ସେପଟେ ବଳଭଦ୍ରଙ୍କ ଅଭିଯୋଗକୁ ନେଇ ବିଜେଡିର ପ୍ରତିକ୍ରିୟାରେ କହିଛନ୍ତି, ଏହା ତାଙ୍କ ବ୍ୟକ୍ତିଗତ ମତ ବୋଲି କହିଛନ୍ତି ଭୂପିନ୍ଦର ସିଂ, ବିଜେଡି ବିଧାୟକ । ତେବେ ଏଠି ପ୍ରଶ୍ନ ଉଠୁଛି... କଣ ପାଇଁ ବିଜେଡ଼ିରେ କୋଣଠେସା ହେଲେ ବଳଭଦ୍ର ମାଝୀ ? କଣ ବିଜେଡ଼ିର ସ୍ବାର୍ଥ ସରିଗଲା ପରେ ଅଲୋଡ଼ା ହୋଇଗଲେ କି ? କଣ ପାଇଁ ବିଜେଡିର ହାତ ଛାଡ଼ିଛନ୍ତି ବିଜେଡ଼ିର ପୁରୁଣା ନେତା ଓ କର୍ମୀ ?

୧୯୯୦ ମସିହାରୁ ଲଗାତାର ଲାଞ୍ଜିଗଡ଼ରୁ ବିଧାୟକ ଭାବେ ଜିତିଥିବା ଶ୍ରୀ ମାଝୀ, ପ୍ରଥମ ଥର ପାଇଁ ୨୦୦୯ ମସିହାରେ କଂଗ୍ରେସ ବିଧାୟକ ଶିବାଜୀ ମାଝୀଙ୍କଠାରୁ ହାରିଯାଇଥିଲେ । ତେବେ ସେ କେଉଁ ଦଳରେ ଯୋଗ ଦେବେ ବୋଲି ପଚାରିବାରୁ ସେ କହିଛନ୍ତି ‘ସମର୍ଥକଙ୍କ ନିଷ୍ପତ୍ତି ହିଁ ମୋର ନିଷ୍ପତ୍ତି’ ବୋଲି କହି ପ୍ରସଙ୍ଗକୁ ଏଡ଼ାଇଯାଇଛନ୍ତି ।
 

Sponsored
ଖୋଲିଲେ ଗୁମର : ବିଜେଡିରୁ ଇସ୍ତଫା ଦେବା ପରେ ବଳଭଦ୍ର ମାଝୀଙ୍କ ବଡ଼ ବୟାନ | Argus News