Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Exam reform news / ପରୀକ୍ଷାର ହେବ ଲାଇଭ ଷ୍ଟ୍ରିମିଙ୍ଗ, ପରିଚାଳନାରେ ଅବହେଳାକୁ ବରଦାସ୍ତ କରାଯିବନି

Bikash Mohanty
Browse all articles by Bikash Mohanty
·5 months ago·2 min read
ପରୀକ୍ଷାର ହେବ ଲାଇଭ ଷ୍ଟ୍ରିମିଙ୍ଗ,  ପରିଚାଳନାରେ ଅବହେଳାକୁ ବରଦାସ୍ତ କରାଯିବନି
EXAM

Key Points

୧୮ରୁ ଉଚ୍ଚ ମାଧ୍ୟମିକ, ୧୯ରୁ ବାର୍ଷିକ ମାଧ୍ୟମିକ ପରୀକ୍ଷା
ପରୀକ୍ଷାର ହେବ ଲାଇଭ ଷ୍ଟ୍ରିମିଙ୍ଗ
ପରିଚାଳନାରେ ଅବହେଳାକୁ ବରଦାସ୍ତ କରାଯିବନି
ଚଳିତମାସ ୧୮ତାରିଖରୁ ବାର୍ଷିକ ଉଚ୍ଚ ମାଧ୍ୟମିକ ଓ ୧୯ତାରିଖରୁ ବାର୍ଷିକ ମାଧ୍ୟମିକ ପରୀକ୍ଷା ସମେତ ରାଜ୍ୟମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ଅନୁଷ୍ଠିତ ହେବା ପରୀକ୍ଷା ପରିଚାଳନାରେ କୌଣସି ପ୍ରକାର ଅବହେଳାକୁ ବରଦାସ୍ତ କରାଯିବ ନାହିଁ। ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଜଡ଼ିତ ଏହି ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟରେ ନିୟୋଜିତ ହେଉଥିବା ସମସ୍ତ ବ୍ୟକ୍ତିବିଶେଷ ଯଥେଷ୍ଟ ସତର୍କତା ଅବଲମ୍ବନ ସହ ନିଜର ଦାୟିତ୍ଵ ସଂପାଦନ କରିବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଆଜି ଶୃଙ୍ଖଳିତ ପରୀକ୍ଷା ପରିଚଳନା ପ୍ରସ୍ତୁତି ନେଇ ସମୀକ୍ଷା ହୋଇଥିଲା । ବୈଠକରୁ ମିଳିଥିବା ସୂଚନା ଅନୁସାରେ ଚଳିତବର୍ଷ ବାର୍ଷିକ ଉଚ୍ଚ ମାଧ୍ୟମିକ ପରୀକ୍ଷାରେ ୨ଲକ୍ଷ ୫୬ହଜାର ୭୦୭ଜଣ କଳା, ବାଣିଜ୍ୟରେ ୨୪ହଜାର ୬୨୧, ବିଜ୍ଞାନରେ ୧ଲକ୍ଷ ୧୪ହଜାର ୩୬୩ ଓ ଧନ୍ଦାମୂଳକ ଶିକ୍ଷାରେ ୫୯୩୨ଜଣଙ୍କୁ ମିଶାଇ ମୋଟ ୪ଲକ୍ଷ ୧୬ହଜାର ୬୨୩ଜଣ ପରୀକ୍ଷା ଦେବେ । ଏଥିପାଇଁ ୨୧୧ଟି ପରୀକ୍ଷା ପରିଚାଳନା ହବ୍, ୧୩୫୭ଟି ପରୀକ୍ଷା କେନ୍ଦ୍ର ସହ ୭ଟି ଉପ କେନ୍ଦ୍ର ବ୍ୟବସ୍ଥା କରାଯାଇଛି। ଏହି ପରୀକ୍ଷା ଚଳିତମାସ ୧୮ତାରିଖରୁ ୨୮ ମାର୍ଚ୍ଚ ପର୍ଯ୍ୟନ୍ତ ଚାଲିବ।

ସେହିପରି ବାର୍ଷିକ ମାଧ୍ୟମିକ ସାର୍ଟିଫିକେଟ୍ ପରୀକ୍ଷା ୧୯ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୨ତାରିଖରେ ସରିବା ବାର୍ଷିକ ମାଧ୍ୟମିକ ସାର୍ଟିଫିକେଟ୍ ପରୀକ୍ଷାରେ ୫ଲକ୍ଷ ୪୬ହଜାର ୮୭୫ଜଣ ପରୀକ୍ଷାର୍ଥୀ ରହିଛନ୍ତି| ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷାକୁ ମିଶାଇ ସମୁଦାୟ ୫ଲକ୍ଷ ୬୧ହଜାର ୯୭୯ଜଣ ପରୀକ୍ଷା ଦେବେ । ଏଥିପାଇଁ ୩୨୨ଟି ନୋଡାଲ କେନ୍ଦ୍ର, ୩୦୮୨ଟି ପରୀକ୍ଷା କେନ୍ଦ୍ର ଓ ୫୦ଟି ଉତ୍ତର ପତ୍ର ମୂଲ୍ୟାଙ୍କନ କେନ୍ଦ୍ର ରହିଛି। ପରୀକ୍ଷା ସୁପରିଚଳନା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ, କଟକର ଷ୍ଟ୍ରଙ୍ଗ ରୁମ୍‌ରୁ ନୋଡାଲ କେନ୍ଦ୍ରଗୁଡ଼ିକୁ ଡେସ୍‌ସ୍ପାଚ୍ ଟିମ୍ ସହ ଶସ୍ତ୍ରଧାରୀ ଆରକ୍ଷୀ କର୍ମଚାରୀ ନିୟୋଜିତ ରହିବେ। ପରୀକ୍ଷା କେନ୍ଦ୍ର ଭିତରେ ମୋବାଇଲ ଫୋନ୍ ଓ ଅନ୍ୟାନ୍ୟ ଇଲେକଟ୍ରୋନିକ୍ ଉପକରଣ ବ୍ୟବହାର ନିଷିଦ୍ଧ କରାଯାଇଛି। ପରୀକ୍ଷା ପରିଚାଳନା ସଂପର୍କିତ ନିୟମର ଉଲଂଘନ ହେଲେ ଓଡ଼ିଶା ପରୀକ୍ଷା ପରିଚାଳନା ଆଇନ ୧୯୮୮ ଓ ଭାରତୀୟ ନ୍ୟାୟ ସଂହିତା ଅଧୀନରେ କାର୍ଯ୍ୟାନୁଷ୍ଠାନ ନିଆଯିବା ପରୀକ୍ଷା ପରିଚାଳନା କେନ୍ଦ୍ରରେ ଯେପରି କୌଣସି ଅନାବଶ୍ୟକ ଗହଳି ନ ହୁଏ ଏଥିପାଇଁ ଜିଲ୍ଲା ପ୍ରଶାସନ ତଥା ଜିଲ୍ଲା ଆରକ୍ଷୀ ଅଧିକାରୀଙ୍କୁ ପ୍ରସ୍ତୁତି ପାଇଁ ପରାମର୍ଶ ଦିଆଯାଇଛି।

ଦେଖନ୍ତୁ ଏହି ଖବର: ସରକାରଙ୍କ ବଡ଼ ଘୋଷଣା: ଏହି ଦିନ ଆସିବ ଅଷ୍ଟମ ବେତନ ଟଙ୍କା ?

ପରୀକ୍ଷା ସ୍ୱଚ୍ଛତା ସହ କେମିତି ହେବ ଗତବର୍ଷ ସବୁ ବ୍ୟବସ୍ଥା କରାଯାଇଥିଲା । ଚଳିତ ଥର ମଧ୍ୟ ଏହି ସବୁ ବ୍ୟବସ୍ଥା କରାଯାଉଛି । ଏଥର ମଧ୍ୟ କେମିତି ସ୍ୱଚ୍ଛତା ସହ ପରୀକ୍ଷା ହେବ, ପରୀକ୍ଷାରେ ଯେମିତି ଅବ୍ୟବସ୍ଥା ହେବ ନାହିଁ, କୌଣସି ପ୍ରକାର ପ୍ରଶ୍ନ ପତ୍ର ଲିକ୍ ଯେମିତି ନହେବ ସବୁ ବ୍ୟବସ୍ଥା କରାଯାଇଛି । ମୁଁ ଆଶା କରୁଛି ଏଥିରେ କୌଣସି ପ୍ରକାର ଅବ୍ୟବସ୍ଥା ହେବ ନାହିଁ କି ପ୍ରଶ୍ନପ୍ରତ ଲିକ୍ ହେବ ନାହିଁ । ଯଦି ବି ହୁଏ ତାହା ହେଲେ ଆମ ପାଖେ QR କୋଡ ଓ ଅନ୍ୟ ଉପାୟରେ ଜଣା ପଡ଼ିଯିବ ବୋଲି କହିଛନ୍ତି ବିଦ୍ୟାଳୟ ଏବଂ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Exam reform news | Exam Management Review Meeting | Chief Secretary Directs Officials to Stay Alert | Argus News