Exams Will Not Be Postponed / ଘୁଞ୍ଚିବ ନାହିଁ ପରୀକ୍ଷା,ବିଡିଓ ମାନେ ପରୀକ୍ଷାର୍ଥୀଙ୍କୁ ନେଇ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବେ
·21 mins ago·1 min read

Key Points
ଘୁଞ୍ଚିବ ନାହିଁ OPSC ପରୀକ୍ଷା
ଥରେ ଘୁଞ୍ଚିଲା ପରେ ପାଖାପାଖି ୬ ମାସ ସମୟ ଲାଗିବ
ପରୀକ୍ଷା କେନ୍ଦ୍ରକୁ ନେବା ଦାୟିତ୍ଵ ସରକାରଙ୍କର
ବିଡିଓ ମାନେ ପରୀକ୍ଷାର୍ଥୀଙ୍କୁ ନେଇ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବେ
ରାଜସ୍ବମନ୍ତ୍ରୀ ସୁରେଶ ପୁଜାରୀଙ୍କ ସୂଚନା
ଥରେ ଘୁଞ୍ଚିଲା ପରେ ପାଖାପାଖି ୬ ମାସ ସମୟ ଲାଗିବ
ପରୀକ୍ଷା କେନ୍ଦ୍ରକୁ ନେବା ଦାୟିତ୍ଵ ସରକାରଙ୍କର
ବିଡିଓ ମାନେ ପରୀକ୍ଷାର୍ଥୀଙ୍କୁ ନେଇ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବେ
ରାଜସ୍ବମନ୍ତ୍ରୀ ସୁରେଶ ପୁଜାରୀଙ୍କ ସୂଚନା
ଭୁବନେଶ୍ବର,୩୦/୧୦: ଘୁଞ୍ଚିବ ନାହିଁ OPSC ପରୀକ୍ଷା । କାରଣ ଥରେ ଘୁଞ୍ଚିଲା ପରେ ପାଖାପାଖି ୬ ମାସ ସମୟ ଲାଗିବ ପୁଣି ପରୀକ୍ଷା କରିବାକୁ। ଆମେ ହିସାବ କରିଛୁ ଗଞ୍ଜାମ ରୁ ପ୍ରାୟ ୩୨୫ ପରୀକ୍ଷାର୍ଥୀ ଅଛନ୍ତି ଏବଂ ଅନ୍ୟ ପ୍ରଭାବିତ ସ୍ଥାନରେ ପ୍ରାୟ ଶହେ ପରୀକ୍ଷାର୍ଥୀ ଅଛନ୍ତି। ସେମାନଙ୍କୁ ପରୀକ୍ଷା କେନ୍ଦ୍ରକୁ ନେବା ଦାୟିତ୍ଵ ସରକାରଙ୍କର। ବିଡିଓ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ସେମାନେ ପରୀକ୍ଷାର୍ଥୀଙ୍କୁ ନେଇ ପରୀକ୍ଷା କେନ୍ଦ୍ର ରେ ପହଞ୍ଚିବେ ବୋଲି କହିଛନ୍ତି ରାଜସ୍ବମନ୍ତ୍ରୀ ସୁରେଶ ପୁଜାରୀ।
ଆସନ୍ତା କାଲି ଠାରୁ ନଭେମ୍ବର ୭ ଯାଏ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ଦ୍ଵାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସେସ (ଓସିଏସ) ମୁଖ୍ୟ ପରୀକ୍ଷା ରହିଛି। ଆଶାୟୀ ପରୀକ୍ଷାର୍ଥୀମାନେ ବର୍ତ୍ତମାନର ବାତ୍ୟାଜନିତ ସ୍ଥିତି ଏବଂ ଏହା ଦ୍ଵାରା ବିଭିନ୍ନ ଜିଲ୍ଲାରେ ଜନଜୀବନ ଗମ୍ଭୀର ଭାବେ ପ୍ରଭାବିତ ହୋଇଥିବା ଦୃଷ୍ଟିରୁ ପରୀକ୍ଷା ସୂଚୀରେ ପରିବର୍ତ୍ତନ କରିବା ପାଇଁ ରାଜ୍ୟ ସରକାର ତଥା ଓପିଏସସି କର୍ତ୍ତୃପକ୍ଷଙ୍କୁ ନିବେଦନ କରିଥିଲେ।
ପଢନ୍ତୁ ଏହି ଖବର: ଦକ୍ଷିଣ ଓଡ଼ିଶା ବନ୍ୟା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା, ମୁକାବିଲା ପାଇଁ ସରକାର ପୂର୍ବ ପ୍ରସ୍ତୁତି କରିଥିଲେ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories