Videos
|
Odisha

Odisha Flood / ଦକ୍ଷିଣ ଓଡ଼ିଶା ବନ୍ୟା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା, ମୁକାବିଲା ପାଇଁ ସରକାର ପୂର୍ବ ପ୍ରସ୍ତୁତି କରିଥିଲେ

Bikash Mohanty
Browse all articles by Bikash Mohanty
·14 mins ago·2 min read
ଦକ୍ଷିଣ ଓଡ଼ିଶା ବନ୍ୟା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା, ମୁକାବିଲା ପାଇଁ ସରକାର ପୂର୍ବ ପ୍ରସ୍ତୁତି କରିଥିଲେ
Mohan Charan Majhi

Key Points

ଦକ୍ଷିଣ ଓଡ଼ିଶା ବନ୍ୟା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ଼ ପ୍ରତିକ୍ରିୟା
ବାତ୍ୟା ପ୍ରଭାବରେ ଚାଷୀ ଗୁରୁତର ପ୍ରଭାବିତ ଓ ବ୍ୟାପକ ଫସଲ ହାନି
ମୁକାବିଲା ପାଇଁ ସରକାରଙ୍କ ପୂର୍ବ ପ୍ରସ୍ତୁତି ଥିବା ସୂଚନା ଦେଲେ ସିଏମ୍‌
କେନ୍ଦ୍ର ସରକାରଙ୍କୁ ତୁରନ୍ତ ସହାୟତା ମାଗିଥିଲେ ମୁଖ୍ୟମନ୍ତ୍ରୀ
ଭୂବନେଶ୍ବର,୩୦/୧୦: ବାତ୍ୟା ପ୍ରଭାବିତ ଅଞ୍ଚଳରେ ଚାଷୀମାନେ ପ୍ରଭାବିତ ହୋଇଛନ୍ତି। ଫସଲ କ୍ଷତି ହୋଇଛି। ଏ ବର୍ଷ ଚାଷ ଆରମ୍ଭରୁ ବନ୍ୟା ଆସିଲା। ପାଣିପାଗ ପରିବର୍ତ୍ତନ ପାଇଁ ଏସବୁ ଘଟୁଛି। ବାତ୍ୟା ଅର୍ଣ୍ଣବ ମୁକାବିଲା ପାଇଁ ଆମେ ପୂର୍ବରୁ ପ୍ରସ୍ତୁତି କରିଥିଲୁ। ଆମେ ପ୍ରଭାବିତ ଜିଲ୍ଲାକୁ ସଚିବ ଓ ମନ୍ତ୍ରୀଙ୍କୁ ପଠାଇଥିଲୁ। ବାତ୍ୟା ଆନ୍ଧ୍ରରେ ଲ୍ୟାଣ୍ଡଫଲ ପରେ ଦିଗ ବଦଳାଇଲା। ଆମେ ମାଲକାନଗିରିରେ ଅଧିକ କ୍ଷତି କରିବ ବୋଲି ଭାବିଥିଲୁ। ହେଲେ ଗଂଜାମ ଓ ଗଜପତି ଜିଲ୍ଲାରେ ପ୍ରବଳ କ୍ଷତି କରିଛି। ଆମେ କେନ୍ଦ୍ର ସରକାରଙ୍କ ସହାୟତା ମାଗିଥିଲୁ। ଗୃହମନ୍ତ୍ରୀଙ୍କ ସହ କଥା ହୋଇଥିଲି। କେନ୍ଦ୍ର ସରକାର ଆମକୁ ତୁରନ୍ତ ସହାୟତା ଯୋଗାଇଛନ୍ତି। ଏମିତି କି ହେଲିକ୍ୟାପ୍ଟରରେ ଉଦ୍ଧାର କାର୍ଯ୍ୟ ହୋଇଛି। ଆମ ଟିମ ସମ୍ପୂର୍ଣ୍ଣ ସଜାଗ ରହିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଦକ୍ଷିଣ ଓଡ଼ିଶାରେ ଜଳ ପ୍ରଳୟ । ଦେଢଲକ୍ଷ ଲୋକ ଜଳବନ୍ଦୀ । ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଭୀଷଣ ବର୍ଷା ଗଞ୍ଜାମ ଜିଲ୍ଲାରେ ଜଳ ପ୍ରଳୟ ସୃଷ୍ଟି କରିଛି । ଅବିଶ୍ରାନ୍ତ ବର୍ଷାରେ ଅଧା ଜିଲ୍ଲା ଉବୁଟୁବୁ ହୋଇଛି। ଆସିକା, ଶେରଗଡ଼, ସୋରଡ଼ା, ଧରାକୋଟ, ଭଞ୍ଜନଗର, ବେଲଗୁଣ୍ଠା ଚାରିଆଡ଼ୁ ବିଚ୍ଛିନ୍ନ ହୋଇଯାଇଛି । ପୁରୁଷୋତ୍ତମପୁରରେ ଋଷିକୁଲ୍ୟା ନଦୀବନ୍ଧ ଭାଙ୍ଗିଯିବାରୁ ଗାଁ ଓ ସହରରେ ପାଣି ପଶିଯାଇଛି । ସୀମାନ୍ତ ପାତ୍ରପୁର ଓ ଚିକିଟି ବ୍ଲକରେ ବି ବର୍ଷା ବିତ୍ପାତ ଦେଖିବାକୁ ମିଳିଛି । ଗାଁ ଦାଣ୍ଡରେ ପାଣି ସୁଅ ଛୁଟୁଛି।

ପଢନ୍ତୁ ଏହି ଖବର: ବନ୍ୟା ପାଣିରେ କୃଷ୍ଣସାର ମୃଗ ,ବନ ବିଭାଗ କହିଲା ନଦୀପାର ହୋଇ ଜଙ୍ଗଲରେ ପହଞ୍ଚିଛନ୍ତି କୃଷ୍ଣସାର

ପ୍ରଖର ସ୍ରୋତ ଯୋଗୁଁ ଉଦ୍ଧାର କାର୍ଯ୍ୟ ପ୍ରଭାବିତ ହୋଇଛି । ପ୍ରାୟ ୧୬ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ୮ଟି ବ୍ଲକ୍‌ର ଦେଢ଼ଲକ୍ଷରୁ ଅଧିକ ଲୋକ ଜଳବନ୍ଦୀ ହୋଇ ରହିଛନ୍ତି । ୨୦୧୩ ‘ଫାଇଲିନ୍‌’ ଓ ୨୦୧୮ ’ତିତ୍‌ଲି’ ବାତ୍ୟା ପରେ ଗଞ୍ଜାମ ଜିଲ୍ଲା ପାଇଁ ଏହା ସବୁଠୁ ବଡ଼ ବିପର୍ଯ୍ୟୟ ବୋଲି କୁହାଯାଉଛି । ଗଞ୍ଜାମ ଜିଲ୍ଲାରେ ଗୋଟିଏ ଦିନରେ ମୋଟ ୨୭୦୦ ମିଲିମିଟରରୁ ଅଧିକ ବର୍ଷା ରେକର୍ଡ ହୋଇଛି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅବିଶ୍ରାନ୍ତ ବର୍ଷା ଫଳରେ ଋଷିକୁଲ୍ୟା, ବାହୁଦା, ଘୋଡ଼ାହାଡ଼, ଲୋହରାଖଣ୍ଡି, ଜରଉ, ପଦ୍ମା ଓ ବଡ଼ନଦୀରେ ବନ୍ୟା ଆସିଛି । ସେହିପରି ବାଘଲଟି, ବାଘୁଆ ଓ ଡହ ଡ୍ୟାମ୍‌ ଉବୁଟୁବୁ ହେଉଛି । ଆସିକା, ଶେରଗଡ଼, ଧରାକୋଟ, ଭଞ୍ଜନଗର, ହିଞ୍ଜିଳିକାଟୁ, ସୋରଡ଼ା, ବେଲଗୁଣ୍ଠା, ସାନଖେମୁଣ୍ଡି, ପାତ୍ରପୁର, ଚିକିଟି, ଗଞ୍ଜାମ, ଖଲ୍ଲିକୋଟ, ପୁରୁଷୋତ୍ତମପୁର ଓ ଛତ୍ରପୁର ବ୍ଲକ୍‌ ବିଶେଷ ପ୍ରଭାବିତ ହୋଇଛି । ଆସିକା ସହର ସଂପୂର୍ଣ୍ଣ ଜଳବନ୍ଦୀରେ ରହିଥିବା ବେଳେ ଲୋକଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ ଚାଲିଛି । ଲୋକେ ପ୍ରଥମ ଓ ଦ୍ବିତୀୟ ମହଲାରେ ଆଶ୍ରୟ ନେଇଛନ୍ତି । ବହୁ ସ୍ଥାନରେ ତଳମହଲାରେ ୬ ଫୁଟ୍‌ରୁ ଅଧିକ ପାଣି ପ୍ରବାହିତ ହେଉଛି ।