ଅଦଳବଦଳ ପ୍ରାର୍ଥୀ , କାହା ସ୍ଥାନରେ କିଏ ପାଇଲେ ଟିକେଟ, ଜାଣନ୍ତୁ...
·2 years ago·1 min read

ଅର୍ଗସ ବ୍ୟୁରୋ : ଆଜି ବିଜେଡିର ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ । ବିଧାନସଭାର ୯ ଆସନ ପାଇଁ ଘୋଷଣା ହୋଇଛି ବିଜେଡି ପ୍ରାର୍ଥୀ ତାଲିକା । ତେବେ କିଛି ସ୍ଥାନରେ ପ୍ରାର୍ଥୀ ମାନଙ୍କ ଅଦଳବଦଳକୁ ନେଇ ଚର୍ଚ୍ଚା ହେଉଥିବା ଦେଖିବାକୁ ମିଳିଛି । ସୂଚନା ମୁତାବକ ୬ଟି ସ୍ଥାନରେ ପ୍ରାର୍ଥୀ ଅଦଳବଦଳ ହୋଇଥିବା ଦେଖିବାକୁ ମିଳିଛି । ରେଙ୍ଗାଲି ରୀନା ତନ୍ତିଙ୍କ ସ୍ଥାନରେ ସୁଦର୍ଶନ ହରିପାଲଙ୍କୁ ମିଳିଲା ଟିକେଟ ।
ଅଧିକ ପଢନ୍ତୁ : ୯ ବିଧାନସଭା ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା, ଜାଣନ୍ତୁ କିଏ ପାଇଲେ କେଉଁଠୁ ଟିକେଟ ?
ସେହିପରି ବୀରମିତ୍ରପୁର ମଖଲ୍ଲୁ ଏକ୍କାଙ୍କ ସ୍ଥାନରେ ରୋହିତ ଯୋଶେଫଙ୍କୁ ଟିଟେକ ମିଳିଛି । କେନ୍ଦୁଝର ମାଧବ ସର୍ଦ୍ଦାରଙ୍କ ସ୍ଥାନରେ ରୀନା ମାଝୀ, ରାଇରଙ୍ଗପୁର ବସନ୍ତୀ ମାରାଣ୍ଡିଙ୍କ ସ୍ଥାନରେ ରାଇ ସିଂ ମୁର୍ମୁ, କଟକ ବାରବାଟୀ ଦେବାଶିଷ ସାମନ୍ତରାୟଙ୍କ ସ୍ଥାନରେ ପ୍ରକାଶ ବେହେରାଙ୍କୁ ଟିକେଟ ମିଳିଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: