Videos
|
Odisha

 ଚିକିଟିରେ ବେଆଇନ୍ ମଦ କାରବାର ଉପରେ ଅବକାରୀ ବିଭାଗର ଚଢା

Manini Pattanayak
Browse all articles by Manini Pattanayak
·1 year ago·1 min read
 ଚିକିଟିରେ ବେଆଇନ୍ ମଦ କାରବାର ଉପରେ ଅବକାରୀ ବିଭାଗର ଚଢା

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଚିକିଟିରେ ମଦ ମୃତ୍ୟୁ ପରେ ଆକ୍ସନ୍ ମୋଡ଼ରେ ମୋହନ ସରକାର । ଚିକିଟି ଅଞ୍ଚଳରେ ବେଆଇନ୍ ମଦ କାରବାର ଉପରେ ଅବକାରୀ ବିଭାଗର ଚଢାଉ । ଜରଡ଼ା ଥାନା ଗଙ୍ଗାପୁର, ଶାସନ ଓ ବଡ଼ଝୋଲା ଗ୍ରାମ୍ୟ ଜଙ୍ଗଲରେ ରେଡ୍ କରାଯାଇଛି । ମଦ ତିଆରି ପାଇଁ ଥିବା ୧୩୨୦୦ ଲିଟର ଗୁଡ଼ ପୋଚ ନଷ୍ଟ କରିବା ସହ ବିକ୍ରି ଉଦ୍ଦେଶ୍ୟରେ ଥିବା ପ୍ରାୟ ୧୫୦୦ ଲିଟର ମଦ ଜବତ କରିଛି ଅବକାରୀ ଟିମ୍ ।

ଜବତ ମଦର ନମୁନା ସଂଗ୍ରହ କରି ପରୀକ୍ଷା ନିମନ୍ତେ ପଠାଯାଇଛି । ତୁମ୍ବା ଅଞ୍ଚଳକୁ ଦୈନନ୍ଦିନ ପ୍ରଚୁର ପରିମାଣରେ ଗୁଡ଼ ଆନ୍ଧ୍ରରୁ ଆସୁଥିବାବେଳେ ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେବାକୁ ଜନସାଧାରଣରେ ଦାବି ହେଉଛି । ଗଂଜାମ ଜିଲ୍ଲା ଚିକିଟି ବ୍ଲକରେ ମଦ ମୃତ୍ୟୁ ଘଟଣା ରାଜ୍ୟରେ ଚର୍ଚ୍ଚିତ ଖବର ପାଲଟିଥିବାବେଳେ ଅବକାରୀ ବିଭାଗ ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଚୋରା ମଦ ଧରିବା ଆରମ୍ଭ ହୋଇଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Excise department crackdown on illegal liquor trade in Chikiti | Argus News