Bhubaneswar Bar Raid / ଆକ୍ସନ ମୋଡରେ ଅବକାରୀ ବିଭାଗ, ରାଜଧାନୀରେ ୧୫୦ରୁ ଅଧିକ ବାର୍ରେ ରେଡ୍
·7 months ago·2 min read

Key Points
ଅମାନିଆ ବାର ମାଲିକ ହେବେ ସାବାଡ଼
ନିର୍ଦ୍ଦିଷ୍ଟ ସମୟରୁ ଅଧିକ ରାତିଯାଏ ବାର ଖୋଲିଲେ ଆକ୍ସନ
ଲାଇସେନ୍ସ ନଥିଲେ ବାରରେ ପଡିବ ତାଲା

ସାବାଡ ହେବେ ଅମାନିଆ ବାର୍ ମାଲିକ । ନିର୍ଦ୍ଦିଷ୍ଟ ସମୟରୁ ଅଧିକ ରାତି ଯାଏ ବାର୍ ଖୋଲିଲେ ହେବ ଆକ୍ସନ । ସତ୍ୟବିହାର ନୋ ଲିମିଟି ଏୟାରରେ ଅଗ୍ନିକାଣ୍ଡ ପରେ ଆକ୍ସନ ମୋଡରେ ଅବକାରୀ ବିଭାଗ । ରାଜଧାନୀର ୧୫୦ରୁ ଅଧିକ ବାର୍ ଓ ପବ୍ରେ ରେଡ୍ କରିଛି ବିଭାଗ । ଭୁବନେଶ୍ବରରେ ଥିବା ସମସ୍ତ ବାର୍ ଓ ରେଷ୍ଟୁରାଣ୍ଟ ଗୁଡ଼ିକୁ ଦିଆଯାଇଥିବା ଗାଇଡ୍ଲାଇନ୍ ସଠିକ୍ ଭାବେ ପାଳନ କରାଯାଉଛି ନା ନାହିଁ ତାହାର ତଦାରଖ କରାଯାଇଛି ।
ସେପଟେ ଶନିବାର ୭ଟି ଟିମ୍ ଦ୍ଵାରା ଚଢାଉ ସମୟରେ ଅବକାରୀ ଟିମ୍ ଉପରେ ଆକ୍ରମଣ ହୋଇଥିଲା । ଆଉ ଏହି ଘଟଣାରେ ଏବେ ଚନ୍ଦ୍ରଶେଖର ଥାନା ପୋଲିସ୍ ୩ ଜଣଙ୍କୁ ଅଟକ ରଖି ଖୋଳତାଡ଼ ଜାରି ରଖିଛି । ଅବକାରୀ ବିଭାଗର ଅଧିକାରୀ ରେଡ୍ ସାରି ରୋମୀୟ ଲେନରୁ ବାହାରୁ ଥିବା ବେଳେ କିଛି ନିଶାଶକ୍ତ ଯୁବକ ଅବକାରୀ ବିଭାଗ ଗାଡି ଓ ପୋଲିସକୁ ବିୟର ବୋତଲରେ ଆକ୍ରମଣ କରିଥିଲେ । ଏନେଇ ଅବକାରୀ ବିଭାଗ ପକ୍ଷରୁ ଥାନାରେ ମାମଲା ରୁଜୁ କରାଯାଇଛି । ଯେଉଁମାନେ ଅବକାରୀ ନିୟମକୁ ଅଣଦେଖା କରି ବିଳମ୍ବିତ ରାତି ଯାଏ ବାର ଖୋଲୁଥିଲେ ସେମାନଙ୍କୁ କଡ଼ା ଚେତାବନୀ ଦେଇଛି ଅବକାରୀ ବିଭାଗ ।
ସୂଚନା ଅନୁସାରେ, ୨ ଦିନ ତଳେ ସତ୍ୟବିହାର ଠାରେ ' ନୋ ଲିମିଟ ଏୟାର' ନାମକ ରେଷ୍ଟୁରାଣ୍ଟରେ ଘଟିଥିଲା ଭୟାବହ ଅଗ୍ନିକାଣ୍ଡ । ବିନା ଲାଇସେନ୍ସରେ ସେଠାରେ ମଦ ପିଇ ଯୁବପୀଢ଼ି ମାତାଲ ହେଉଥିବା ନେଇ ମିଳିଥିଲା ପ୍ରମାଣ । ଅବକାରୀ କମିଶନରଙ୍କ ନିର୍ଦ୍ଦେଶକ୍ରମେ ଏହି ଘଟଣାର ଚାଲିଛି ଉଚ୍ଚସ୍ତରୀୟ ତଦନ୍ତ । ସେପଟେ ଆଗକୁ ଆଗକୁ ବଡ଼ଦିନ, ଜିରୋ ନାଇଟ, ନୂଆବର୍ଷ ଥିବାରୁ ବାର ଓ ପବରେ ଭିଡ଼ ଜମିବା ଆରମ୍ଭ ହୋଇଛି । ବର୍ତ୍ତମାନ ସୁଦ୍ଧା ୧୨ଟା ରାତି ପର୍ଯ୍ୟନ୍ତ ଖୋଲିବା ନେଇ ଅନୁମତି ଥିବା ବେଳେ ଆବେଦନ ମୁତାବକ ଫେଷ୍ଟିବାଲ ସମୟରେ ଏହାକୁ ଦେଢ଼ ଘଣ୍ଟା ବୃଦ୍ଧି କରାଯିବାର ନିୟମ ରହିଛି । ଖିଲାପକାରୀଙ୍କୁ ଜଗିବା ପାଇଁ ଅବକାରୀ ବିଭାଗ ପକ୍ଷରୁ ୫ଟି ଟିମ୍ ସହରରେ ପାଇଁତରା ମାରୁଥିବା କହିଛନ୍ତି ଅବକାରୀ ସୁପରିଟେଣ୍ଡେଣ୍ଟ ।
କେବଳ ବାର କିମ୍ବା ପବ୍ ନୁହେଁ, ନୂଆବର୍ଷ ପୂର୍ବରୁ ବସ୍ତି, ଢ଼ାବା ମାନଙ୍କରେ ମଧ୍ୟ ନିଶା ସିଣ୍ଡିକେଟ ଚାଲୁଥିବା ନେଇ ଖବର ମିଳିଛି। ସେମାନେ ମଧ୍ୟ ଫ୍ଲାଇଁ ସ୍କ୍ବାର୍ଡ ସ୍କାନରରେ ରହିଛନ୍ତି ।
ଅଧିକ ପଢ଼ନ୍ତୁ: ନବୀନଙ୍କୁ ଉପମୁଖ୍ୟମନ୍ତ୍ରୀଙ୍କ କଟାକ୍ଷ, ବିଧାନସଭାକୁ ଆସିଲେନି କାହିଁକି ?

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories