Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆଠଗଡର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗର ଚଢ଼ାଉ

Smruti Parija
Browse all articles by Smruti Parija
·2 years ago·1 min read
ଆଠଗଡର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗର ଚଢ଼ାଉ

କଟକ: ଆଠଗଡର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗର ଚଢ଼ାଉ । ବିପୁଳ ପରିମାଣର ଦେଶୀ ମଦ ଜବତ ସହ ପୋଚ ନଷ୍ଟ କଲା ଅବକାରୀ ବିଭାଗ । କଟକ ଜିଲ୍ଲା ଆଠଗଡ ବ୍ଲକ ଅନ୍ତର୍ଗତ ଖଣ୍ଡୁଆଳି, କଦଳୀବାଳି ଓ ଡ଼ାଳୁଅ ଜଙ୍ଗଲରେ କଟକ ଜିଲ୍ଲା ଅବକାରୀ ବିଭାଗର ଟିମ ପକ୍ଷରୁ ଚଢ଼ାଉ କରାଯାଇ ବିଫଳ ପରିମାଣର ଦେଶୀ ମଦ ଜବତ ସହ ପୋଚ ନଷ୍ଟ କରାଯାଇଛି । 

ଗୁରୁବାର ଅପରାହ୍ନ ୪.୩୦ ମିନିଟ ସମୟରେ ଏହି ଚଢାଉ କରାଯାଇଥିଲା । ଏହି ଚଢାଉରେ ୪୨୦ ଲିଟର ଦେଶୀ ମଦ ଜବତ କରାଯାଇଥିବା ବେଳେ ୩ ହଜାର ୨୯୦ ଲିଟର ପୋଚ ନଷ୍ଟ କରାଯାଇଛି । ଏହାସହ ଏହି ଦେଶୀ ମଦ ପ୍ରସ୍ତୁତ କରୁଥିବା ଜଣଙ୍କ ନାଁରେ ମାମଲା ରୁଜୁ କରିଛି ଅବକାରୀ ବିଭାଗ । 

ଏହା କେଉଁଆଡେ ଚାଲାଣ ହେଇଥିଲା, କିଏ ମୁଖ୍ୟ ଚାଲାଣକାରୀ, କେବେଠାରୁ ଏହା ପ୍ରସ୍ତୁତ ହେଉଥିଲା ସେ ନେଇ ତଦନ୍ତ କରୁଛି ଅବକାରୀ ବିଭାଗ ଟିମ୍ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...
 

Sponsored
excise-department-raid-in-different-part-of-athagarh | Argus News