34 କେଜି ଗଞ୍ଜେଇ ଜବତ କଲା ଅବକାରୀ ବିଭାଗ
·1 year ago

ବଲାଙ୍ଗିର: 34 କେଜି ଗଞ୍ଜେଇ ଜବତ କଲା ଅବକାରୀ ବିଭାଗ । ଟିଟିଲାଗଡ଼ ରେଲୱେ ଷ୍ଟେସନ ଗାଡି ପାର୍କ ନିକଟରେ ସ୍ୱାମୀ ସ୍ତ୍ରୀ ଦୁହେଁ ମିଶି ଟ୍ରେନ ଯୋଗେ ଗଞ୍ଜେଇ ଚାଲାଣ କରିବାର ଯୋଜନା ଖବର ପାଇଥିଲା ଅବକାରୀ ବିଭାଗ।
ପରେ ଚଢ଼ାଉ କରି 34 କେଜି ଗଞ୍ଜେଇ ଜବତ କରିବାସହ ବେଳେ ଉଭୟ ସ୍ୱାମୀ ସ୍ତ୍ରୀ ଙ୍କୁ ଗିରଫ କରିଛି ଅବକାରୀ ବିଭାଗ। ଗିରଫ ଅଭିଯୁକ୍ତ ମାନେ ହେଲେ ଝାରଖଣ୍ଡ ରାଜ୍ୟ ର ମେହେମୁଡ଼ ଆଲମ ଓ ରହିମ ଖଟୁନ ବୋଲି ଜଣାପଡିଛି। .ଟିଟିଲାଗଡ଼ ରୁ ସମତା ଏକ୍କପ୍ରେସ ଯୋଗେ ଚାଲାଣ ପାଇଁ ଚାଲି ଥିଲା ପ୍ରସ୍ତୁତି। ମାଡି ବସିଲା ଅବକାରୀ ବିଭାଗ। ଦୁଇଜଣ ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଲି ଅବକାରୀ ବିଭାଗ ସୂଚନା ଦେଇଛି।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: