Videos
|
Odisha

ଘଟଗାଁ ପୋଲିସ ପକ୍ଷରୁ ଅବକାରୀ ଚଢାଉ

Ritu Das
Browse all articles by Ritu Das
·1 year ago
ଘଟଗାଁ ପୋଲିସ ପକ୍ଷରୁ ଅବକାରୀ ଚଢାଉ

ଅର୍ଗସ ବ୍ୟୁରୋ: କେନ୍ଦୁଝର ଜିଲ୍ଲା ଘଟଗାଁ ଅଞ୍ଚଳର ବିଭିନ୍ନ ସ୍ଥାନରେ ବେଆଇନ ମଦ କାରବାରକୁ ରୋକିବା ପାଇଁ ପୋଲିସ ପକ୍ଷରୁ ଜୋରଦାର ଚଢାଉ କରାଯାଇଛି। ଘଟଗାଁ ଥାନା ଅଧିକାରୀ ଶୁଭ୍ରାନ୍ତ ଜେନାଙ୍କ ନେତୃତ୍ୱରେ ଏକ ପ୍ଲାଟୁନ ଫୋର୍ସ ନେଇ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଥିଲା। 

ରଙ୍ଗମାଟିଆ ଗ୍ରାମରେ ଚଢାଉ କରାଯାଇ ୪୫ଲିଟର ଦେଶୀ ମହୁଲି ମଦ ସହ ବହୁ ପରିମାଣର ମହୁଲ ପୋଚ ନଷ୍ଟ କରାଯାଇଛି। ପୋଲିସ ଭୟରେ ମଦ ମାଫିଆ ମାନେ ଘଟଣା ସ୍ଥଳରୁ ଫେରାର ହୋଇଯାଇଛନ୍ତି। ସେହିପରି ରାସ୍ତା କଡରେ ବିକ୍ରି କରାଯାଉଥିବା ହାଣ୍ଡିଆ ଭାଟିକୁ ବନ୍ଦ କରାଯାଇଛି। ଆଗକୁ ଏଭଳି ଚଢାଉ ଜାରି ରହିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
excise dept. | Argus News