Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଅବକାରୀ ଜଏଣ୍ଟ କମିଶନର ରାମଚନ୍ଦ୍ର ମିଶ୍ର ଗିରଫ

Ritu Das
Browse all articles by Ritu Das
·1 year ago·1 min read
ଅବକାରୀ ଜଏଣ୍ଟ କମିଶନର ରାମଚନ୍ଦ୍ର ମିଶ୍ର ଗିରଫ

ଅର୍ଗସ ବ୍ୟୁରୋ:  ଅବକାରୀ ଯୁଗ୍ମ କମିଶନର ରାମଚନ୍ଦ୍ର ମିଶ୍ରଙ୍କୁ ଗିରଫ କଲା ଭିଜିଲାନ୍ସ । ୨ କୋଟିରୁ ଊର୍ଦ୍ଧ୍ବ ମୂଲ୍ୟର ସମ୍ପତ୍ତି ଠାବ ଭୁବନେଶ୍ବର ଅବକାରୀ ଯୁଗ୍ମ କମିଶନର ରାମଚନ୍ଦ୍ର ମିଶ୍ର ଭିଜିଲାନ୍ସ ଦ୍ବାରା ଗିରଫ ହୋଇଛନ୍ତି । ଆଉ କିଛି ସମୟରେ ତାଙ୍କୁ କୋର୍ଟ ଚାଲାଣ କରାଯିବା ନେଇ ସୂଚନା ରହିଛି। ସମସ୍ତଙ୍କୁ ଚକମା ଦେଇ ଅମାପ ସମ୍ପତ୍ତି ଠୁଳ କରିଥିଲେ ରାମଚନ୍ଦ୍ର। ନିଜ ନାଁରେ ସମ୍ପତ୍ତି କରିବା ସହ ନିଜ ପତ୍ନୀ, ଭାଇ ଓ ପରିବାର ଲୋକଙ୍କ ନାଁରେ ଅମାପ ସମ୍ପତ୍ତି ରଖିଥିବା ଜଣାପଡିଥିଲା। 

ସୋମବାର ତାଙ୍କର ଅଫିସ ସହ ଅନ୍ୟ 20ଟି ସ୍ଥାନରେ ଚଢ଼ାଉ ହୋଇଥିଲା। ଭୁବନେଶ୍ବର ଖାରବେଳ ନଗର ଚନ୍ଦ୍ରମା ଆପାର୍ଟମେଣ୍ଟରେ ୨ BHK ଘର । ବଲାଙ୍ଗିର ଟିକ୍ରାପଡ଼ାରେ ୨ଟି ୩ ମହଲା କୋଠା ଓ ଗୋଟିଏ ଏକ ମହଲା କୋଠା। ସମ୍ବଲପୁର ବୁର୍ଲାରେ ଗୋଟିଏ ୨ ମହଲା କୋଠା, ବରଗଡ଼ର ବଦ୍ରିପ୍ରସାଦ ଆପାର୍ଟମେଣ୍ଟରେ ୨ BHK ଘର । ସୁବର୍ଣ୍ଣପୁର ତରଭାରେ ୫୨ଟି ପ୍ଲଟ୍ । ସୋନପୁରରେ ଫାର୍ମ ହାଉସ୍ ଓ ରାଇସ୍ ମିଲ୍ । 

ଇଏ ହେଉଛି ଭିଜିଲାନ୍ସ ଜାଲରେ ପଡ଼ିଥିବା ଅବକାରୀ ଜଏଣ୍ଟ କମିଶନର ରାମଚନ୍ଦ୍ର ମିଶ୍ରଙ୍କର ଏଯାଏଁ ମିଳିଥିବା ଅଚଳାଚଳ ସମ୍ପତ୍ତିର ତାଲିକା। କଟକ ଅଫିସ ସମେତ ଭୁବନେଶ୍ବର, ସୋନପୁର, ବଲାଙ୍ଗୀରର 20ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉରେ ଯେଉଁ ଚିତ୍ର ଓ ତଥ୍ୟ ଆସିଛି ତାହା ଯେତିକି ସାଂଘାତିକ ସେତିକି ବିପଜ୍ଜନକ । ଜମି ଜମା ତଥ୍ୟ ବାଦ୍ ବ୍ୟାଙ୍କ, ପୋଷ୍ଟାଲ ଓ ବୀମା ଗୁଡ଼ିକରେ କେତେ ଅର୍ଥ ରହିଛି ତାର ଖୋଳତାଡ଼ କରୁଛି ଭିଜିଲାନ୍ସ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Sponsored
Excise Joint Commissioner | Argus News