ବନ୍ଦେ ଭାରତ ଟ୍ରେନକୁ ନେଇ ଉତ୍ସାହ
·1 year ago

ଅର୍ଗସ ବ୍ୟୁରୋ: ବନ୍ଦେ ଭାରତ ଟ୍ରେନକୁ ନେଇ ନୂଆପଡ଼ା ଜିଲ୍ଲାରେ ଦେଖାଦେଇଛି ଉତ୍ସାହ। ଆସନ୍ତା ୧୫ରେ ଦୁର୍ଗ ଠାରୁ ବିଶାଖାପାଟଣାକୁ ବନ୍ଦେ ଭାରତ ଟ୍ରେନ ଶୁଭାରମ୍ଭ ହେବ। ଏହାକୁ ନେଇ ନୂଆପଡ଼ା ଜିଲ୍ଲାରେ ଉତ୍ସାହ ଦେଖା ଦେଇଛି। ପ୍ରଥମ ଥର ପାଇଁ ଏହି ରାସ୍ତାରେ ବନ୍ଦେ ଭାରତ ଟ୍ରେନ ଚାଲୁଥିବାରୁ ଖରିଆର ରୋଡବାସୀ ମାନଙ୍କ ମଧ୍ୟରେ ମଧ୍ୟ ଉତ୍ସାହ ଦେଖା ଦେଇଛି।
ନୂଆପଡ଼ା ଜିଲ୍ଲାର ଖରିଆର ରୋଡ ଷ୍ଟେସନରେ ଏହି ଟ୍ରେନ ରହଣି ଥିବାରୁ ଲୋକେ ସମସ୍ତ ପ୍ରକାର ସୁବିଧା ପାଇ ପାରିବେ ବୋଲି କହିଛନ୍ତି। ସେହିପରି ପୂର୍ବରୁ ବିଶାଖାପାଟଣା ଯିବାକୁ ହେଲେ ଦଶ ଘଣ୍ଟାରୁ ଉର୍ଦ୍ଧ ସମୟ ଲାଗୁଥିଲା। ବନ୍ଦେ ଭାରତ ଟ୍ରେନ ଚାଲିବା ପରେ ଯାତାୟାତ ସୁବିଧା ହେବ ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ଏବଂ ପ୍ରଧାନମନ୍ତ୍ରୀ ସମେତ କେନ୍ଦ୍ର ମନ୍ତ୍ରୀ ଏବଂ ସାଂସଦ ମାନଙ୍କୁ ଧନ୍ୟବାଦ ଦେଇଛନ୍ତି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: