Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ସରକାରୀ ଟଙ୍କାରେ ଘର କରିଥିଲେ, ଏବେ ଭାଙ୍ଗିକି ଗୁଣ୍ଡ

Odisha

ସରକାରୀ ଟଙ୍କାରେ ଘର କରିଥିଲେ, ଏବେ ଭାଙ୍ଗିକି ଗୁଣ୍ଡ

Smruti Parija
Browse all articles by Smruti Parija
·1 year ago·2 min read
ସରକାରୀ ଟଙ୍କାରେ ଘର କରିଥିଲେ, ଏବେ ଭାଙ୍ଗିକି ଗୁଣ୍ଡ

ଭୁବନେଶ୍ୱର:  ନବୀନ ଦୁର୍ନୀତିକୁ ପ୍ରସୟ ଦେଉଥିବାର ବଡ଼ ପ୍ରମାଣ। ଭଙ୍ଗା ଚାଲିଛି ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଓରଫ୍ ବବି ଦାସଙ୍କ ସରକାରୀ କ୍ବାର୍ଟର୍ସ । ଭୁବନେଶ୍ବର ସ୍ଥିତ ସରକାରୀ ଆବାସ ଭିତରେ ଥିଲା ବିଶାଳ ଆଲିଶାନ୍ ବଙ୍ଗଳା। ବବି ଦାସଙ୍କ ସରକାରୀ ବାସଭବନରୁ ଏକ୍ସକ୍ଲୁସିଭ୍ ଚିତ୍ର । ସରକାରୀ କ୍ବାର୍ଟର ଅଣ୍ଡରଗ୍ରାଉଣ୍ଡରେ ବବି ଦାସଙ୍କ ଆଲିସାନ ବଙ୍ଗଳା । ବଙ୍ଗଳା ଭିତରେ ଅତ୍ୟଧୁନିକ ସୁବିଧା ସହ ରହିଛି ପଞ୍ଚତାରକା ହୋଟେଲ ଭଳି ସୁବିଧା । କୋଟି କୋଟି ଟଙ୍କାରେ ତିଆରି ହୋଇଥିଲା ବଙ୍ଗଲା । ଲୋକ ଓ ମେସିନ୍ ଲଗାଇ ଚାଲିଛି ଭଙ୍ଗାରୁଜା । ନବୀନ ଦୁର୍ନୀତିକୁ ପ୍ରସୟ ଦେଉଥିବାର ବଡ଼ ପ୍ରମାଣ । କାହା ଅନୁମତି ନେଇ ଏତେ ଟଙ୍କାରେ ହୋଇଥିଲା ନିର୍ମାଣ । 

ଭୁବନେଶ୍ୱରର ସରକାରୀ କ୍ୱାର୍ଟର୍ସର ଯେଉଁ ଅଣ୍ଡରଗ୍ରାଉଣ୍ଡ ଆଲିଶାନ କୋଠା ଥିଲା ସେଠାକୁ ସର୍ବସାଧାରଣ ଏପରିକି ବିଜେଡି ନେତାମାନଙ୍କ ପ୍ରବେଶ ବାରଣ ଥିଲା ।  ସେହି କୋଠାରେ ସୋଫା,ବେଡ୍ , ଅନ୍ୟାନ୍ୟ ଉପକରଣ ଓ ଲାଇଟ୍ ଆଦି ବିଭିନ୍ନ ସାଜସଜ୍ଜା ସାମଗ୍ରୀ ବିଦେଶରୁ ଅଣାଯାଇଥିଲା । ଗାର୍ଡେନରେ ମଧ୍ୟ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇ କେବଳ ‘ହ୍ୱାଇଟ ଲିଲି’ରେ ସଜ୍ଜିତ ହୋଇଥିଲା । ଯାହା ଭାଙ୍ଗିଯାଇଛି...କେବଳ ଏତିକି ନୁହେଁ, ସେହି କ୍ୱାର୍ଟର୍ସ ମଧ୍ୟରେ ପ୍ରଣବଙ୍କ ପରିବାରର ମାଲିକାନାରେ ଥିବା ପ୍ରାୟ ୨୫ରୁ ଅଧିକ ବିଳାସପୂର୍ଣ୍ଣ କାର ପାର୍କିଂ କରୁଥିଲା । ସରକାରୀ କ୍ୱାର୍ଟର୍ସଠୁ ମାତ୍ର ୫୦୦ମିଟର ଦୂରରେ ପ୍ରଣବଙ୍କ ନିଜସ୍ୱ ଘର ଥିଲେ ମଧ୍ୟ ସେ କେବଳ ନିଜର ପତିଆରା ଦେଖାଇବା ପାଇଁ ଏହି ସରକାରୀ କୋଠାକୁ ନେଇଥିଲେ ।

ସାଧାରଣ ପ୍ରଶାସନ ବିଭାଗ ୨୦୧୯ ଜୁନ୍ ୧୬ତାରିଖରେ ଯେଉଁ ଚିଠି ନମ୍ବର-୧୬୬୮୭ରେ ପ୍ରଣବଙ୍କୁ ଭିଆଇଆଇଆଇ-ଏମଆର-ଏ କ୍ୱାର୍ଟର୍ସକୁ ଆବଂଟନ କରିଥିଲା ସେଥିରେ ସରକାରଙ୍କ ବିନା ଅନୁମତିରେ କୌଣସି ଭଙ୍ଗାଗଢ଼ା କାର୍ଯ୍ୟ ନକରିବା ପାଇଁ ସ୍ପଷ୍ଟ ଭାବେ ଉଲ୍ଲେଖ କରିଥିଲା । ତା’ଛଡ଼ା ଇଷ୍ଟେଟ ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଥିବା ବାସଭବନ ଆବଂଟନ କମିଟିଙ୍କ ସହମତି ମଧ୍ୟ ରହିଥିଲା । ଏହି କ୍ୱାର୍ଟର୍ସ ମରାମତି ପାଇଁ ୨୦୧୯-୨୦ ଓ ୨୦୨୦-୨୧ରେ ମୋଟ ୯.୩୭ଲକ୍ଷ ଟଙ୍କା ସରକାରୀ ତହବିଲରୁ ଖର୍ଚ୍ଚ ହୋଇଛି । ତେବେ ବବିଙ୍କ ଘର ଏବେ ଭଙ୍ଗାଯାଉଥିବାରୁ ଚର୍ଚ୍ଚା ଜୋର ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...

Sponsored
Exclusive pictures from Bobby Das's official residence | Argus News