Vigilance Raid / ଭିଜିଲାନ୍ସ ଜାଲରେ କୋଟପାଡ଼ ସହକାରୀ ନିର୍ବାହୀ ଯନ୍ତ୍ରୀ, ୩୨ ପ୍ଲଟ୍ର ମାଲିକ, ପୁଳା ପୁଳା ଟଙ୍କା, ସୁନା ଗହଣା ଦେଖି ଭିଜିଲାନ୍ସ ଟେରା
·2 hours ago·2 min read

Key Points
କୁବେର ଯନ୍ତ୍ରୀଙ୍କ କୋଟି କୋଟି ଟଙ୍କାର ସମ୍ପତ୍ତି
ଚଢ଼ଉ ବେଳେ ୩୨ଟି ମୂଲ୍ୟବାନ ପ୍ଲଟ୍ ଠାବ
୩ଟି ବିଶାଳ ଫାର୍ମ ହାଉସ୍ ଠାବ
୩୦୦ ଗ୍ରାମର ସୁନା ଗହଣା ଜବତ
କୋରାପୁଟ, କେନ୍ଦ୍ରାପଡ଼ା ଓ ଖୋର୍ଦ୍ଧା ସମେତ ଏକକାଳୀନ ୭ଟି ସ୍ଥାନରେ ରେଡ୍
ଭିଜିଲାନ୍ସ ଜାଲରେ କୋଟପାଡ଼ ବ୍ଲକର ସହକାରୀ ଯନ୍ତ୍ରୀ

ଜୟପୁର,୧୯/୦୬: ଭିଜିଲାନ୍ସ ପଞ୍ଝାରେ ସହକାରୀ ନିର୍ବାହୀ ଯନ୍ତ୍ରୀ । କୋଟପାଡ ବ୍ଲକ୍ ସହକାରୀ ନିର୍ବାହୀ ଯନ୍ତ୍ରୀ ସତ୍ୟ ନାରାୟଣ ସେଠୀଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ହୋଇଛି ଚଢାଉ। ଏକକାଳୀନ ୭ଟି ସ୍ଥାନରେ ଚଢ଼ାଉ ହୋଇଚି। କୋରାପୁଟ କୋଟପାଡ଼ ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ସତ୍ୟ ନାରାୟଣ ସେଠୀଙ୍କ ଅମାପ ସମ୍ପତ୍ତି। ମାଳ ମାଳ ପ୍ଲଟ୍, ବିଡା ବିଡ଼ା ଟଙ୍କା, ପୁଳା ପୁଳା ସୁନା ଗହଣା ଏବଂ ଗଣ୍ଡା ଗଣ୍ଡା ହାତୀ ମୂର୍ତ୍ତି। ଘରେ ରେଡ୍ ବେଳେ ଏସବୁ ଦେଖି ତାଜୁବ ଭିଜିଲାନ୍ସ।
ସହକାରୀ ଯନ୍ତ୍ରୀ ସତ୍ୟ ନାରାୟଣ ସେଠୀଙ୍କ ସମ୍ପତ୍ତି ତାଲିକା ବେସ ଲମ୍ବା । ବାବୁଙ୍କର ୩୨ଟି ମୂଲ୍ୟବାନ ପ୍ଲଟ, ୨ଟି ଫାର୍ମ ହାଉସ ଠାବ ହୋଇଛି । ସହକାରୀ ନିର୍ବାହୀ ଯନ୍ତ୍ରୀ ସେଠୀଙ୍କ ଜୟପୁର ପରବେଡ଼ା ସ୍ଥିତ ଭଡ଼ାଘର, କୋଟପାଡ଼ ସ୍ଥିତ ସରକାରୀ ବାସଭବନ, କାର୍ଯ୍ୟାଳୟ ପ୍ରକୋଷ୍ଠ, ବୋରିଗୁମ୍ମା ତହସିଲ ଅନ୍ତର୍ଗତ ତାରାଗାଁ ମୌଜାରେ ଥିବା ଦୁଇଟି ଫାର୍ମ ହାଉସ୍, ଖୋର୍ଦ୍ଧା ଜିଲ୍ଲା ଜଟଣୀର ମଢ଼ିପୁର ମୌଜା ସ୍ଥିତ ହାଇଟେକ୍ ପ୍ଲାଜାର (ପ୍ଲଟ ନଂ- ୧୩୨, ବ୍ଲକ- ବି -୬, ଗ୍ରାଉଣ୍ଡ ଫ୍ଲୋର)ର ଏକ ଆବାସିକ ଫ୍ଲାଟ୍, କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ଥାନା ଅନ୍ତର୍ଗତ ଚାନ୍ଦୋଳ ନିକଟସ୍ଥ ଜହାଙ୍ଗର ଗ୍ରାମରେ ଥିବା ପୈତୃକ ବାସଭବନରେ ଚଢ଼ଉ କରାଯାଇଛି।
ପଢନ୍ତୁ ଏହି ଖବର: ଓଡ଼ିଶା ଭିଜିଲାନ୍ସ ଇତିହାସରେ ରେକର୍ଡ,୨ ବର୍ଷରେ ବନ୍ଧା ହେଲେ ୬ କୁବେର ବାବୁ
ଭିଜିଲାନ୍ସ ବର୍ତ୍ତମାନ ସୁଦ୍ଧା ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଗୋଟିଏ ଫ୍ଲାଟ୍, ୧୪ ଏକରର ଦୁଇଟି ଫାର୍ମ ହାଉସ୍, ଜୟପୁର, କୋରାପୁଟ, ବୋରିଗୁମ୍ମା, କୋଟପାଡ଼ ଓ ପଟାଙ୍ଗି ତହସିଲ ଅଧୀନରେ ୩୨ଟି ମୂଲ୍ୟବାନ ପ୍ଲଟ୍, ୩୦୦ ଗ୍ରାମ ଓଜନର ସୁନା ଅଳଙ୍କାର ଓ ୫.୪୮ଲକ୍ଷ ନଗଦ ଟଙ୍କା ଠାବ କରିଛି। ଏତଦ୍ବ୍ୟତୀତ ବ୍ୟାଙ୍କ, ପୋଷ୍ଟାଲ ଓ ଅନ୍ୟାନ୍ୟ ଡିପୋଜିଟ୍ ସଂପର୍କିତ କାଗଜପତ୍ର ଠାବ କରିଛି। ଭିଜିଲାନ୍ସର ୭ଜଣ ଡିଏସ୍ପି, ୯ଜଣ ଇନ୍ସପେକ୍ଟର, ୧୧ ଜଣ ଏଏସ୍ଆଇ ଓ ଅନ୍ୟାନ୍ୟ କର୍ମଚାରୀ ସାମିଲ ହୋଇଛନ୍ତି। ଚଢ଼ଉ ଜାରି ରହିଥିବା ବେଳେ ଯାଞ୍ଚ ଶେଷ ପରେ ସବିଶେଷ ତଥ୍ୟ ହସ୍ତଗତ ହେବ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।
ଗତ ୨ ବର୍ଷରେ ବନ୍ଧା ହେଲେଣି ୬ କୁବେର ବାବୁ। ଗଲା ଦୁଇ ବର୍ଷ ଭିତରେ ଭିଜିଲାନ୍ସ ଆୟବହିର୍ଭୂତ ସମ୍ପତ୍ତ କିମ୍ବା ଲାଞ୍ଚ ମାମଲାରେ ଚଢ଼ଉ ସମୟରେ ସର୍ବାଧିକ ନଗଦ ଅର୍ଥ ଜବତର ଏକ ତାଲିକା ସାମନାକୁ ଆସିଛି। ଓଡ଼ିଶା ଭିଜିଲାନ୍ସ ଦ୍ବାରା ଯେତେ ଦୁର୍ନୀତିଗ୍ରସ୍ତ ସରକାରୀ ବାବୁମାନେ ବନ୍ଧା ହେଉଛନ୍ତି। ଦୁର୍ନୀତିଗ୍ରସ୍ତ ବାବୁ ଘରେ ସାଧାରଣତଃ ନଗଦ ଅର୍ଥରାଶି ବେଶି ପରିମାଣରେ ଗଚ୍ଛିତ ରଖନ୍ତି ନାହିଁ। ସର୍ବାଧିକ କୋଟିଏରୁ ଦୁଇ କୋଟି ଟଙ୍କା ସାଧାରଣତଃ ଜବତ ହୋଇଥାଏ। କିନ୍ତୁ ଓଡ଼ିଶା ଭିଜିଲାନ୍ସ ରେକର୍ଡରେ ମାଇନିଂର ଡେପୁଟି ଡାଇରେକ୍ଟର ଦେବବ୍ରତ ମହାନ୍ତି ରେକର୍ଡ ସୃଷ୍ଟି କରିଛନ୍ତି। ତାଙ୍କ ନିକଟରୁ ୪ କୋଟି ୨୮ ଲକ୍ଷ ୩୩ ହଜାର ୬୦୦ ଟଙ୍କା ଜବତ ହୋଇଥିଲା।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories