Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବକୁଳବନର ବିକାଶ ପାଇଁ ଅଣ୍ଟା ଭିଡ଼ିଲେ ବିଜେପି ସରକାର

Manini Pattanayak
Browse all articles by Manini Pattanayak
·1 year ago·1 min read
ବକୁଳବନର ବିକାଶ ପାଇଁ ଅଣ୍ଟା ଭିଡ଼ିଲେ ବିଜେପି ସରକାର

ପୁରୀ: ପୂର୍ଣ୍ଣ ଜୀବନ ପାଇବ ମଣିଷ ତିଆରି କାରଖାନା ବକୁଳବନ । ବକୁଳବନର ବିକାଶ ପାଇଁ ଅଣ୍ଟା ଭିଡ଼ିଲେ ବିଜେପି ସରକାର । ପର୍ଯ୍ୟଟନ ବିଭାଗ ପକ୍ଷରୁ ୩ କୋଟିରୁ ଅଧିକ ଟଙ୍କା ବ୍ୟୟବରାଦ । ଓଡ଼ିଆ ବିଶ୍ବବିଦ୍ୟାଳୟ ପାଇଁ ବି ୫୦ କୋଟି ଅନୁଦାନ ବ୍ୟବସ୍ଥା । ଓଡ଼ିଶା ଭାଷା ସଂଗ୍ରାମୀଙ୍କୁ ଅଣଦେଖା କରିଥିଲା ୨୪ ବର୍ଷର ବିଜେଡି ସରକାର । ବିଜେଡି ସରକାରଙ୍କ ଅପାରଗତାରୁ ବକୁଳବନ ହରାଇ ବସିଥିଲା ଅସ୍ତିତ୍ବ । 

 ଓଡ଼ିଆ ଭାଷା ପ୍ରତି ପୂର୍ବ ସରକାରର ନଥିଲା ଆନ୍ତରିକତା । କେବଳ ମିଛ ଓଡ଼ିଆ ଭାଷା ପ୍ରୀତିର ପ୍ରଚାର କରୁଥିଲେ ୨୪ ବର୍ଷର ସ୍ଥିର ବିଜେଡି ସରକାର । ଏବେ ସରକାର ବଦଳିଛି । ଆଉ ଓଡ଼ିଆ ଅସ୍ମିତାକୁ ଗୁରୁତ୍ବ ଦେଉଛନ୍ତି ମୋହନ ସରକାର । ଏଥିପାଇଁ ମଣିଷ ତିଆରି କାରଖାନା ବକୁଳବନ ତଥା ପଞ୍ଚସଖା ପୀଠର ବିକାଶ ପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ୩ କୋଟିରୁ ଅଧିକ ଟଙ୍କା ବ୍ୟୟବରାଦ ହୋଇଛି । ଯାହାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ସ୍ଥାନୀୟ ବାସିନ୍ଦା । 

ବର୍ଷ ବର୍ଷ ଧରି ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିଥିବା ବକୁଳବନର ହେବ ପୁନଃରୁଦ୍ଧାର । କେବଳ ବକୁଳବନ ନୁହଁ ସତ୍ୟବାଦୀର ଓଡ଼ିଆ ବିଶ୍ବବିଦ୍ୟାଳୟ ପାଇଁ ବି ୫୦ କୋଟିର ଅନୁଦାନର ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର । ପୂର୍ବର ୨୪ ବର୍ଷର ସ୍ଥିର ବିଜେଡି ସରକାର କେବଳ ଭୋଟ୍ ବ୍ୟାଙ୍କ ପାଇଁ ତରବରିଆ ଭାବେ ଏହାର ଉଦ୍‌ଘାଟନ କରିଥିଲେ । ଏବେ ବି ବିଶ୍ବବିଦ୍ୟାଳୟରେ ପାଠ ପଢିବା ପାଇଁ ଆନୁସଙ୍ଗିକ ବ୍ୟବସ୍ଥା ନାହିଁ । ମୋହନ ସରକାରଙ୍କ ପକ୍ଷରୁ ୫୦ କୋଟିର ଅନୁଦାନର ବ୍ୟବସ୍ଥା ପରେ ବିଶ୍ବବିଦ୍ୟାଳୟର ସୁଉଚ୍ଚ ବିଲଡିଂ ହେବା ସହ ଏହାର ସୁପରିଚାଳନା କରାଯିବ ବୋଲି କହିଛନ୍ତି ସତ୍ୟବାଦୀ ବିଧାୟକ ।
 ଅଧିକ ପଢନ୍ତୁ  ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Expenditure of more than 3 crore rupees by the tourism department | Argus News