Videos
|
Odisha

liquor seize / ଦାମୀ ଗାଡ଼ିରେ ହେଉଥିଲା ଦେଶୀମଦ ଚୋରା ଚାଲାଣ, ୭ ଗିରଫ

Bikash Mohanty
Browse all articles by Bikash Mohanty
·1 hour ago·2 min read
ଦାମୀ ଗାଡ଼ିରେ ହେଉଥିଲା ଦେଶୀମଦ ଚୋରା ଚାଲାଣ, ୭ ଗିରଫ
Country liquor

Key Points

ଦାମୀ ଗାଡ଼ିରେ ମଦ କାରବାର
ମଦ ଚାଲାଣ ବେଳେ ଧରିଲା ଅବକାରୀ ବିଭାଗ
୫ ହଜାର ୨ଶହ ଲିଟର ବେଆଇନ ଦେଶୀ ମଦ ଜବତ
ଦେଶୀ ମଦ ଜବତ କଲା ଅବକାରୀ ବିଭାଗ
ଭୁବନେଶ୍ବର,୦୩/୦୯: ରାଜଧାନୀରେ ବନ୍ଧୁକ ଧରି ମଦ କାରବାର। ଦାମୀ କାରରେ ମଦ ଚାଲାଣ ବେଳେ ଧରିଲା ଅବକାରୀ ବିଭାଗ।  ଅବକାରୀ ଟିମ୍‌ ପକ୍ଷରୁ ଚାଲିଥିବା ଏକ ଅପରେସନ୍‌ ବେଳେ ବିପୁଳ ପରିମାଣର ଦେଶୀ ମଦ ସହ ଏକାଧିକ ଦାମୀ କାର୍‌ ଓ ବାଇକ୍‌ ଜବତ କରାଯାଇଛି । ଅବକାରୀ ଟିମ୍‌ ଚଢ଼ାଉ କରି ପ୍ରାୟ ୫ ହଜାର ୨ଶହ ଲିଟର ବେଆଇନ ଦେଶୀ ମଦ ଜବତ କରିଛି। ମାଫିଆମାନେ ସ୍କର୍ପିଓ ଓ ଥାର୍‌ ଭଳି ଦାମୀ କାର୍‌ ଯୋଗେ ଏହି ମଦ ଚାଲାଣ କରୁଥିବା ଦେଖିବାକୁ ମିଳିଛି। ଅପରେସନ୍‌ରେ ଅବକାରୀ ବିଭାଗ ୪ଟି ଦାମୀ କାର୍‌ ସମେତ ୩ଟି ବାଇକ୍‌ ସମେତ ଗୋଟିଏ ପିସ୍ତଲ ଓ ୪ ରାଉଣ୍ଡ ଗୁଳି ଜବତ କରିଛି। ଘଟଣାରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଥିବା ଅବକାରୀ ଟିମ୍‌ ପକ୍ଷରୁ ସୂଚନା ଦିଆଯାଇଛି।

ଭୁବନେଶ୍ୱର ଉପକଣ୍ଠ ଶୁଆଁଳ ଗାଁରେ ଏକ ଦୁଇ ମହଲା କୋଠାକୁ ବାହାରୁ ପାଣି ଫ୍ୟାକ୍ଟ୍ରି ପରି ଦର୍ଶାଯାଇଥିଲା। କିନ୍ତୁ ଭିତରେ ଗୁପ୍ତରେ ଚାଲିଥିଲା ଦେଶୀ ମଦ ପ୍ୟାକେଜିଂ। କଟକରୁ ଅଣାଯାଇଥିବା ଦେଶୀ ମଦକୁ ଛୋଟ ଛୋଟ ବୋତଲ ଓ ପାଉଚ୍‌ରେ ଭର୍ତ୍ତି କରାଯାଇ ରାଜଧାନୀର ବିଭିନ୍ନ ଅଞ୍ଚଳକୁ ବିକ୍ରି ପାଇଁ ପଠାଯାଉଥିଲା।

ପଢନ୍ତୁ ଏହି ଖବର: ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକାଙ୍କ ବଏଫ୍ରେଣ୍ଡ ଭୀମସେନଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ

ଧାଡି ଧାଡି ହୋଇ ଛିଡା ହୋଇଛି ଦାମୀ ଗାଡି | ତଳେ ଥୁଆ ହୋଇଛି ବିପୁଳ ଦେଶୀ ମଦ | ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଶୁଆଁଳ ଗାଁରେ ଚଢ଼ାଉ କରି 5ହଜାର 200ଲିଟର ଦେଶୀ ମଦ, 5ଲକ୍ଷ ଟଙ୍କା ଓ 7ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ ର ସ୍ୱତନ୍ତ୍ର ଟିମ | ଥରେ ନଜର ପକାନ୍ତୁ ଦୁଇ ମହଲା କୋଠା ଉପରେ | ବାହାରୁ ଜଣା ପଡୁଥିଲା ପାଣି ଫ୍ୟାକ୍ଟ୍ରି ହେଲେ ଭିତରେ ଚାଲିଥିଲା ଦେଶୀ ମଦ ପ୍ୟାକେଜିଂ | ରେଡ ବେଳେ ଏଭଳି ଦୃଶ୍ୟ ଦେଖୀ ତାଯୁବ ହୋଇଥିଲା ଅବକାରୀ ବିଭାଗ |

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଦେଶୀ ମଦ ଚାଲାଣ ର ଲିଙ୍କ ଖୋଜୁ ଖୋଜୁ ସାମ୍ନାକୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ | ପୋଲିସ ଆଖିରେ ଧୂଳି ଦେବା ପାଇଁ ଥାର ଓ ସ୍କୋର୍ପିଅରେ ଫେକ ନମ୍ବର ପ୍ଲେଟ ଲଗାଉଥିଲେ | ଗାଡିର ଆଗରେ ପଛରେ ଯାଉଥିଲା ଏସ୍କର୍ଟ ବାଇକ | କେହି ରାସ୍ତାରେ ଅଟକାଇଲେ ବନ୍ଧୁକ ଦେଖାଇ ଭୟଭିତ କରୁଥିଲେ ମଦ ମାଫିଆ | ଦେଶୀ ମଦ ବିକ୍ରି ଟଙ୍କାରେ କିଣା ଯାଇଥିଲା ଥାର, ସ୍କୋର୍ପିଅ ଏବଂ ବୁଲେଟ | ଏବେ ଗିରଫ ମଦ ମାଫିଆ ମାନଙ୍କର ଆର୍ଥିକ କାରବାର ର ଖୋଳତାଡ଼ କରିବ ଅବକାରୀ ବିଭାଗ |