Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ନବୀନ ନୁହେଁ ପାଣ୍ଡିଆନ ନ ହେଲେ ତାଙ୍କ ପତ୍ନୀ ସୁଜାତା ହେବେ ମୁଖ୍ୟମନ୍ତ୍ରୀ

Manini Pattanayak
Browse all articles by Manini Pattanayak
·2 years ago·2 min read
ନବୀନ ନୁହେଁ ପାଣ୍ଡିଆନ ନ ହେଲେ ତାଙ୍କ ପତ୍ନୀ ସୁଜାତା ହେବେ ମୁଖ୍ୟମନ୍ତ୍ରୀ

Key Points

ଓଡ଼ଆ ସ୍ବାଭିମାନର ବିବାଦ ଭିତରେ ସାମ୍ନାକୁ ଆସିଲା ବିଜେଡିର ଓଡ଼ିଆ ଅସ୍ମିତାକୁ ବଡ଼ ଧୋକ୍କା
ଅର୍ଗସର ବିତର୍କରେ ବିଜେଡି ପ୍ରତିନିଧିଙ୍କ ବିସ୍ଫୋରକ ମନ୍ତବ୍ୟ
କହିଲେ ନବୀନ ନୁହେଁ ପାଣ୍ଡିଆନ ନ ହେଲେ ତାଙ୍କ ପତ୍ନୀ ସୁଜାତା ହେବେ ମୁଖ୍ୟମନ୍ତ୍ରୀ
ଆଉ ଜଣେ ବିଜେଡି ନେତ୍ରୀଙ୍କ ଅହଂକାର
କହିଲେ, ମହାପ୍ରଭୁ ଜଗନ୍ନାଥଙ୍କ ପରିଚୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନା

 ଭୁବନେଶ୍ୱର:  ଓଡ଼ିଆ ସ୍ବାଭିମାନର ବିବାଦ ଭିତରେ ସାମ୍ନାକୁ ଆସିଲା ବିଜେଡିର ଓଡ଼ିଆ ଅସ୍ମିତାକୁ ବଡ଼ ଧୋକା। ଅର୍ଗସର ବିତର୍କରେ ବିଜେଡି ପ୍ରତିନିଧିଙ୍କ ବିସ୍ଫୋରକ ମନ୍ତବ୍ୟ…କହିଲେ, ନବୀନ ନୁହେଁ ପାଣ୍ଡିଆନ କିମ୍ବା ତାଙ୍କ ପତ୍ନୀ ସୁଜାତା ହେବେ ମୁଖ୍ୟମନ୍ତ୍ରୀ…ଆଉ ଜଣେ ବିଜେଡି ନେତ୍ରୀଙ୍କ ଅହଂକାର…କହିଲେ, ମହାପ୍ରଭୁ ଜଗନ୍ନାଥଙ୍କୁ ପରିଚୟ ଦେଇଛନ୍ତି ନବୀନ ପଟ୍ଟନାୟକ।
 ସାମ୍ନାକୁ ଆସିଲା ଅଣଓଡ଼ିଆଙ୍କୁ ଓଡ଼ିଆଙ୍କ ମୁଖ୍ୟମନ୍ତ୍ରୀ ଓ ଓଡ଼ିଆ ଜାତିର ପରିଚୟ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଗୌଣ କରିବାର ଅହଂଙ୍କାର 
ଏବେ ଉପକୂଳରୁ ଉପାନ୍ତ ଦୃଢ ବିରୋଧର ସ୍ବର  ।

ମୂଳରୁ ସନ୍ଦେହ , ମୁଖ୍ୟମନ୍ତ୍ରୀଙ୍କୁ ବନ୍ଦୀ କରି ରଖିଛନ୍ତି ପାଣ୍ଡିଆନ୍ । 25 ବର୍ଷର ମୁଖ୍ୟମନ୍ତ୍ରୀଙ୍କର ଦୁର୍ବଳତାର ସୁଯୋଗ ନେଇ ନିଜେ ମୁଖ୍ୟମନ୍ତ୍ରୀ ହେବାପାଇଁ ବିଛାଇଛନ୍ତି ଜାଲ । ଦଳ , ସରକାର, ମୁଖ୍ୟମନ୍ତ୍ରୀଙ୍କ ଉପରେ ଆଧିପତ୍ୟ ସହ ଦଳର ତୁଙ୍ଗ ନେତାଙ୍କୁ ଟେଣ୍ଟ ବାନ୍ଦିବା, ଟ୍ରାଫିକ୍ ସମ୍ଭାଳିବା,  ବିଜେଡି ନେତ୍ରୀଙ୍କ ମହାପ୍ରଭୁ ବନାମ ନବୀନଙ୍କ ମାମଲାରେ ଗୌଣ କରିବା ପୂର୍ବରୁ ଦଳର ଅନେକ ତୁଙ୍ଗ ନେତା ନବୀନଙ୍କୁ ତୁଳନା କରିଛନ୍ତି ମହାପ୍ରଭୁ ଜଗନ୍ନାଥଙ୍କ ସହ ଏବେ ରାଜରାସ୍ତାରେ ଜନତା ଜନାର୍ଦ୍ଦନଙ୍କ ରାଜ ବିଜେଡି ନେତାଙ୍କ ଏପରି ଓଡିଆ ସ୍ୱାଭିମାନ୍ , ସଂସ୍କୁତି, ପରିଚୟ ବିରୋଧୀ ଆଭିମୁଖ୍ୟ ଉପରେ କେମିତି ପ୍ରକାଶ କରୁଛନ୍ତି କ୍ଷୋଭ ଓ କୋହ । ଓଡିଆ ଜାତି ଆଜି ଦିନରେ ଭୌତିକ ଦୃଷ୍ଟିରୁ ସମ୍ପନ୍ନ ନହେଲେ ବି ସ୍ୱାଭିମାନ୍ , ସଂସ୍କୁତି , ଅସ୍ମିତା ଓ ମହାପ୍ରଭୁଙ୍କ ପାଇଁ ସମର୍ପିତ । 25 ବର୍ଷର କ୍ଷମତା ଓ ଅହଂଙ୍କାର ଆଗରେ ମୁଣ୍ଡ ନୁହାଁଇବା ବଦଳରେ ଦେବେ କି ମୁହଁତୋଡ ଜବାବ ।

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Explosive comments of the BJD representative in the ArgUs debate | Argus News